ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଜିଲ୍ଲା ପୁଲିସ ସହଯୋଗରେ ‘ସାଇବର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ l

ଯାଜପୁର (କଳିଙ୍ଗନଗର) :- ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଯାଜପୁର ପୁଲିସ ସହଯୋଗରେ ଏହାର ହାଉସିଂ କମ୍ପ୍ଲେକ୍ସରେ ସାଇବର ନିରାପତା ଉପରେ ଏକ ସଚେତନତା ଅଧିବେଶନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଧବେଶନରେ ବିଭିନ୍ନ ଶିଳ୍ପ, ସ୍ଥାନୀୟ ସମୁଦାୟ ଏବଂ ଟାଟା ଷ୍ଟିଲର ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକ ଅଂଶଗ୍ରହଣ କରିଥିଲେ ।
ଏହି ଅଧିବେଶନରେ କଳିଙ୍ଗନଗର ଏଏସ୍‌ପି ଏସ୍ ଟପୋ , ଟିଏସ୍କେର ଏଚ୍ଆରବିପି ମୁଖ୍ୟ ୟଶବନ୍ତ ପାଣ୍ଡେ, ଯଖପୁରା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଓ ଯାଜପୁର ସାଇବର୍ ସେଲ୍ ଟିମ୍ ସଦ୍ୟସ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର, ଟାଟା ଷ୍ଟିଲ୍‌ର ଅନ୍ୟ ଅଧିକାରୀ ଏବଂ ଜେଏସ୍‌ଡବ୍ଲୁ, ଜେଏସ୍ଏଲ,ଭିସା ଷ୍ଟିଲ, ଏନ୍‌ଆଇଏନ୍ଏଲ, ଏଫ୍ଏପି, ଯାଜପୁର ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅଧିବେଶନରେ ସାଇବର ଅପରାଧ ଘଟାଇବା ପାଇଁ ଠକମାନେ ବ୍ୟବହାର କରୁଥିବା କୌଶଳ, ଯେଉଁଥରେ ସୋସିଆଲ ମିଡିଆ ଠକେଇ, ୟୁପିଆଇ ଠକେଇ, ଏଟିଏମ୍ ଠକେଇ, ଅନଲାଇନ ବ୍ୟାଙ୍କି କାରବାର ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସାଇବର ଠକେଇ ରୋକିବା ପାଇଁ ବିଭିନ୍ନ ଉପାୟ ବୁଝାଇବା ପାଇଁ ଏକ ନୁକ୍‌ଡ୍ ନାଟକର ଆୟୋଜନ କରାଯାଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !