ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ଚାଷ ଉପରେ କର୍ମଶାଳା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ର ଟାଟାଷ୍ଟିଲ ର ସହଯୋଗୀ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ପ୍ରକ୍ରିୟା ରେ ଚାଷ ଉପରେ ଚାଷୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଛି l ଏହି ଅବସରରେ ପଙ୍କପାଲ୍ ଓ ବାରବାଙ୍କି ଗ୍ରାମପଞ୍ଚାୟତର ଉଭୟ ସ୍ତ୍ରୀ, ପୁରୁଷ ୬୦ ଜଣ ଚାଷୀଙ୍କୁ ଏହି କର୍ମଶାଳା ରେ କିପରି କମ୍ ଖର୍ଚ୍ଚରେ ଏବଂ ଜୈବିକ ପଦ୍ଧତିରେ ଅଧିକ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ l କଲିକତା କୃଷି ସାଧାନ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶିଷ ଦାସ୍ ଉପସ୍ଥିତ ରହି ଏହା ବିଷୟରେ ଅଧିକ ସୂଚନା ଦେଇଥିଲେ l ଏବେ ଜୈବିକ ପ୍ରକ୍ରିୟା ରେ ଚାଷ ର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ସଚେତନତା ଆବଶ୍ୟକ ଅଛି l ତେଣୁ ସବୁଜ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ଏବେ ସମୟ ଆସିଛି ବୋଲି ଶ୍ରୀ ଦାସ କହିଥିଲେ l ଏହି କର୍ମଶାଳା ରେ କିପରି ଜମି ର ମାଟି କୁ ରଖିବା, କିଭଲି ଭାବରେ ବିହନ ଚୟନ କରିବା, ଏବଂ ଜୈବିକ ପଦ୍ଧତିରେ କିପରି ସାର ପ୍ରସ୍ତୁତ କରିବା ଏହିସବୁ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l କର୍ମଶାଳା ରେ ଉପସ୍ଥିତ ଚାଷୀ ଦାମୁ ମାରାଣ୍ଡି କହିଥିଲେ ଯେ ଆମେ ବହୁଦିନରୁ ପରିବା ଚାଷ କରିଆସୁଛି ବର୍ତ୍ତମାନ ବିନା ରସାୟନିକ ସାର ପ୍ରୟୋଗ କରି ଚାଷ ଯେଉଁ ଉତ୍ପାଦନ ହେବ ତାହାର ବଜାରରେ ଚାହିଦା ରହିଛି ରହିବ ବୋଲି କହିଥିଲେ l ଆଗାମୀ ଦିନରେ ସାରା ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ କୁ ପ୍ରଚାର ଓ ପ୍ରସାର କରିବାକୁ ନିଷ୍ପତ୍ତି ନେଇଛି ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !