କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଛତ୍ର ଛାୟାରେ ରେ ଚାଲିଛି ଦେଶୀ ମଦ କାରବାର, ସହଯୋଗ କରୁଛି ସ୍ଥାନୀୟ ପୋଲିସ l

ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ର ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ସହର ସାହି ରେ ଚାଲିଛି ବେଆଇନ୍ ଭାବେ ଦେଶୀ ମଦ ବିକ୍ରି l ଅନ୍ୟ ଜିଲ୍ଲାରୁ ଆସି ଏଇ କିଛି ବର୍ଷ ଧରି ମାନଗୋବିନ୍ଦ ପୁର ସହର ସାହି ରେ ରହି ଆସୁଥିବା ଲୋକନ ମାଝୀ ଏବଂ ରେଣୁବାଳା ସିଂ ସ୍ୱା. ମଦନ ନାୟକ ନିଜ ଘରେ ଦେଶୀ ମଦ ସହିତ ସ୍ପିରିଟ୍ ମିଶା ନିଶା ପାନୀୟ ବିକ୍ରୀ କରୁଛନ୍ତି l ସହର ସାହି ର ଲୋକମାନେ ଏହାକୁ ବିରୋଧ କରି ସ୍ଥାନୀୟ ଧୂଳିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅବକାରୀ ବିଭାଗ କୁ ଜଣାଇଥିଲେ l ଗତ ଅଗଷ୍ଟ ୨୮ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ସେଠାରୁ କିଛି ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିଲା l ଜମିନ୍ ପାଇ ଫେରିଥିବା ଉକ୍ତ ଲୋକ ସ୍ଥାନୀୟ ଶାସାକ ଦଳର କିଛି କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ମୋହରା କରି ପୁନର୍ବାର ଚୋରା ମଦ ବ୍ଯବସାୟ ଆରମ୍ଭ କରିଲା l ବସ୍ତି ବାସିନ୍ଦା ଲୋକମାନେ ଏହାକୁ ବିରୋଧ କରିବାରୁ, ବସ୍ତିର ମୁଖିଆ ସଂଗ୍ରାମ ବିଶ୍ଵାଳ ଙ୍କୁ ଅନ୍ୟ ଏକ ପାଖ ପଞ୍ଚାୟତର ଦୁଇଜଣ ଗୁଣ୍ଡା ଲୋକଙ୍କୁ ଲଗାଇ ଧମକ ଦେବାକୁ ପଛାଇ ନ ଥିଲା l ଆଜି ଏହି ଦୁଇ ଅସାମାଜିକ ବ୍ୟକ୍ତି ଓଲଳ ଗ୍ରାମର ଲୋଚନ ପେରାଇ ଓ ତ୍ରିଲୋଚନ ପେରାଇ ସଂଗ୍ରାମ ବିଶ୍ଵାଳ ଙ୍କ ଘରେ ପହଞ୍ଚି '' ସେ ସ୍ତ୍ରୀ ଲୋକ ମଦ ବିକିବ ତୁମେ ଯଦି ବିରୋଧ କରିବ ତୁମକୁ ଜୀବନରୁ ମାରିଦେବୁ '' ବୋଲି ଧମକ ଦେଇଥିଲେ ବୋଲି ଦାନଗଦି ଫାଣ୍ଡି ରେ ସଂଗ୍ରାମ ବିଶ୍ଵାଳ ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ପୋଲିସ୍  ମଧ୍ଯ ଏହି ମଦ ବିକ୍ରି କୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି l ପୋଲିସ୍ ଓ କୁଜିନେତା ଏମିତି ଗାଁ ଗାଁ ରେ ଦେଶୀ ମଦ ବିକ୍ରି କରିବାକୁ ପ୍ରୋତ୍ସାହିତ କରିବେ ତାହାଲେ ଆଗାମୀ ଦିନରେ ଗାଁ ରେ ଅଶାନ୍ତି ସୃଷ୍ଟି ହେବା ସହ ଦଙ୍ଗା ରାହାଜାନି ବଢ଼ି ଚାଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଉପରିସ୍ଥ ଅଧିକାରୀ ଏହି ସମ୍ବେଦନଶୀଳ ଘଟଣା ଉପରେ ନଜର ରଖିବାକୁ ଦାବୀ ହେଉଛି l (Rita vision News) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !