ମିଶ୍ରିଲାଲ୍ କମ୍ପାନୀ ର ସମ୍ପ୍ରସାରଣ କାର୍ଯ୍ୟ ନେଇ ହୋଇଥିବା ଜନଶୁଣାଣି କୁ ବିରୋଧ l

RITA VISION NEWS By Umakanta Mohapatra


         (ସପକ୍ଷବାଦୀ ସାଜିଲେ କମ୍ପାନୀର କର୍ମଚାରୀ) 

 ଯାଜପୁର ( କଳିଙ୍ଗନଗର ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅବସ୍ଥିତ ମିଶ୍ରିଲାଲ୍ କମ୍ପାନୀର ସମ୍ପ୍ରସାରିତ ସିଓବି ପ୍ଲାଣ୍ଟ ପାଇଁ ହୋଇଯାଇଥିବା ଜନଶୁଣାଣି କୁ ସ୍ଥାନୀୟ ପଙ୍କପାଳ ଗ୍ରାମପଞ୍ଚାୟତ ସମସ୍ତ ଜନସାଧାରଣ ବିରୋଧ କରିଥିଲେ l ଏଠାରେ ଦେଖିବାକୁ ମିଳିଲା ଯେ, ଏକ ଚଳ୍ରବ୍ୟୁହରେ କମ୍ପାନୀର କର୍ମଚାରୀ ମାନେ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଆଗରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l

ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ହୋଇଛି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କ କୌଣସି ଅଭିଯୋଗ ନାହିଁ କିନ୍ତୁ କମ୍ପାନୀ କତୃପକ୍ଷ ସାଧାରଣ ନିୟମ ପାଳନ କରୁନାହଁ ତେଣୁ ଏହାକୁ ନେଇ ସାଧାରଣରେ ତୀବ୍ର ବିରୋଧ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ପ୍ରୟୋଜିତ ଏହି ଜନଶୁଣାଣି ରେ କମ୍ପାନୀ ପକ୍ଷରୁ କେତେଜଣ ନାରୀ ନେତ୍ରୀ ଓ ଲୋକଙ୍କୁ ପ୍ରଭାବିତ କରାଇ କମ୍ପାନୀ ସପକ୍ଷରେ କହିବାକୁ ପ୍ରବର୍ତ୍ତାଇଥିଲେ l ପ୍ରକୃତ ପକ୍ଷେ ଜନସାଧାରଣ ଙ୍କ ମୌଳିକ ଅଧିକାର କୁ ଗୁରୁତ୍ଵ ନ ଦେଇ ନିଜର ସ୍ୱାର୍ଥ ପାଇଁ କମ୍ପାନୀ ସପକ୍ଷରେ ମତ ପ୍ରକାଶ କରିଥିବା ସାଧାରଣରେ ଭ୍ରମ ସୃଷ୍ଟି କରିଛି l ଲୋକମାନେ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ୍ କମ୍ପାନୀ ବିଗତ ଦିନରେ ଦେଇଥିବା ପ୍ରତିଶ୍ରୁତି କୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହିଁ l କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଜନସାଧାରଣ ଙ୍କୁ ଭୁଆଁ ବୁଲେଇ ଚାଲିଛି l ପ୍ରକୃତ ପକ୍ଷେ କାରଖାନା ର ଚତୁଃପାର୍ଶ୍ଵରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ l ଆଗାମୀ ଦିନରେ ଏହି ସବୁ ଉନ୍ନୟନ୍ନ କାର୍ଯ୍ୟ କରିବାକୁ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣଙ୍କ ନିକଟରେ କମ୍ପାନୀ ସର୍ତ ରଖିଛି l ଦେଖାଯାଉ ଆଗାମୀ ଦିନରେ କମ୍ପାନୀ ଜନସାଧାରଣ ଙ୍କ ନିକଟତର ହୋଇ କିପରିଭାବରେ ନିକଟସ୍ଥ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିବ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !