ଜିଲ୍ଲାରେ ଦିବ୍ୟାଙ୍ଗ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଶା ଅଭିଳାଷ ସଂଗଠନ ପକ୍ଷରୁ ପ୍ରଶାସନ କୁ ଦାବିପତ୍ର I

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଦିବ୍ୟାଙ୍ଗ ମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଟିକା କରଣ କରିବା ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲା ଯାଜପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶା ଅଭିଳାଷା l
 କରୋନା ମହାମାରୀ ବିଶ୍ୱ ରେ ଆତଙ୍କ ଖେଳାଇ ଥିବା ବେଳେ ଏଥି ପାଇଁ ସରକାରଙ୍କ ପକ୍ଷରୁ ଟିକା କରଣ କରାଯାଉଛି, କିନ୍ତୁ ଏହାର ସୁଫଳ ଡିବ୍ୟାଙ୍ଗ ମାନେ ପାଇପରୁନଥିବା ପରିଲାଖିତ ହୋଇଛି l ତେଣୁ ଏହି ମର୍ମ ରେ ଆଶା ଅଭିଳାଷା ପକ୍ଷରୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l
 ଯାଜପୁର ଜିଲ୍ଲା ରେ ଥିବା ଦିବ୍ୟାଂଗ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପାଇଁ ଜିଲ୍ଲା ରେ ଥିବା ସମସ୍ତ ଟିକା କରଣ କେନ୍ଦ୍ର ରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ଟିକା କରଣ କରାଯାଉ ବୋଲି ଦାବି କରିଛି ସଂଗଠନ, ତେବେ ଏହାର ପ୍ରତିକ୍ରିୟା ରେ ପ୍ରତିଶ୍ରୁତି ଦେଇ ଶ୍ରୀ ମିଶ୍ର କହିଛନ୍ତି ଏହା ଜିଲ୍ଲାପାଳ ଙ୍କୁ ଅବଗତ କରି ବିହିତ ପଦକ୍ଷେପ ନେବେ ବୋଲି ମତ ପ୍ରକାଶ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ l
 ଅନୁଷ୍ଠାନ ର ସଭାପତି ଭଗବାନ ପଣ୍ଡା ଙ୍କ ସମେତ ସଂଘ ର ସମସ୍ତ କର୍ତ୍ତା ଏହା କାର୍ଯ୍ୟ କାରି ହେବା ନେଇ ଆଶା ପ୍ରକାଶ କରିଛନ୍ତି l
A letter of demand from the Asha Abhilasha organization to the administration to make special arrangements for Dibyang in the district. 
Jajpur (Beuro Report) - Asha Abhilasha, a leading voluntary organization in Jajpur, issued a demand letter to vaccinate the disabled under special arrangements.
 The government is vaccinating against the Karona epidemic in the world, but its benefits have not been forthcoming, so Kalinga Nagar Additional District Magistrate Santosh Mishra has been asked by Asha Abhilasha.
 The organization has demanded that special arrangements be made for all the vaccination centers in the district to identify the paralyzed in Jajpur district and vaccinate them, Mr Mishra said, adding that it would take legal action against the district magistrate. Kalinganagar Additional District Magistrate l
 All the union officials, including Bhagwan Panda, the president of the institute, are hopeful that this will be done

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !