ଧର୍ମଶାଳା ତହସିଲ ଚର୍ଚ୍ଚାରେ ଥିବା ବେଳେ, ପୁଣି ପଥର ମାଫିଆ ମାନେ ଲୁଟ କରିଚାଲିଛନ୍ତି ପଥର l

RITA VISION NEWS By Umakanta Mohapatra
    

ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଚାଖଣ୍ଡି ମୌଜାର ଚାଷ ଜମିକୁ ନଷ୍ଟ କରୁଛନ୍ତି ପଥର ମାଫିଆ l ସାରା ଓଡ଼ିଶାରେ ଧର୍ମଶାଳା ତହସିଲ ଚର୍ଚ୍ଚାରେ ଥିବା ବେଳେ, ପ୍ରଶାସନିକ କଟକଣା ଲାଗୁ ସତ୍ଵେ କିଛି ଫଳ ନାହିଁ l ନିର୍ଭୟରେ ପଥର ମାଫିଆ ମାନେ ଲୁଟ କରିଚାଲିଛନ୍ତି ପଥର l ମାଫିଆ ମାନଙ୍କର ଭୁସ୍ବର୍ଗ ପାଲଟିଛି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଭୂଖଣ୍ଡ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ସରକାର l

ଦୀର୍ଘ ଦିନ ପରେ ଲିଜ ନଥିବl ଖଣି ମାନଙ୍କରୁ ଲୁଟ ହେଉଛି କଳା ପଥର l ନାମକୁ ମାତ୍ର ଧର୍ମଶାଳା ତହସିଲ କେତେ ଗୋଟି ଖାଦାନ ଲିଜ ଦେଇ ରାଜସ୍ବ ବାହା ବାହା ନେଇଛନ୍ତି l ମେସିନ ସାହାଯ୍ୟରେ ଖାଦାନ ମାନକରୁ ପାଣି ବାହାର କରି ଫସଲ ହୋଇଥିବା ଚାଷ ଜମିକୁ ନଷ୍ଟ କରିଚାଲିଛନ୍ତି ପଥର ମାଫିଆ l ତଳ ଅଂଚଳରେ ଚାଷ ହୋଇଥିବା ପନିପରିବା, ବିରି, ମୁଗ ଅନେକ ଚାଷ ଜମିରେ ପାଣି ମାଡି ଫସଲ ନଷ୍ଟ ହେବାକୁ ବସିଲାଣି l

ବ୍ଲାଷ୍ଟିଙ୍ଗ କରି ଶହ ଶହ ଟ୍ରିପ କରିଚାଲିଛନ୍ତି ଲୁଟ l ପ୍ରଶାସନ ଓ ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ ଦୈନିକ ହଜାର ହଜାର ଟ୍ରିପ ପଥର ଲୁଟି ନିକଟରେ ଥିବା କ୍ରସର ମାନଙ୍କୁ କଞ୍ଚା ମାଲ ଯୋଗାଇ କୋଟି କୋଟି ଟଙ୍କା ରୋଜଗାର କରୁଅଛନ୍ତି l ଏଠାରେ ପ୍ରଶ୍ନ ଉଠିଛି (1)-:ପଥର ମାଫିଆ ମାନଙ୍କୁ ସୁରକ୍ଷା ଦେଉଛି କିଏ? (2)-:ପ୍ରଶାସନ ଜାଣି ନଜାଣିବାର ଅଭିନୟ କରୁନାହିଁ ତ? (3)-:ରାଜସ୍ୱ ବିଭାଗର ବାବୁମାନେ ଦେଉଛନ୍ତି କି ସୁରକ୍ଷା? ବେଆଇନୀ ଖଣି ଲୁଟକୁ ତୁରନ୍ତ ବନ୍ଦ କରାଯାଇ, ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି l      

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !