ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ‘ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ’ ଆୟୋଜିତ l

ଯାଜପୁର (କଳିଙ୍ଗନଗର) ୧୮/୦୪ : - ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ସହଯୋଗିତାରେ ସୋମବାର ଟିଏସ୍‌ କାପାବିଲିଟି ଡେଭେଲପ୍‌ମେଟ୍ ଟ୍ରେନିଂ ସେଣ୍ଟର ଅଡିଟୋରିୟମ୍‌ରେ‘ଶିଳ୍ପ ସୁରକ୍ଷା’ ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଵାଲିଟି ଆଣ୍ଡ୍ ଏନଭର୍ସମେଟ୍ ମ୍ୟାନେଜମେଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍ସ୍) ସହଯୋଗରେ ଆୟୋଜନ କରାଯାଇଥିବା ଏହି ଦିନିକିଆ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ୨୧ଟି ଶିଳ୍ପର ସୁରକ୍ଷା ବିଭାଗର ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଯାଜପୁର ଡିଭିଜନର ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୂତାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ପରିଚାଳନା ବିଭାଗର ମୁଖ୍ୟ ବିନୀତ ରଂଜନ ତ୍ରିପାଠୀ, ଟାଟା ଷ୍ଟିଲ୍ କଳିଙ୍ଗନଗରର କୋଲ୍‌ଡ ରୋଲ୍ ମିଲ୍ ବିଭାଗର ମୁଖ୍ୟ ପ୍ରବୀଣ ଭି ଥାମ୍ପି, ଟାଟା ଷ୍ଟିଲ୍‌ କଳିଙ୍ଗନଗର ମେକାନିକାଲ୍ ମେଟେନାନ୍ସ ବିଭାଗର ମୁଖ୍ୟ ନାଗା ପ୍ରଶାନ୍ତ, ଟାଟା ଷ୍ଟିଲ୍‌ କଳିଙ୍ଗନଗରର ସୁରକ୍ଷା ବିଭାଗର ମୁଖ୍ୟ ରବି ଏସ୍ ମିଶ୍ର, ଆଇକ୍ୟୁଇଏମ୍ସର ପରିଚାଳନା ନିର୍ଦ୍ଦେଶକ
ଦେବାଶିଷ ପାଣିଗ୍ରାହୀ ଓ କଳିଙ୍ଗନଗର ଆଖପାଖର ବିଭିନ୍ନ ଶିଳ୍ପର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧିବେଶନ ସମୟରେ ଉମେଶ ଚନ୍ଦ୍ର ସୂତାର ଅଂଶଗ୍ରହଣକାରୀମାନଙ୍କୁ ଶିଳ୍ପ ସୁରକ୍ଷାର ବିଭିନ୍ନ ଦିଗ ଉପରେ ସୂଚିତ କରିଥିଲେ ଏବଂ ଶିଳ୍ପରେ ଶୂନ୍ୟ ଦୁର୍ଘଟଣା ହାସଲ କରିବାର ଗୁରୁତ୍ଵ ଏବଂ ତାଲିମ ଓ ଦକ୍ଷତା ବିକାଶ ଜରିଆରେ ଶିଳ୍ପ କର୍ମଚାରୀଙ୍କ ଦକ୍ଷତାର ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ ।ପୁନଶ୍ଚ, ଆଇକ୍ୟୁଇଏମ୍ଏସ୍‌ର ପାଂଚ ଜଣ ଅଭିଜ୍ଞ ପ୍ରଶିକ୍ଷକ ବ୍ୟବହାର ଭିତିକ ସୁରକ୍ଷା ଓ ଫେଲ୍‌ ଲିଡରସିପ୍, ପ୍ରକ୍ରିୟା ସୁରକ୍ଷା, ବିପଦ ଭିତିକଭାବନା ଓ ଅଗ୍ନିଶମ ସୁରକ୍ଷା ଭଳି ବିଭିନ୍ନ ବିଷୟ ଉପରେ ତାଲିମ ଅଧିବେଶନ ଆୟୋଜନ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !