ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ସୁକିନ୍ଦା, ଖରଡ଼ି, ଯାଜପୁର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ଯାଜପୁର - ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ଗ୍ରାମ ପଞ୍ଚାୟତ ରେ ମହାସମାରୋହରେ ପାଳିତ ହେଉଛି ବାବା ଶ୍ରୀ ଶ୍ରୀ ସିଦ୍ଧେଶ୍ବର ବାବାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ l ଏହି ଅବସରରେ ଚଳିତ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଇଂରାଜୀ ଫେବୃଆରୀ ମାସ ୧୨ ତାରିଖରେ ଅଙ୍କୁରାରୋପଣ ଓ ୧୪ ତାରିଖ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପର୍ଯ୍ୟାୟକ୍ରମେ ପୂଜା ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି, ବାବାଙ୍କ ମହାତ୍ମା ରେ ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ଯାରେ ଭକ୍ତ ଏହି ପୂଣ୍ୟ କାର୍ଯ୍ୟ ରେ ଯୋଗଦାନ କରିବା ସହିତ ଯଥା ସାମର୍ଥ୍ୟ ବାବା ସିଦ୍ଧେଶ୍ବର ମନ୍ଦିର ପାଇଁ ସାହାଯ୍ୟ ସହୋଯାଗ କରୁଛନ୍ତି l ଖରଡ଼ି ଗ୍ରାମର ବାବା ସିଦ୍ଧେଶ୍ଵର ମନ୍ଦିର କମିଟିର ସମସ୍ତ ସଦସ୍ୟ ବୃନ୍ଦ ଏହି କର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରୁଛନ୍ତି l ପ୍ରତ୍ୟେକ ଦିନ ଶହ ଶହ ସଂଖ୍ଯାରେ ଭକ୍ତ ଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି l ଏହି କର୍ଯ୍ୟକ୍ରମ ଚଳିତ ମାସ ୧୮ ତାରିଖରେ ସମାପନ ହେବ ବୋଲି ମନ୍ଦିର ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜନସାଧାରଣ ଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ , ପ୍ରବଚନ, ଭଜନ ପରିବେଷଣ କରାଯାଉଛି l ଏହିଭଳି ଧାର୍ମିକ ଓ ପବିତ୍ର କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ଖରଡ଼ି ଗ୍ରାମର ବାବା ସିଦ୍ଧେଶ୍ଵର ମନ୍ଦିର କମିଟି କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଯଦି କେହି ଭକ୍ତ ସହୃଦୟ ରୁ ବାବାଙ୍କ ମନ୍ଦିର କୁ ଦାନଧର୍ମ କରିବେ ତେବେ ସୁକିନ୍ଦା, ଖରଡ଼ି, ଜିଲ୍ଲା ଯାଜପୁର ମୋବାଇଲ୍ ନଂ - 9668562806 ରେ ଯୋଗଯୋଗ କରିପାରିବେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !