ଟଙ୍କା ପାଇଁ ସବୁ ସମ୍ଭବ, ସରକାରୀ କର୍ମଚାରୀ ବିଧବା ସ୍ତ୍ରୀକୁ କରିଦେଲ ଅବିବାହିତା କନ୍ୟା l

ଯାଜପୁର (କଳିଙ୍ଗନଗର) :- ବ୍ୟାସନଗର ତହସିଲରେ ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଆତି, ବିଧବା ସ୍ତ୍ରୀକୁ କରିଦେଲେ ଅବିବାହିତ କନ୍ୟା l ଲିଗାଲହେୟାର ପ୍ରମାଣପତ୍ର କୁ ଜାଲିଆତି କରି ଲୁଟିନେଲେ କୋଟିକୋଟି ଟଙ୍କାର ଜମି ଓ ଘର ଏହିପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଦାନଗଦୀ ବ୍ଲକ ଅନ୍ତର୍ଗତ ମାଣତୀରା ପଞ୍ଚାୟତ ର ଦାଖରାପଦା ଗ୍ରାମରୁ I ଦାଖରାପଦା ଗ୍ରାମର ଅର୍ଜ୍ଜୁନ ଜେନାଙ୍କ ଝିଅ ସସ୍ମିତା ଜେନା ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ନହକା ଗ୍ରାମର ସ୍ବର୍ଗତ ପାର୍ଥ ସାରଥି ମହାନ୍ତି ଙ୍କ ପୁଅ ରାଜେନ୍ଦ୍ର ମହାନ୍ତି ଙ୍କ ସହିତ ଶଙ୍ଖଚିଲା ହିଙ୍ଗୁଳାଙ୍କ ମନ୍ଦିରରେ ୨୦୨୦ ମାର୍ଚ୍ଚ ୩ ତାରିଖ ରେ ପରିବାର ଉପସ୍ଥିତିରେ ବିବାହ ହୋଇନଥିଲା l ବାହାଘର ପରେ ଉଭୟ ସ୍ୱାମି ସ୍ତ୍ରୀ ନିଜ ନହକା ଘରେ ରହୁଥିଲେ l ଦୁର୍ଭାଗ୍ଯ ବଶତଃ ସେହି ବର୍ଷ ୨୦୨୦ ଡିସେମ୍ବର ୧୧ ତାରିଖରେ ଏକ ରାସ୍ତା ଦୁର୍ଘଟଣାରେ ରାଜେନ୍ଦ୍ର ମହାନ୍ତି ଙ୍କ ମୃତ୍ୟୁ ହୋଇଥିଲା l ସ୍ବାମୀଙ୍କ ମୃତ୍ଯୁ ପରେ ସସ୍ମିତା ଙ୍କୁ ତାଙ୍କ ଶାଶୁ ଜୟନ୍ତି ମହାନ୍ତି ବାପଘର ଦାଖରାପଦାକୁ ପଠାଇ ଦେଇଥିଲେ I କିଛି ଦିନପରେ ସସ୍ମିତା ଶାଶୁଘର ନହକା ଯିବାକୁ ଚାହିଁବାରୁ ଶାଶୁ ଆଉ ବୋହୂକୁ ଘରେ ପ୍ରବେଶ କରାଇ ଦେଇନଥିଲେ I ତେଣୁ ବାଧ୍ଯ ହୋଇ ସସ୍ମିତା ନିଜ ବାପଘରେ ରହିଥିଲେ I ଏହା ପରେ ସସ୍ମିତା ନିଜ ସ୍ୱାମୀଙ୍କ ମୃତ୍ଯୁ ପ୍ରମାଣପତ୍ର ବାହାର କରିବା ପାଇଁ ବ୍ୟାସନଗର ମୁନିସିପାଲଟି କୁ ଯାଇଥିଲେ l ସେଠାରେ ଜଣା ପଡିଲା ତାଙ୍କ ଶାଶୁ ଜୟନ୍ତି ମହାନ୍ତି ଆଗରୁ ମୃତ ରାଜେନ୍ଦ୍ର ମହାନ୍ତି ଙ୍କ ମୃତ୍ୟୁ ପ୍ରମାଣପତ୍ର ନେଇଯାଇଛନ୍ତି I ସେ ପୁନର୍ବାର ଦରଖାସ୍ତ କରି ସ୍ଵାମୀ ଙ୍କ ମୃତ୍ୟୁ ସାର୍ଟିଫିକେଟ ରେଜିଷ୍ଟ୍ରେସନ ନଂ 198/2021 କୁ ଆଣି ଲିଗାଲହେୟାର ସାର୍ଟିଫିକେଟ ପାଇଁ ବ୍ୟାସନଗର ତହସିଲରେ ଦରଖାସ୍ତ କରିଥିଲେ l ସେହି ସମୟରେ ସସ୍ମିତା ଙ୍କ ଶାଶୁ ଜୟନ୍ତି ମହାନ୍ତି ମଧ୍ଯ ଅଲଗା ଲିଗାଲହେୟାର ସାର୍ଟିଫିକେଟ ନଂ-E-LHC/145207/2021 ପାଇଁ ଦରଖାସ୍ତ କରିଥିଲେ l ବିନା ତଦନ୍ତ ରେ ବ୍ୟାସନଗର ତହସିଲ ପକ୍ଷରୁ ସସ୍ମିତାଙ୍କ ଦରଖାସ୍ତ କୁ ବେଆଇନ ଭାବରେ ଖାରଜ କରି ଦିଆଯାଇ ଥିଲା l ଜୟନ୍ତି ମହାନ୍ତି ଦରଖାସ୍ତ କରିଥିବା ଲିଗାଲହେୟାର ସାର୍ଟିଫିକେଟ ର ଦରଖାସ୍ତ କୁ କାଏମ ରଖାଯାଇ କଣ୍ଟାଝରି ଗଡ଼ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ତଦନ୍ତ କରାଯାଇଥିଲା l କଣ୍ଟାଝରି ରାଜସ୍ବ ନିରୀକ୍ଷକ ତାଙ୍କ ତଦନ୍ତ ରିପୋର୍ଟ ରେ ମୃତକ ରାଜେନ୍ଦ୍ର ମହାନ୍ତିଙ୍କ ଉତ୍ତରାଧିକାର ଭାବରେ ୩ ଜଣ ଙ୍କୁ ଚୟନ କରି ଜୟନ୍ତି ମହାନ୍ତି ମା' ପୁଜାରାଣି ମହାନ୍ତି ଓ ଲିଜାରାଣି ମହାନ୍ତି ଭଉଣି ଙ୍କୁ ଉତ୍ତରାଧିକାରି ଭାବେ ଦର୍ଶାଇଥିଲେ l ସ୍ୱର୍ଗତ ରାଜେନ୍ଦ୍ର ମହାନ୍ତିଙ୍କୁ ଅବିବାହିତ ଦର୍ଶାଇ ତାଙ୍କ ସ୍ତ୍ରୀ ସସ୍ମିତା ଜେନା ବା ମହାନ୍ତିଙ୍କ ନାମକୁ ସମ୍ପୁର୍ଣ୍ଣ ଭାବରେ କାଟି ଦେଇଥିଲେ l କଣ୍ଟାଝରି ରାଜସ୍ବ ନିରୀକ୍ଷକ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଜଣେ ବିବାହିତ କୁ ଅବିବାହିତ ଦର୍ଶାଇ ଥିବା ଅଭିଯୋଗ କରିଛନ୍ତି ମୃତ ରାଜେନ୍ଦ୍ର ଙ୍କ ସ୍ତ୍ରୀ ସସ୍ମିତା ଜେନା (ମହାନ୍ତି) I ସ୍ବାମୀର ମୃତ୍ଯୁ ପରେ ଉତ୍ତାରିଧିକାରୀ ଭାବେ ସ୍ତ୍ରୀ ର ନାମକୁ କିପରି କାଟି ପାରିଲେ ପ୍ରଶ୍ନ କରିଛନ୍ତି ସସ୍ମିତା l ବ୍ୟାସନଗର ତହସିଲଦାର ଅଶୋକ ମାଝି ଉତ୍ତରାଧିକାରୀ ପ୍ରମାଣପତ୍ର ନଂ=145207/2021 ରେ ମା 'ଜୟନ୍ତି ମହାନ୍ତି ଙ୍କୁ ରାଜେନ୍ଦ୍ର ମହାନ୍ତିଙ୍କ ଏକମାତ୍ର ଉତ୍ତରାଧିକାରୀ ଭାବରେ ଦର୍ଶାଇ ଦରଖାସ୍ତକାରୀ ଜୟନ୍ତି ମହାନ୍ତିଙ୍କୁ ଲିଗାଲହେୟାର ସାର୍ଟିଫିକେଟ ଦେଇଥିଲେ l ଏହି ଲିଗାଲହେୟାର ସାର୍ଟିଫିକେଟ ବଳରେ ସ୍ଵର୍ଗତ ରାଜେନ୍ଦ୍ର ମହାନ୍ତିଙ୍କ ନାମରେ ଥିବା ନହକା ମୌଜା ର ଖତା ନଂ -205/409,ଏରିଆ-AC0:56 ଡିସିମିଲ ଘରବାଡ଼ି କିସମର ଜାଗାକୁ ନିଜ ଦୁଇ ଝିଅଙ୍କ ନାମକୁ ବିକ୍ରି କବଲା କରିଦେଇ ପଟ୍ଟା ମଧ୍ଯ କରିଦେଇଛନ୍ତି, ଯାହାର ବଜାର ମୁଲ୍ୟ ବର୍ତ୍ତମାନ ଚାରିକୋଟି ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଆକଳନ କରାଯାଏ l ବ୍ୟାସନଗର ତହସିଲଦାର ଙ୍କ ଏହି ବେଆଇନ ଲିଗାଲହେୟାର ପ୍ରଦାନକୁ ବିରୋଧ କରି ସସ୍ମିତା ଉପଜିଲ୍ଲାପାଳ ଯାଜପୁର ଙ୍କ କୋର୍ଟ ରେ ପିଟିସନ ଦାୟର କରିଥିଲେ l ଯାଜପୁର ଉପଜିଲ୍ଲାପାଳ ସମସ୍ତ ସାକ୍ଷ ପ୍ରମାଣ କୁ ଭିତ୍ତି କରି ଅପିଲ କେଶ ନମ୍ବର =09/30:08:22 ରେ ପୂର୍ବର ଉତ୍ତରାଧିକାରୀ ପ୍ରମାଣପତ୍ର କୁ ଖାରଜ କରି ମୃତକ ରାଜେନ୍ଦ୍ର ମହାନ୍ତିଙ୍କ ଉତ୍ତରାଧିକାରୀ ହିସାବରେ ଉଭୟ ମା' ଜୟନ୍ତି ମହାନ୍ତି, ବିଧବା ସ୍ତ୍ରୀ ସସ୍ମିତା ଜେନା ଙ୍କୁ ଉତ୍ତରାଧିକାରୀ ଭାବେ ନେଇ ନୂତନ ଲିଗାଲହେୟାର ପ୍ରମାଣପତ୍ର ପ୍ରଦାନ କରିବାକୁ ବ୍ୟାସନଗର ତହସିଲଦାର ଙ୍କୁ ଆଦେଶ ଦେଇଅଛନ୍ତି I ବର୍ତ୍ତମାନ ସସ୍ମିତା ଓ ତାଙ୍କ ବାପା ଅର୍ଜୁନ ଜେନା ଅଭିଯୋଗ କରିଛନ୍ତି ଯେ ବ୍ୟାସନଗର ତହସିଲଦାର ଉପଜିଲ୍ଲାପାଳ ଙ୍କ ଆଦେଶକୁ ଠିକ ଭାବରେ କାର୍ଯ୍ଯକାରି ନକରି ଦିନ ଗଡାଇ ଚାଲିଛନ୍ତି I ବ୍ୟାସନଗର ତହସିଲଦାର ଓ କଣ୍ଟାଝରି ଗଡ଼ ରାଜସ୍ବ ନିରୀକ୍ଷକ ଲକ୍ଷାଧିକ ଟଙ୍କାର ଲାଞ୍ଚ ନେଇ ବେଆଇନ ଭାବରେ ଜଣେ ବିବାହିତ ପୁରୁଷ କୁ ଅବିବାହିତ ବା ଜଣେ ବିଧବା ସ୍ତ୍ରୀ ଲୋକକୁ ଅବିବାହିତ କନ୍ଯା ସଜେଇଦେବା କେତେଦୁର ଯୁକ୍ତିଯୁକ୍ତ ବୋଲି ସୁସ୍ମିତା ଙ୍କ ପିତା ଅର୍ଜୁନ ଜେନା ପ୍ରଶ୍ନ କରିଛନ୍ତି l ଏହି ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଆଧାରରେ କୋଟିକୋଟି ଟଙ୍କାର ସମ୍ପତ୍ତିକୁ ରାତାରାତି ବିକ୍ରି କରି ଦିଆଗଲା l ଅର୍ଜୁନ ଜେନା ନିଜ ଝିଅ ସସ୍ମିତାର ହକ ପାଇଁ ଯାଜପୁର ରୋଡ କୋର୍ଟ ରେ ସିଭିଲ କେଶ ମଧ୍ଯ ଦାଖଲ କରିଅଛନ୍ତି l ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର କୁ ରଦ୍ଦ କରାଯିବ ଏବଂ ଖୁବ୍ ଶୀଘ୍ର ଜିଲ୍ଲାପାଳ ଙ୍କ ଆଦେଶ ଅନୁଯାୟୀ ନୂତନ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରାଯିବ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !