ଶିକ୍ଷା ପ୍ରଦାନ କରିବା ନାମରେ ମହା ଠକେଇ, ନକଲି ବି.ଇ.ଡି. ଶିକ୍ଷା ସଂସ୍ଥା ଠାବ I

ଯାଜପୁର (ବ୍ୟୁରୋ ରିପୋର୍ଟ) - ଉଚ୍ଚ ଶିକ୍ଷା ନାମରେ ବି ଠକେଇ l ଏହି ପରି ଏକ ରାକେଟ ସକ୍ରିୟ ହୋଇଥିବା ବେଳେ ଏହାର ଶିକାର ହୋଇଛନ୍ତି ଓଡ଼ିଶାର ୪୦ ରୁ ଅଧିକ ଛାତ୍ରଛାତ୍ରୀ l ରାଜ୍ୟ ର ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲା ମାନଙ୍କରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରଲୋଭନ ଦେଖାଇ ପ୍ରାୟ ୧ ୧କୋଟି ୬୦ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଯାଜପୁର ରୋଡ଼ ଆଦର୍ଶ ଥାନା ର ଅଧିକାରୀ ଉପେନ୍ଦ୍ର ପ୍ରଧାନ ଙ୍କ ପରାମର୍ଶ କ୍ରମେ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଏହି ରକେଟ କୁ ଧରିବାରେ ସକ୍ଷମ ହୋଇଛନ୍ତି l
 ସୂଚନା ରୁ ପ୍ରକାଶ ଯେ( KIEMS) କିଇମ୍ସ ନାମକ ଏକ ଘରୋଇ ସଂସ୍ଥା ରାଜ୍ୟର ଭଦ୍ରକ ଜିଲ୍ଲା ଓ ଯାଜପୁର ଜିଲ୍ଲା ରେ କାର୍ଯ୍ୟାଳୟ (Office) ଖୋଲି ତିନି ଜିଲ୍ଲାର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ BEd . ପ୍ରଶିକ୍ଷକ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ଏହି ସଂସ୍ଥା ଛାତ୍ରଛାତ୍ରୀ ଙ୍କୁ ନକଲି ପରୀକ୍ଷା ଆଡମିଟ କାର୍ଡ ଦେଇ ଆନ୍ଧ୍ରପ୍ରଦେଶ ନେଇ ଯାଇଥିଲେ
                   ଠକ ସଂସ୍ଥା ର ଦଲାଲ୍ 
 l ସେଠାରେ ପରୀକ୍ଷା କେନ୍ଦ୍ର ଉକ୍ତ ସଂସ୍ଥା ର ଆଡମିଟ କାର୍ଡ କୁ ନକଲି ବୋଲି ଦର୍ଶାଇ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି l ନିର୍ଯାତନା ର ଶିକାର ପରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିବା ବାଟରେ ଏହି ସଂସ୍ଥା ର କିଛି ଲୋକ ବୋଲେରୋ ଗାଡିରେ ପିଛା କରିଥିଲେ l ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରି ପୋଲିସ୍ କଣ୍ଟ୍ରୋଲ ରୁମ୍ କୁ ଜଣାଇଥିଲେ l
 ପୋଲିସ୍ କଣ୍ଟ୍ରୋଲ ରୁମ୍ ଆନ୍ଧ୍ର ପ୍ରଦେଶ ରୁ ଯାଜପୁର ଜିଲ୍ଲା ଆସିବା ବାଟରେ ପ୍ରତେକ ଥାନାକୁ ଏବଂ ଯାଜପୁର ରୋଡ଼ ଥାନା କୁ ଅବଗତ କରାଇବା ସହ ଏହି ରକେଟ କୁ ଧରିଥିବା ବେଳେ ସଂସ୍ଥାର ଦାନଗଦି, ଜଖପୁରା ଗ୍ରାମର ନିଗମାନନ୍ଦ ମହାନ୍ତି (ଟୁଲିଆ), ଭଦ୍ରକ ଜିଲ୍ଲା ର ଅଫତାର୍ ଅଲ୍ଲୀ ଖାନ୍ ଓ ମନୋରଞ୍ଜନ ଦୀକ୍ଷିତ ଙ୍କୁ ଦାନଗଦି ପୋଲିସ୍ ଅଟକ ରଖି
 ପଚରାଉଚରା ଚଳାଇଛି I ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଇଥିବା ବସ୍ ସାରଥି (OD05AW 7955)କୁ ମଧ୍ୟ ପୋଲିସ୍ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି l ପିଲାମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା ଏହିପରି ଠକ ସଂସ୍ଥା ର ଦଲାଲ୍ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !