ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ ଦିଆଯିବ l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - BSKYରେ ସାମିଲ ହେବେ ୨୧ଲକ୍ଷ ନୂଆ ହିତାଧିକାରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ଏହି କାର୍ଡ ଯୋଗାଇ ଦିଆଯିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ଏହି ଦିନ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବ । ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ ।
ଜାନୁଆରୀ ୧୫, ୨୦୧୮ରେ BSKY ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ମୁଖ୍ୟତଃ ଦୁଇ ପ୍ରକାର ସେବା ମିଳୁଛି । ଏହି ଯୋଜନାର ସବୁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାଗଣାରେ ଚିକିତ୍ସା ସେବା ମିଳୁଛି । ଏହି ଯୋଜନାରେ ଅଧିକ ଘରୋଇ ଡାକ୍ତରଖାନାକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

The Biju Health Welfare Card will be issued to 92.5 lakh beneficiaries in the state. 
Bhubaneswar(Beuro Report) :- 21 lakh new beneficiaries will join BSKY. Biju Health Welfare Scheme beneficiaries will get smart cards. The card will be issued to 92.5 lakh beneficiaries in the state. On Independence Day, Chief Minister Naveen Patnaik will inaugurate the smart card distribution program. On this day, cards will be distributed to beneficiaries in Malkangiri, Mayurbhanj, Sundergarh, Balangir and Gajapati districts. Stakeholders will be issued cards in all districts in phases.
 BSKY was launched on January 15, 2018, and has two main services. The scheme provides free medical care to all government health facilities. Free medical care is available at the state government-affiliated health institutions. The plan calls for more private hospitals to be included.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !