ଯାଜପୁର, ପାରିବାରିକ କଳହ ପାଇଁ ଜୀବନ ହାରିଲେ ଯୁବକ l

ଯାଜପୁର /ଦାନଗଦି - ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦି ପୋଲିସ ଆଉଟ୍ ପୋଷ୍ଟ ଅଧୀନରେ ଥିବା ମାନଗୋବିନ୍ଦ ପୁର ଗ୍ରାମରେ ଶ୍ରୀଯୁକ୍ତ ବସନ୍ତ କୁମାର ରଣା ଙ୍କ ଘରେ ଆଜକୁ ଦୁଇବର୍ଷ ହେବ କୁଆଖିଆ ଥାନା ଅନ୍ତର୍ଗତ ଡିହକୁଆଁସ ଗ୍ରାମର ସ୍ଵର୍ଗତ କାର୍ତ୍ତିକ ରାଉତ ଙ୍କ ସାନ ପୁଅ ତ୍ରିଲୋଚନ ରାଉତ (୪୬) ଭଡ଼ାନେଇ ରହୁଥିଲେ l କୌଣସି କାରଣରୁ ତାଙ୍କର ସ୍ତ୍ରୀ ତାଙ୍କୁ ଏକୁଟିଆ ଛାଡି ଯାଜପୁର ରୋଡ଼ ଅଞ୍ଚଳରେ ତାଙ୍କ ନିଜ ବାପା ଘରେ ରହୁଛନ୍ତି ଏବଂ ତ୍ରିଲୋଚନ ଏକୁଟିଆ ଭଡାଘରେ ରହି ନିକଟସ୍ଥ କାରଖାନାରେ କାମକରୁଥିବା ଜଣାଯାଏ l ପାରି ବାରିକ କ୍ରୋଧ ରେ ଆଜି ସକାଳ ପ୍ରାୟ ସାଢ଼େ ନଅଟା ସମୟରେ ରହିଥିବା ଭଡ଼ାଘରେ ଭିତରକୁ ପଟୁ କବାଟ କିଳି ବେକରେ ରସି ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇ ଘର ମାଲିକ ପୋଲିସ କୁ ଖବର ଦେଇଥିଲେ l ଦାନଗଦି ପୋଲିସ୍ ଘଟଣା ସ୍ଥଳରେ ପହଂଚି ତାଙ୍କର ଘର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !