ଭିଜିଲାନ୍ସ ଜାଲରେ ମହାବିର ରୋଡ଼ ପୋଲିସ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ l

ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଭିଜିଲାନ୍ସ ଜାଲରେ ମହାବୀର ରୋଡ ଫାଣ୍ଡି ଅଧିକାରୀ ପୋଲିସ ଏସ ଆଇ ସମରେନ୍ଦ୍ର ସାମଲ। ଏକା ସାଙ୍ଗରେ ସାତଟି ଟିମ ପକ୍ଷରୁ ଏହି ରେଡ ଜାରି କରାଯାଇଛି। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳକୁ ନେଇ ଅଭିଯୋଗ ରହିଥିଲା ।
 ତେଣୁ ଢେଙ୍କାନାଳ ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ଟିମ ଗଠନ କରାଯାଇ ତାଙ୍କର ମହାବିର ରୋଡ ଫାଣ୍ଡି ଅଫିସ ,ଯୋରନ୍ଦା କେନ୍ଦୁପଡା ଫାର୍ମ ହାଉସ ଓ କାମାକ୍ଷାନଗରର କାନପୁରା ସ୍ଥିତ ତାଙ୍କ ଶଶୁର ଘର ସମେତ ଢେଙ୍କାନାଳ ଦେଉଳସାହି ନିକଟସ୍ଥ ଦୁଇଟି ଘରେ ,ଏସପି ଅଫିସ ପାଖରେ ରହିଥିବା ତାଙ୍କ ସରକାରୀ କ୍ୱାଟର ରେ ଚଢାଉ କରାଯାଇଛି।
ଚଢାଉରେ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ , ୧୦ ଲକ୍ଷ ଟଙ୍କାର ସୁନା ଗହଣା ୯୯ ଲକ୍ଷର ଦୁଇଟି ଘର ସବୁ ମିଶାଇ ମୋଟ ଏକ କୋଟି ୮୦ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !