ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ବିଧାୟକ ଙ୍କ ଅଣଦେଖା ନେଇ ସାମ୍ବାଦିକ ସମ୍ମିଳନୀ l


ପାଟଣାଗଡ(ବ୍ୟୁରୋ ରିପୋର୍ଟ) :- ବଲାଙ୍ଗୀର ଜିଲ୍ଲା ପାଟଣଗଡ ନିର୍ବାଚନ ମଣ୍ଡଳୀର ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଅଣଦେଖା କରୁଥିବାନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ଚେହେରା ଭାବରେ ପରିଗଣିତ ହୋଇଥାଏ ‌। ତେବେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ଦଳର ସକ୍ରିୟ କର୍ମୀ ଓ ନେତାମାନେ ବିଧାୟକ ଙ୍କ କାର୍ଯ୍ୟକଲାପକୁନେଇ ଏବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ପ୍ରଦୀପ ପୁରୋହିତ,ଗୁଲାପ ମେହେର,ତନ୍ନୟ ପାଣିଗ୍ରାହୀ,ଆଲୋକ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମୀ ଙ୍କ କହିବା ମୁତାବକ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୁର୍ବରୁ ସରୋଜ ଉପଖଣ୍ଡରେ ଜଣେ ଚାଷୀ ସହ ସଫଲ ବ୍ୟବସାୟୀ ଭାବରେ ଜଣାଶୁଣା ଥିଲେ । ତେବେ ୩ ଗୋଟି ବ୍ଲକରେ ବିଜେଡି ଦଲର ବିଭିନ୍ନ ପଦପଦବିରେ ଥିବା ପୁରୁଣା ସକ୍ରିୟ କର୍ମୀ ଓ ନେତାମାନେ ସରୋଜ କୁ ରାଜନୀତି କୁ ଆଣିବା ସ଼ହ ଦଲୀୟ ନିର୍ଦ୍ଦେଶ ମୁତାବକ ପରିଚାଲିତ ହୋଇ ତାଙ୍କ ନେତୃତ୍ବରେ ୨୫ ବର୍ଷର ବିଜେପି ଗଡକୁ ଭାଙ୍ଗିବାରେ ସଫଲ ହୋଇଥିଲେ । ସରୋଜ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ହେବାର କିଛିମାସ ସବୁତକ ଠିକଠାକ ଥିଲା । ପରେ କିନ୍ତୁ ସେ ପୁରୁଣା ସକ୍ରିୟ କର୍ମୀ ଓ ନେତାଙ୍କୁ ଅଣଦେଖାକରି କିଛି ଅନଭିଜ୍ଞ ଦଲୀୟ କର୍ମୀ ଓ ନେତାଙ୍କ ଦ୍ଵାରା ପରିଚାଳିତ ହୋଇ ବେଲପଡା ବ୍ଲକ ଘାଗୁଲ୍ଲି ଗାଁରେ ଦିନ ଦୀଇପହରରେ ସର୍ବ ସମ୍ଭୁଖରେ ଜଣେ ଆଦିବାସୀ ଯନ୍ତ୍ରୀଙ୍କୁ କାନ ଧରି ଉଠବସ କରାଇଥିଲେ । ପରେ ପରିଣାମ ସ୍ବରୂପ ତାଙ୍କୁ ଜେଲ ଜିବାକୁ ମଧ୍ୟ ପଡ଼ିଥିଲା । ବିବାଦୀୟ ସ୍ଥାନରେ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରି ଭଗବାନ ପର୍ଶୁରାମଙ୍କ ପ୍ରତିଛବିକୁ ଅପସରଣ କରିବାରୁ ଲୋକଙ୍କ ଭାବନା ସହ ଖେଲିଥିବାରୁ ହିନ୍ଦୁ ସମାଜ ସହ ନିର୍ବାଚନ ମଣ୍ଡଳୀର ଳୋକେ ତାଙ୍କୁ ପ୍ରବଲ ବିରୋଧ କରିଥିଲେ । ଜାହା ଫଲରେ ବିଜୁଜନତାଦଳ ଏବେ ନିର୍ବାଚନ ମଣ୍ଡଳୀରେ ବଦନାମ ହେବାରେ ଲାଗିଛି । ଏପରିକି ବିଧାୟକ ଶ୍ରୀ ମେହେର ବିଜୟ ହେବାପରେ ସେତାଙ୍କ ଦରମାକୁ ଖଟିଖିଆ ଓ ଗରିବ ଳୋକଙ୍କୁ ଭର୍ତ୍ତା ଦେବାପାଇଁ ଘୋଷଣା କରି ଏବେ ସେଥିରୁ ମଧ୍ୟ ମୁଁହ ଫେରେଇ ନେଇଥିବାନେଇ ସେ ବର୍ତ୍ତମାନ ସମାଲୋଚନାରପାତ୍ର ହୋଇଛନ୍ତି । ଠିକା ବଣ୍ଟନ କାମକୁ ନେଇ ପ୍ରାରମ୍ଭରୁ ହିଁ ବିବାଦ ଘେରରେ ଥିବା ବିଧାୟକଙ୍କ ଏସବୁ କାର୍ଯ୍ୟକଲାପକୁନେଇ ଏବେ ତିନୋଟି ବ୍ଲକର ପୁରୁଣା ସକ୍ରିୟ ଦଲିୟ କର୍ମୀ ଓ ନେତା ଦଲୀୟ ଫର୍ମରେ ରାଜ୍ୟର ଦଲୀୟ ସାଙ୍ଗଠନିକ ସମ୍ପାଦକ ପ୍ରଣପ୍ରକାଶ ଦାସ (ବବି), ସୁସାନ୍ତ ସିଂ ଓ କଲିକେଶ ନାରାୟଣ ସିଂଦେଓ ଙ୍କୁ ମୋୖଖିକ ଭାବରେ ଅଭିଯୋଗ ମଧ୍ୟ କରିଥିଲେ । ବାରମ୍ବାର ଅଭିଯୋଗ ସ୍ଵତ୍ବେ ସେମାନ କୋୖଣସି ସୁଫଳ ପାଇନଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧାୟକ ଙ୍କ ଏହିସବୁ ମନମୁଖୀ କାଯ୍ୟକଲାପକୁ ଲୋକଲୋଚନକୁ ଆଣିବାସହ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ପରିଛା, ଲିଙ୍ଗରାଜ ନାଗ, ଯୁବରାଜ ମେହେର, ରିଙ୍କୁ ପୁରୋହିତ,ଶିବ ଛତର, ମଣ୍ଟୁ ପଧାନ,ପ୍ରତାପ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !