ନାବାଳିକାକୁ ବଳାତ୍କାର ଅଭିଯୋଗ ରେ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା l
ଢେଙ୍କାନାଳ ସଦର (ବ୍ୟୁରୋ ରିପୋର୍ଟ) :- ତା ୧୧/୧୧ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ସଂଘର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ ଙ୍କ ନେତୃତ୍ୱ ଓ ସାଧାରଣ ସମ୍ପାଦକ ଚିତ୍ରସେନ ନାୟକଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି।https://youtu.be/PypTY9NKHCE?si=F02ROiQZFz_ygH9h
ଢେଙ୍କାନାଳ ଜିଲ୍ଲାରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ଏସି ଏସଟି ପୋସ୍କୋ Act କୁ ଉଲ୍ଲଙ୍ଘନ କରୁଛନ୍ତି। ସ୍ୱତନ୍ତ୍ର ଆଇନ କୁ ପୋଲିସ ନିଜକୁ ଜଜ ଭାବି ଅଭିଯୁକ୍ତ ମାନଙ୍କୁ ବେଲ ଦେଇ ଖସିଯିବାକୁ ସୁଯୋଗ ଦେଉଛି।ଫଳରେ ସଦର ଥାନା କେଶ ନଂ ୬୦୫,ତାରିଖ ୨୩/୦୭/୨୦୨୪ ରେ ରେଜିଷ୍ଟ୍ରସନ କରି ତଦନ୍ତ ନ କରିବାରୁ ଅଭିଯୁକ୍ତ ଲିଟୁ ରାଉତ, ପିତା-ବେଣୁଧର ରାଉତ ନାବାଳିକା କୁ କଟକ ରେ ବିଭିନ୍ନ ଜାଗାରେ ରଖି ବଳପୂର୍ବକ ଶାରୀରିକ ସମ୍ପର୍କ ରଖି ୩ମାସର ଗର୍ଭବତୀ କରିବା ପରେ ଜୀବନରେ ମାରିଦେବାକୁ ଯୋଜନା କରୁଥିବାବେଳେ ନାବାଳିକା ଖସିଯାଇ ଆଠଗଡ ବସ୍ ଷ୍ଟାଣ୍ଡ ରୁ ଯୋଗାଯୋଗ କରିବାରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପୀଡ଼ିତାକୁ ଉଦ୍ଧାର କରି ମାଆ କୁ ହସ୍ତାନ୍ତର କରି ଦେଇଛି। ପୀଡିତାଙ୍କ ମାଆ ଜଣେ ଅନୁସୂଚିତ ଜନଜାତି, ଶବର ଜାତିର ବିଧବା ମହିଳା। ତାଙ୍କର ନାବାଳିକା ଝିଅ ଅନ୍ତଃସତ୍ତା ହୋଇ ବଂଚିବ, ଝିଅ କାହାର ହେବ, ତାହାର ଭବିଷ୍ୟତ କଣ ହେବ ଏହା ଭାବି ଭାଂଗିପଡିଛନ୍ତୁ। ପୋଲିସ ଏହି କେଶ କୁ Pocso Act ଓ SC&ST POA Act ରେ ରୂପାନ୍ତରିତ ନକରି, ପୀଡିତା ଙ୍କୁ କ୍ଷତିପୂରଣ ନଦେଇ ପୋଲିସ ଅବହେଳା କରୁଛି ଓ ଅଭିଯୁକ୍ତ କୁ ଗିରଫ ନକରିବାରୁ ଅଭିଯୁକ୍ତ ଓ ତାଙ୍କ ପରିବାର ସମ୍ପର୍କୀୟ ଲୋକ ବିଧବା ମାଆ କୁ ଧମକ ଦେଉଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କୁ ଗିରଫ କରିବା ସହିତ ପୀଡିତାଙ୍କୁ ନ୍ୟାୟ, ସୁରକ୍ଷା, କ୍ଷତିପୂରଣ ପାଇଁ ଜିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଭାବେ ଜଣାଇବାପରେ ମଧ୍ୟ କେହି ନ ଶୁଣିବାରୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ଗନ୍ଦିଆ ଥାନା, ନିହାଲପ୍ରସାଦ ଥାନା, କଣ୍ଟାବଣିଆ ଥାନା, ମୋଟଙ୍ଗା ଥାନା ଅଂଚଳ ରେ ଘଟିଥିବା କେଶ ଗୁଡିକୁ ତୁରନ୍ତ ତଦନ୍ତ କରିବା ପାଇଁ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, DGP ଓଡିଶା କଟକ ଓ ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନକଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ତାଲା ପଡିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି। ଏହି ସଭା ପରିଚାଳନା କରିଥିଲେ ସମ୍ପାଦକ ଚିତ୍ରସେନ ନାଏକ ଓ ଧ୍ରୁବ ଚରଣ ବିଶ୍ୱାଳ, ଅକ୍ଷୟ ମଲ୍ଲିକ, ତ୍ରିଲୋଚନ ନାଏକ, ମଞ୍ଜୁ ସେଠି, ସୁଲୋଚନା ନାଏକ, ରୋହିତ ନାଏକ, ଲଷ୍ମୀଧର ମଲ୍ଲିକ, ଗୋପୀନାଥ ଦେହୁରୀ, ସୁଧାକର ଜେନା, ପ୍ରଦ୍ୟୁମ୍ନ ନାଏକ, ନିବାରଣ ନାଏକ, ଗୌତମ ପ୍ରଧାନ ଆଦି ସହଯୋଗ କରିଥିଲେ। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହିପରି ସମ୍ବେଦନଶୀଳ ଘଟଣାର କି ପଦକ୍ଷେପ ନେଉଛି l
https://youtu.be/PypTY9NKHCE?si=F02ROiQZFz_ygH9h
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.