ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସେବା କାର୍ଯ୍ୟ ।

ପୁରୀ (ବ୍ୟୁରୋ ରିପୋର୍ଟ) :- ସର୍ବ ଭାରତୀୟ ଆଜାଦ୍ ଠେଙ୍ଗା ବାହିନୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମିଳିତ ସହଯୋଗ ଦ୍ୱାରା ପବିତ୍ର ରଥଯାତ୍ରା ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଲକ୍ଷ ଲକ୍ଷ ଭକ୍ତ ଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନ ର ବ୍ୟବସ୍ଥା ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି। ସ୍ବେଛାସେବୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଏଠାରେ ସୂଚନା ଥାଉକି ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ- ଏକ ଅଗ୍ରଣୀ ଆନ୍ତର୍ଜାତୀୟ ମାନକ ସଂଗଠନ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଛି, ଯାହା ମାନବିକ ଅଧିକାର କୁ ଉଲଘଂନ ବିରୋଧରେ ସ୍ୱର ଉତତୋଳନ ସହିତ ବିଭିନ୍ନ ପ୍ରକାର ସାମାଜିକ ଓ ଜଣ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ରହି ସାମାଜ କଲ୍ୟାଣ କାର୍ଯ୍ୟକ୍ରମ କରିଥାଏ ।
କେବଳ ଓଡ଼ିଶା ରାଜ୍ୟ ର ନୁହେଁ, ବରଂ ଭାରତ ବର୍ଷ ଏବଂ ବିଦେଶର ହଜାର ହଜାର ସଦସ୍ୟ ଙ୍କୁ ନେଇ ଆଇଏଚ୍ଚଆର୍ଡି ଏବଂ ସମୁଦାୟ ମାନବିକ ଅଧିକାର ର ସୁରକ୍ଷା ପାଇଁ, ଆମର ସମାଜ ନିଶ୍ୱାର୍ଥ ପର ସେବା ରେ ଜଡ଼ିତ। ଜାତି, ଧର୍ମ, ରଙ୍ଗ, ଲିଙ୍ଗ ଏବଂ ଭାଷାର କୌଣଷି ଭେଦଭାବ ନ କରି ସର୍ବଦା ମାନବିକ ଅଧିକାର କୁ ଉଲଂଘନ ନ କରିବା ନିମନ୍ତେ ଆଇଏଚ୍ଚଆର୍ଡି ସଂସ୍ଥା ମାନବିକ ଅଧିକାର କୁ ପ୍ରୋତ୍ସାହନ ଓ ସାମ୍ବିଧାନିକ ନିୟମ ର ସୁରକ୍ଷା ରଖିବାକୁ ପ୍ରତିଶ୍ରୁତିବଦ୍ଧ ।  
ସାମ୍ବିଧାନିକ ନିୟମ ର ସୁରକ୍ଷା ତଥା ସାଧାରଣ ଲୋକ ଙ୍କୁ ଯେ କୌଣସି ବ୍ୟକ୍ତି ଙ୍କ ଦ୍ୱାରା ଦୁର୍ନୀତି ବିରୋଧରେ ଲଢ଼େଇ ନିମନ୍ତେ ସଶକ୍ତିକରଣ କରିବା ପାଇଁ ପ୍ରତେକ ଦିଗରେ "ସାମାଜିକ ନ୍ୟାୟ ଏବଂ ଶକ୍ତି" ସମ୍ବନ୍ଧୀୟ ସାମାଜିକ ସେବା ପ୍ରଦାନ କରିଥାଏ । ସାଧାରଣ ଜନତାଙ୍କ, ଆଇନ୍ ଗତ ଅଧିକାର ଉଲ୍ଲଙ୍ଘନ ଓ ସମାଜରେ ଗ୍ରାଉଣ୍ଡ ଜ୍ଜିରୋ ରେ ସବୁ ବେଳେ ଆବଶ୍ୟକ ସହଯୋଗ ବିସ୍ତାର ସହିତ ସମାଜର ଦୁର୍ନୀତି ଦୂର କରିବାର ସ୍ୱର ଉତୋଳନ କରିବାକୁ ଜନ ସାଧାରଣ ଙ୍କୁ ଶିକ୍ଷା ଦିଆଯାଇଥାଏ।
ସାଧାରଣଙ୍କ ଜନତା ଙ୍କୁ ହଇରାଣ କରୁଥିବା, ବ୍ୟକ୍ତିଙ୍କ ମାନବିକ ଅଧିକାରର ପରାମର୍ଶ, ସୁରକ୍ଷା, ପ୍ରୋତ୍ସାହନ ଏବଂ ରକ୍ଷା ପାଇଁ ବିଶେଷଜ୍ଞ ରୂପରେ କାର୍ଯ୍ୟ କରି ଆସୁଛନ୍ତି। ଆମର ବିଶେଷଜ୍ଞ ଦଳ ଜାତି, ଧର୍ମ, ଲିଙ୍ଗ ଏବଂ ଭାଷାର କୌଣଷି ବିନା ଭେଦଭାବ ରେ, ମିଳିତ ଭାବରେ ମାନବ ଅଧିକାର ରକ୍ଷାକାରୀ, ମିଳିତ ସଂଗଠନ ଭାବରେ ଜାତି ସଙ୍ଘର ନିୟମ ଓ କାନୁନ୍ ମାନି ସମଗ୍ର ବିଶ୍ଵ ରେ ପ୍ରମାଣିତ ହୋଇଛି ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଅଧ୍ୟକ୍ ଓ ପ୍ରତିଷ୍ଟାତା ଶ୍ରୀଯୁକ୍ତ ମୀନ କେତନ ପଟ୍ଟନାୟକ କହଛନ୍ତି।
ସମ୍ପ୍ରତି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ଜାତିସଂଘରୁ ଇକୋସୋକ୍ ପ୍ରମାଣପତ୍ର ପ୍ରାପ୍ତ କରିଛି | ଜାତିସଙ୍ଘ ଇକୋସୋକ୍ ଲକ୍ଷ୍ୟ ହେଉଛି, ସମଗ୍ର ବିଶ୍ୱର ନିରନ୍ତର ବିକାଶର ତିନୋଟି ଦିଗ - ସମାଜରେ ଅର୍ଥନ୍ୟେତିକ, ସାମାଜିକ ଏବଂ ପରିବେଶ କୁ ସମଗ୍ର ବିଶ୍ୱରେ ସେବା ର ପ୍ରତୀକ ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଗଲ୍ଫ ଦେଶ ର ସଭାପତି ଓ ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ - ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ କହିଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !