ସୁକିନ୍ଦା ବ୍ଲକରେ ନିର୍ବାଚନ ପ୍ରଚାର :ଅଧ୍ୟକ୍ଷ ଆସନ ଦଖଲପାଇଁ ଲଢେ଼ଇ ଜୋରଦାର l


ଯାଜପୁର /ସୁକିନ୍ଦା:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରର ଉଷ୍ମତା ସେତିକି ଜୋରଦାର ହେଉଛି l ଏହି ବ୍ଲକର ସମସ୍ତ ୨୫ଟି ପଞ୍ଚାୟତରେ ପ୍ରଚାରର ମାହୋଲ ଦିନକୁ ଦିନ ସରଗରମ ହୋଇ ଉଠୁଛି l ଜିଲ୍ଲା ପରିଷଦର ଦଳୀୟ ପ୍ରାର୍ଥୀମାନେ ପ୍ରଚାର ସମୟରେ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନେଇ କୋଭିଡ କଟକଣା ପାଳନକରି ଘରକୁ ଘର ବୁଲି ନିର୍ବାଚନ ବୈତରଣୀ ପାର ହେବାପାଇଁ ଗୁରୁଜନ ମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ମତଦାତା ମାନଙ୍କର ସମର୍ଥନ, ସହଯୋଗ କାମନା କରୁଛନ୍ତି l
 ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜଦ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ (ବେବି) ଦାସ, ଖଣି ଅଞ୍ଚଳର ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର, ପ୍ରମୁଖ ବିଜଦର ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ନେତା ପ୍ରଦୀପ(ଟୁଟୁ)ବଳ ସାମନ୍ତ,ରବୀନ୍ଦ୍ର ପୁହାଣ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି l
   ବ୍ଲକ ଅଧ୍ୟକ୍ଷ ପଦପାଇଁ ବିଜଦର ୩ଜଣ ଆଶାୟୀ ପ୍ରାର୍ଥୀ ଦିବ୍ୟରଞ୍ଜନ ବରାଳ, ମଙ୍ଗରାଜପୁର ପଞ୍ଚାୟତରୁ ପଦ୍ମାବତୀ ଜେନା ନିଜ ପଞ୍ଚାୟତ ସାରଙ୍ଗପୁରରୁ ଓ ଭାଗ୍ୟଲକ୍ଷ୍ମୀ ରାଉତ ନିଜ ପଞ୍ଚାୟତ ଡ଼ୁବୁରୀରୁ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱ୍ୱିତା କରୁ ଥିବା ବେଳେ ଭlଜପାର ଆଶାୟୀ ପ୍ରାର୍ଥୀ ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚl ସଭାପତି ବିଶ୍ୱଜିତ (ବାବୁନି) ରାଜ ନିଜ ପଞ୍ଚାୟତରୁ ପ୍ରତିଦ୍ବନ୍ଦୀତା ନକରି ଦଳ ପାଇଁ ସୁରକ୍ଷିତ ଆସନ ଆମ୍ପୋଳବା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦୀତା କରୁଛନ୍ତି
 l ଉଭୟ ବିଜଦ ଓ ଭାଜପାର ଆଖି ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଆସନ ଉପରେ ରହିଥିବାରୁ ମୋଟ ୨୫ଟି ସମିତି ସଭ୍ୟ ଆସନ ମଧ୍ୟରୁ ଯେଉଁ ଦଳର ସମର୍ଥିତ ପ୍ରାର୍ଥୀ ଅର୍ଦ୍ଧାଧିକ ଆସନରେ ବିଜୟୀ ହେବେ ସେହି ଦଳର ପ୍ରାର୍ଥୀ ଅଧ୍ୟକ୍ଷ ଆସନ ଲାଭକରିବେ l ଭାଜପା ସମର୍ଥ ହେଲେ ବିଶ୍ୱଜିତ ରାଜ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ l ଯଦି ବିଜଦର ସଂଖ୍ୟାଧିକ ପ୍ରାର୍ଥୀ ବିଜୟୀ ହୁଅନ୍ତି 
ତେବେ ଅଧ୍ୟକ୍ଷ ପଦପାଇଁ ଆଶାୟୀ ଦିବ୍ୟରଞ୍ଜନ, ପଦ୍ମାବତୀ ଓ ଭାଗ୍ୟଲକ୍ଷ୍ମୀଙ୍କ ମଧ୍ୟରୁ କିଏ ଆଗାମୀ ୫ବର୍ଷ ପାଇଁ ଅଧ୍ୟକ୍ଷ ଚୌକିରେ ବସିବ ତାହା ଦଳର ନେତା ତଥା ସ୍ଥାନୀୟ ବିଧାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ l ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ନେତା କାହା ଉପରେ ଭରଷା କରି ଅଧ୍ୟକ୍ଷ ଆସନରେ ବସାଇବେ ତାହା ସମୟହିଁ କହିବ l
(ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !