ଟାଟା ପାୱାର ମନମୁଖୀ କାର୍ଯ୍ୟ ପାଇଁ ନିରିହ ଗୋ ମାତା ର ଜୀବନ ଗଲା !

କଳିଙ୍ଗନଗର : - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ ରେ ଥିବା ଷ୍ଟେସନ ସାହି ରେ ମୁକୁଳା ପଡିଥିବା ବିଦ୍ୟୁତ ଷ୍ଟାନ୍ସଫର୍ମର ରେ ଥିବା ଆର୍ଥଂରେ ପଏଣ୍ଟ ରେ ଲାଗି ଗୋଟିଏ ଗାଇ ମୁତ୍ଯୁ ବରଣ କରିଛି। ଯାହାକି ଉକ୍ତ ଗ୍ରାମର ଅଭିଶେକ ସାମଲଙ୍କ ର ବୋଲି ଜଣାପଡିଛି। ଉକ୍ତ ଷ୍ଟାନ୍ସଫର୍ମର ଗତ ଏକ ମାସ ହେବ ଏହି ପରି ଆର୍ଥଂରେ କରେଣ୍ଟ ଆସୁଛି ବୋଲି ଅଭିଯୋଗ କରୁଥିଲେ ମଧ୍ଯ ଟାଟା ପାୱାର ରେ କାର୍ଯ୍ୟ କରୁଥିବା କର୍ମଚାରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଯାହା ଫଳରେ ଆଜି ନିରିହ ଗୋ ମାତାର ଜୀବନ ଯାଇଥିବା ଆଲୋଚନା ହେଉଛି। ସଂପୃକ୍ତ ଗୋ ମାତାର ମୁତ୍ଯୁ ବରଣ ପରେ ସ୍ଥାନୀୟ ଭିଏସ,ଏଲଆଇ ଆସି ଗାଇଟି ମୁତ୍ଯୁ ହୋଇଥିବା ସହ ତଦନ୍ତ କରିଥିବା ସହିତ ଗାଇଟି ର ପୋଷ୍ଟବଟମ କରିଥିବା ଦେଖିବାକୁ ମିଲିଛି। ମାତ୍ର ଦୁଃଖ ର ବିଷୟ ଟାଟା ପାୱାର ର କୌଣସି କର୍ମଚାରୀ ଆସିନଥିବାରୁ କିଛି ସମୟ ସେଠାରେ ଉପସ୍ଥିତ ଲୋକ ହୋହାଲ୍ଲା କରିଥିବା ଦେଖିବାକୁ ମିଲିଛି। ଖବରପାଇ ଯଖପୁରା ଥାନା ପୋଲିସ ରବିନ୍ଦ୍ର କୁମାର ପ୍ରଧାନ ଆସି ଘଟଣା ସ୍ଥଳକୁ ଆସିଥିବା ଦେଖିବାକୁ ମିଲିଛି।ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ କରୁଥିବା ପ୍ରଚାରପ୍ରସାର କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା l ଏହି ଯଖପୁରା ଗ୍ରାମରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଯଖପୁରା ଗ୍ରାମକୁ ଟାଟା ପାୱାର ପୂର୍ବରୁ ପୋଷ୍ଯ ଗ୍ରାମ ରୂପେ ଗ୍ରହଣ କରିଥିବା ମଧ୍ଯ ସୂଚନା ମିଲିଛି।ମାତ୍ର ପୋଷ୍ଯ ଗ୍ରାମରେ ଏପରି ଅସୁରକ୍ଷିତ ବିଦ୍ୟୁତ୍ ସେବା ଯାହା କି ଆଖିରେ ନ ଦେଖିଲେ ଜାଣିହେବ ନାହିଁ l ମୁକୁଳା ପଡ଼ିଛି ଏକାଧିକ ଟ୍ରାନ୍ସଫର୍ମର ଯଦି ପୁଣି ଆଗକୁ କୌଣସି ଦୁର୍ଘଟଣା ଘଟେ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !