ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ ହୋଇଯାଇଛି l

ଯାଜପୁର (କଳିଙ୍ଗନଗର ): - ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ ହୋଇଯାଇଛି l ଡ଼ୁବୁରୀ ଗ୍ରାମର ସମାଜସେବୀ, ସାହିତ୍ୟlନୁରାଗୀ ଓ ଆଧ୍ୟାତ୍ମିକବାଦୀ ପୂର୍ଣଚନ୍ଦ୍ର ସାହୁଙ୍କ ରଚିତ ଶୁଭଦୀପ ଆମଗାଁ - ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚନ ଉପଲକ୍ଷେ ଡ଼ୁବୁରୀ ପଥପ୍ରାନ୍ତ ସେବା କେନ୍ଦ୍ରଠାରେ କୋଭିଡ ନିୟମ ପାଳନ କରାଯାଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଡ଼ୁବୁରୀ କପିଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଯତୀନ କୁମାର ତ୍ରିପାଠୀ ମୁଖ୍ୟଅତିଥି, ଶିକ୍ଷାବିତ ଅଲେଖ ପ୍ରସାଦ ଯେନା ଓ ଯୁବନେତା ଜୟନ୍ତ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁସ୍ତିକାକୁ ଉନ୍ନ୍ମୋଚନ କରିଥିଲେ l ପୁସ୍ତିକାର ରଚୟିତା ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ l କଳିଙ୍ଗନଗର ବଣିକ ସଙ୍ଘ ସଭାପତି ସୁଧାଂଶୁ ରାଉତ୍ , ସମ୍ପାଦକ ସୁକୁମାର ଜେନା, ସାମ୍ବାଦିକ ବିଶ୍ୱନାଥ ସାହୁ ଓ ସଂଜୀବ ମହାନ୍ତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବହୁ ପୁରାତନ ଡ଼ୁବୁରୀ ଗ୍ରାମର ଉତ୍ପତ୍ତି, ସ୍ୱତନ୍ତ୍ରତା, ଗ୍ରାମ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିବିଶେଷ, ବିଭିନ୍ନ ସାହିର ପ୍ରତିଷ୍ଠl, ଗ୍ରାମର ବିଭିନ୍ନ ଅନୁଷ୍ଠାନ, ଦେବାଦେବୀ ମନ୍ଦିର, ଗ୍ରାମରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରା,ଗ୍ରାମର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ  ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠାା ରେ ମୁଖ୍ୟ ପୁରୋଧା ଥିବା ବ୍ୟକ୍ତିବିଶେଷ ଆଦିଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି l ଏଥିରେ ଅବତାରଣା କରାଯାଇଥିବା ତଥ୍ୟାବଳୀ ଗ୍ରାମର ଐତିହ୍ୟ ଓ ପରମ୍ପରାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବାସହ ଯୁବପିଢିଙ୍କୁ ପ୍ରେରଣାର ଉତ୍ସ ଯୋଗାଇବାରେ ସହାୟକ ହେବବୋଲି ଏହି ଅବସରରେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ l ସାମ୍ବାଦିକ ସରୋଜ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ l
 (କଳିଙ୍ଗନଗରରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l
The Shubhdeep Amgaon-Duburi booklet has been unveiled. 
Jajpur (Kalinganagar): - Shubhdeep Amgaon-Duburi booklet unveiled Duburi village social worker, literary. Nuragi and spiritualist Purnachandra Sahu's Shubhdeep Amgaon-Duburi booklet unveiled Duburi Kapileswar College Principal Yatin Kumar Tripathi was the chief guest at the rally, while Alekh Prasad Jena, an educator, and Jayant Kumar Raut, a youth leader, inaugurated the booklet as the guest of honor. Sanjeev Mahant Pramukh was present at one of the most commercial centers of the Kalinganagar industrial area, the origins, uniqueness of the many ancient villages of Duburi, the individuals who played a major role in the establishment of the village, the establishment of various Sahibs, the various institutions of the village, The various festivals and pilgrimages celebrated in Ram, various educational institutions of the village and the individuals who were the main pioneers in the establishment of the Deva Devi temple are mentioned in the l data. The protagonist thanked the organizers for organizing the event. 
  (Reporting by Jay Narayan Mohapatra from Kalinganagar) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !