ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବାଦ୍ l

RITA VISION NEWS By Umakanta Mohapatra

(ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି) 

ଯାଜପୁର (କଳିଙ୍ଗନଗର ) :- ରାଜନୈତିକ ଆକ୍ରୋଶର ଶିକାର ହୋଇ ବାଦ୍ ପଡ଼ିଲେ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନା ରେ ସ୍ୱଚ୍ଛତା ନେଇ ସରକାର ଅନେକ ପଦକ୍ଷେପ ନେଇଥିବା କହୁଛନ୍ତି।ଆବାସ ଯୋଜନାକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟଣା ଓଟରା ହୋଇ ରାଜ୍ୟରେ ଉଷ୍ମତା ଲାଗିରହିଥିବା ବେଳେ ଦାନଗଦୀ ବ୍ଲକ୍ ଅଧୀନସ୍ଥ ମନତୀରା ପଞ୍ଚାୟତ ରାବଣା ଗ୍ରାମରେ ସେମିତି ଜଣେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଛନ୍ତି।ଯାହାକୁ ନେଇ ସେ ବାର ଦୁଆର ସୁଣ୍ଢି ପିଣ୍ଢା ହେଉଛନ୍ତି । ରାବଣା ଗ୍ରାମର ଅଭିମନ୍ୟୁ ନାଥ।ସେ ଜଣେ ଦିନ ଦୁଃଖୀ। ରହିବା ପାଇଁ ଘର ଖଣ୍ଡେ ନାହିଁ।ରହୁଥିବା ଘରର ଚାଳ ଛିଡି ପଡୁଛି।ସେ ଜଣେ ମଧ୍ୟ ସାମାନ୍ୟ ମାନସିକ ଭାରାକ୍ରାନ୍ତ ବ୍ୟକ୍ତି।ତିନି ତିନୋଟି ଝିଅ, ସବା ସାନ ଝିଅଟି ଜନ୍ମରୁ ବିକଳାଙ୍ଗ।ଏହା ସତ୍ତ୍ୱେ ତାଙ୍କ ଉପରେ ନିଜକୁ ନେତା ବୋଲାଉଥିବା ରାବଣା ଗ୍ରାମର ତଥାକଥିତ ନେତା ବୋଲାଉଥିବା ମନୋଜ କୁମାର ବେହେରା ରାଜନୀତି ର ଆକ୍ରୋଶ ରେ ତାଙ୍କର ଆବାସ ଯୋଜନା ଟିକୁ କାଟିଦେଇଛନ୍ତି ବୋଲି ଅଭିମନ୍ୟୁ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ବେଳେ ସେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି ବୋଲି ଆବାସ ଯୋଜନାର ତାଲିକାରୁ ତାଙ୍କ ନାମ କାଟି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।ଆବାସ ଯୋଜନାରେ ତାଙ୍କ ନାମ ଥାଇ ଶେଷ ମୁହୂର୍ତ୍ତରେ ତାଙ୍କ ନାମକୁ ତାଲିକାରୁ ବାଦ୍ ଦେଇଛନ୍ତି।ପଞ୍ଚାୟତ ରେ ବିନା ଗ୍ରାମ ସଭାରେ କାହାକୁ କିଛି ନ ଜଣାଇ ମାନତୀରା କାର୍ଯ୍ୟନିର୍ବାହୀ ଅଧିକାରୀ ନିଜର ମନ ମାନୀ କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି।ଏ କିଛିଦିନ ତଳେ ଅନେକ ଖବର କାଗଜରେ ମଧ୍ୟ ମାନତୀରା ଭି ଏଲ ଡବ୍ଲୁ ଆବାସ ଯୋଜନା ପାଇଁ ଲାଞ୍ଚ ମଗୁଥିବାର ଖବର ପ୍ରସାରଣ ହୋଇଥିଲା।ଏ ବିଷୟରେ ମାନତୀରା ପଞ୍ଚାୟତର ସରପଞ୍ଚ ଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ ଏ ବିଷୟରେ କିଛି ଜାଣି ନାହିଁ। ମୋ ଅଗୋଚରରେ ଏ ସବୁ ହେଉଛି।ସେଥି ପାଇଁ ମୁଁ ସନ୍ଦେହରେ ଅଛି।କିନ୍ତୁ ଯୋଉ ଦୁଇ ଜଣଙ୍କୁ ଆବାସ ତାଲିକାରୁ ବାଦ୍ ଦିଆ ଯାଇଛି ସେମାନେ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି।ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ପଞ୍ଚାୟତରେ ସରପଞ୍ଚ କିଛି ଜାଣି ପାରୁନାହାନ୍ତି ତେବେ ପଞ୍ଚାୟତ ପରିଚାଳନା କରୁଛି କିଏ ? ଏଇଠି ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା କେତେ ଯୁକ୍ତି ଯୁକ୍ତ ସାଧାରଣରେ ଆଲୋଚନା ହେଉଛି।ସାଧାରଣରେ ପ୍ରଶ୍ନ ଉଠୁଚି ଯଦି କୌଣସି ବ୍ୟକ୍ତି ର ଆବାସ ଯୋଜନା ତାଲିକାରେ ନାମ ଥାଇ ଶେଷ ମୁହୂର୍ତ୍ତରେ ନାମ କାଟି ଦିଆଯାଉଛି ତେବେ ତାହାର କିପରି ଭାବରେ ତଦନ୍ତ କରି ନାମ କଟାଯାଉଛି ।ଯାହାର ଆବାସ ଘର କଟୁଛି ତାହା ଘରକୁ ଯାଞ୍ଚ ପାଇଁ କୌଣସି ସରକାରୀ ଅଧିକାରୀ ନ ଆସି କିଛି ତଦନ୍ତ ନ କରି କିପରି ଆବାସ ତାଲିକାରୁ ବାଦ୍ ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠିଛି ।ଏଥିରୁ ଜଣା ପଡୁଛି ମାନତୀରା ପଞ୍ଚାୟତରେ କିପରି ଆବାସ ଯୋଜନାରେ ସ୍ୱଚ୍ଛତା ରଖାଯାଇଛି।ମାନତୀରା ପଞ୍ଚାୟତ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି ଯାହା ସାଧାରଣରେ ଅଭିଯୋଗ ହୋଇଛି।ଏ ବିଷୟରେ ଅଭିମନ୍ୟୁ ଦାନଗଦି ବି ଡି ଓ ଙ୍କୁ ଏକ ଦରଖାସ୍ତ ଦେଇଛନ୍ତି।ତେଣୁ ଆବାସ ଯୋଜନାରେ କିପରି ସ୍ୱଚ୍ଛତା ବାଜାୟ ରଖି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ଯିବା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !