କଳିଙ୍ଗ ନଗର ଲୋୟଲା ସ୍କୁଲ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର (କଳିଙ୍ଗନଗର) : - କଳିଙ୍ଗ ନଗର ଟାଟା ଷ୍ଟିଲ ଦ୍ବାରା ପରିଚାଳିତ ଲୋୟଲା ସ୍କୁଲ ରେ ଅଭିଭବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଭାବକ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ଦକ୍ଷତା ଓ ଗ୍ରାମିଣ ବିକାଶ , ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଈ ଓ ସମ୍ମାନୀତ ଅତିଥି ଭାବେ ବିଜେଡିର ବରିଷ୍ଠ ନେତ୍ରୀ ଯାଜପୁର ମହିଳା ଜନତାଦଳର ସାଧାରଣ ସଂପାଦିକା ଉଷାରାଣି ସାମଲ ଯୋଗ ଦେଇଥିଲେ l ଏହି ଅବସରରେ ଜିନ୍ଦଲ ଷ୍ଟିଲ ର ଏଚଆର ଓ ଆରଆଇ ବିଭାଗ ର ସହକାରୀ ଉପସଭାପତି ଶ୍ରୀ ରାକେଶ ପାଠକ ଏବଂ ଟାଟାଷ୍ଟିଲ କଳିଙ୍ଗ ନଗର ପ୍ରଶାସନ ବିଭାଗ ର ମୁଖ୍ଯ ଶ୍ରୀ ଅମିତାଭ ମୁଖାର୍ଜୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଏଲକେଜି ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଗତ ଶିକ୍ଷା ମାସରେ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l ପରିବେଷିତ କାର୍ଯ୍ୟକ୍ରମ କୁ ଉପସ୍ଥିତ ଅଭିଭାବକ ଅତିଥୀ ଦର୍ଶକ ମାନେ ଭୁସିତ ପ୍ରଶଂସା କରିଥିଲେ l ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ଲାଗି ଭୁବନେଶ୍ବର ଲୋୟଲା ସ୍କୁଲ,ଯାଜପୁର ରୋଡର ସେଣ୍ଟ ମେରି ସ୍କୁଲ ଓ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା l ଦର୍ଶକ ମାନଙ୍କୁ ସମ୍ବୋଧନ କରିବା ଅବସରରେ ଶ୍ରୀଯୁକ୍ତ ଘଡେଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏକ ଶାନ୍ତ ଓଶିକ୍ଷା ଅନୁକୁଳ ପରିବେଶରେ ଉଚ୍ଚତମ ଶିକ୍ଷାର ଭିତ୍ତିଭୂମିର ପ୍ରତିଷ୍ଠା କରିଥିବାରୁ ଲୋୟଲା ସ୍କୁଲ କର୍ତ୍ତୃପକ୍ଷ ଓ ଟାଟାଷ୍ଟିଲ ର ପ୍ରଶଂସା କରିଥିଲେ l ଲୋୟଲା ସ୍କୁଲ ର ପ୍ରିନ୍ସିପାଲ ଫାଦର ଜୟସନ ଉପସ୍ଥିତ ସମସ୍ତ ଅତିଥି ଅଭିଭାବକ ଓ ସ୍କୁଲ ର ଶିକ୍ଷିକ ଶିକ୍ଷୟତ୍ରୀ ମାନଙ୍କୁ ଅନୁଷ୍ଠାନର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !