ଯାଜପୁର ପୌର ପରିଷଦ କୁସୁମା ପରିସରରେ ନିର୍ମିତ ଗୃହ ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସ୍ପଷ୍ଟୋକ୍ତି ।

ଯାଜପୁର(୬/୭):- ଯାଜପୁର ଜିଲ୍ଲା ସଦର ମହକୁମାର ଯାଜପୁର ପୌର ପରିଷଦ କୁସୁମା ପରିସରରେ ଥ‌ିବା ଗୃହ ଗୁଡ଼ିକ ଉପରେ ବିଭିନ୍ନ ପ୍ରକାରର ପ୍ରସ୍ନବାଚୀ ସୃଷ୍ଟି ହେବାଦ୍ବାରା ଯାଜପୁର ଜିଲ୍ଲାର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଆଜି ନିଜର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି। କୁସୁମା ପରିସରରେ ଯେଉଁ ଗୃହ ଗୁଡ଼ିକ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ ପ୍ରସଙ୍ଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। କୁସୁମା ପରିସରରେ ଯେଉଁ ଗୃହ ଗୁଡ଼ିକ ପାଖାପାଖି ୭/୮ କୋଟି ବ୍ୟୟରେ ନିର୍ମିତ ହୋଇଛି ତାହା ରାଜ୍ୟ ସରକାରଙ୍କ କୌଣସି ବିଭାଗୀୟ ଅର୍ଥରେ ନିର୍ମାଣ କରାଯାଇନାହିଁ । ଏହା ଯାଜପୁର
ପୌର ପରିଷଦ ଜାଗାରେ ଆର କେ ଡି Construction Pvt. Ltd, ଏସ ଏମ ମହାନ୍ତି ଗ୍ରୁପ ଏବଂ ଏନ୍ ବି ସି ସି ଇଣ୍ଡିଆ ଲିମିଟେଡେ ଦ୍ଵାରା ସି ଏସ ଆର ପାଣ୍ଠିରେ ନିର୍ମାଣ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିବାସହ ଏହାର ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏହା ଜିଲ୍ଲାପ୍ରଶାସନ ଅଧୂନକୁ ଅଣାଯିବ ବୋଲି କହିଛନ୍ତି । ଏଣୁ ଜନସାଧାରଣ, ବୁଦ୍ଧିଜିବୀ ମହଲ ଏଥୁରେ ବିବ୍ରତ ନ ହୋଇ ଧର୍ଯ୍ୟଧର ସହ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନକୁ ସହୋଯାଗ କରିବାକୁ ପରାମର୍ଶ ଦେଇଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !