ଆଧୁନିକତା ଚଳଣିକୁ ନେଇ କେମିତି ଚାଲିଛନ୍ତି ଯୁବପିଢ଼ି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

ହଜି ଯାଉଛି ଓଡିଶା ର ଲୋକକଳା ଓ ପରମ୍ପରା l ପଶ୍ଚାତ୍ ସଭ୍ୟତା କୁ ଅନୁସରଣ କରୁଛନ୍ତି ଆଜିର ଯୁବ ପଡ଼ି l ଆଉ ଗାଁ ରେ ଶୁଭୁନାହିଁ ଖୋଳ କୀର୍ତ୍ତନ, ଭାଗବତ, ଭଜନ, ଶଗଡିଆ ର ବୋଲି କି କେନ୍ଦରା ର ଶବ୍ଦ ଓ ବିଲୁଆ ର ହୋ କେ ହୋ l ଆଧୁନିକ ସମାଜରେ ପରିବର୍ତ୍ତନ ଆସିଛି ସେଥିପାଇଁ ଛୋଟ ପିଲାଙ୍କୁ ରୁଚି ହେଉନାହିଁ ପୋଡ଼ପିଠା, ଛତୁଆ, ମୁଢ଼ି଼, ଚୁଡ଼ା ଏବେ ସେମାନେ ଚାହୁଁଛନ୍ତି ଚ୍ୟାଉମିନି, ପିଜା ଏମିତି ଅନେକ ବିଦେଶୀ ଖାଦ୍ୟ ଯେଉଁଥିରେ ପାଟି କୁ ସ୍ୱାଦ ହେଲେ ଶରୀର ପ୍ରତି କ୍ଷତି l ଟଙ୍କା ଖର୍ଚ୍ଚ କରି ଆଜିର ଅଭିଭାବକ ମାନେ ରୋଗ କିଣୁଥିବା ପରିଲକ୍ଷିତ ହେଉଛି l ଏହି ବିଦେଶୀ ସଭ୍ୟତା ଆମକୁ ଏକ ସଂକ୍ରାମକ ରୋଗ ସଦୃଶ ଏମିତି ବ୍ୟାପି ଯାଇଛି ଯାହାଦ୍ବାରା ଶିକ୍ଷା, ସ୍ୟାସ୍ଥ୍ୟ, ପରିବେଶ, ଜଳ, ବାୟୁ, ଖାଦ୍ୟପେୟ ସବୁଥିରେ ବିଦେଶୀ ବାସନା l ଆଜି ଯୁଗରେ ଜନସାଧାରଣ ଭାବନାର ବିକାଶ ବଦଳରେ ବିନାଶ କାୟା ବିସ୍ତାର କରିବାରେ ଲାଗିଛି l ଯେପରି କି ପ୍ୟାକେଟ୍ ଖାଦ୍ୟ (junk food) ଆମେ ବ୍ୟବହାର କରିବା ଦ୍ୱାରା ରୋଗ ନିଶ୍ଚୟ ହେବ ବୋଲି ଆମେ ଜାଣି ମଧ୍ଯ ବହୁତ ମାତ୍ରାରେ ବ୍ୟବହାର କରିଛନ୍ତି l ଏମିତି ଜାଣିଶୁଣି ଆମେ ଆମର ସଭ୍ୟତା କୁ ଆଡ଼େଇ ଦେଇ ଆଧୁନିକ ସଭ୍ୟତା କୁ ଅନୁସରଣ କରୁଛନ୍ତି ଓ ନିଜର ଜୀବନକୁ ଧ୍ବଂସ ମୁଖକୁ ଆମନ୍ତ୍ରଣ କରୁଛନ୍ତି l ଏହି ଅବସରରେ ଆମେ ଜନସାଧାରଣ ବିଶେଷ କରି ଯୁବପିଢି ଙ୍କୁ ଏ ସମ୍ପର୍କରେ କିଛି ସୂଚନା ଦେଉଅଛୁ ଜଳ ବାୟୁ ପରିବର୍ତ୍ତନ ହେଉଛି ତେଣୁ ସୁସ୍ଥ ଜୀବନ ଯାପନ କରିବାକୁ ହେଲେ ଗଛ ର ଆବଶ୍ୟକତା କୁ ଭୁଲିବାକୁ ଚେଷ୍ଟା କରିବାନାହିଁ l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !