କଳିଙ୍ଗନଗର ଠାରେ ସୁପର ସ୍ପେଶାଲ ହସ୍ପିଟାଲ ନିର୍ମାଣ ଦାବିରେ ଆମରଣ ଅନଶନ ଜାରୀ l

ଯାଜପୁର :- ଏସିଆ ମହାଦେଶର ବୃହତ ଶିଳ୍ପନଗରୀ କଳିଙ୍ଗନଗର ଏବେ ବିଷ ବଳୟରେ l କାରଖାନା ମାନଙ୍କର ବିଷାକ୍ତ ଗ୍ୟାସ, ଧୂଳିଧୂଆଁ ଅଞ୍ଚଳବାସୀଙ୍କ ଜୀବନ ଆସ୍ତବେସ୍ତ ହେବାରେ ଲାଗିଛି l ଅଞ୍ଚଳର ଜନସାଧାରଣ ପ୍ରଦ୍ୟୁଷଣର ଶିକାର ହୋଇ ଜଣ୍ଡିସ, କର୍କଟ, ହୃଦରୋଗ, ଷ୍ଟୋନ, ଚର୍ମରୋଗ ଓ ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ କାରଖାନା ଯୋଗୁଁ ଦିନକୁଦିନ ଯାନବାହାନ ସଂଖ୍ୟା ବୃଦ୍ଧି ପାଇବା ଫଳରେ ସଡକ ଦୁର୍ଘଟଣା ଗୁଡିକ ଚରମ ସୀମାର ସମୁଖୀନ ହେବାକୁ ପଡୁଛି l 
ଏନେଇ ସାଧାରଣ ଗରିବ, ଖଟିଖିଆ ଓ ମୁଲିଆ ଶ୍ରେଣୀର ଲୋକମାନେ ଅର୍ଥାଭାବରୁ ପ୍ରାଣ ହରାଉଛନ୍ତି l କଳିଙ୍ଗନଗରର ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍ପୂର୍ଣ୍ଣ ଅବହେଳିତ ଓ ଅସମର୍ଥ ବୋଲି ଅଭିଯୋଗ କରାଯାଇଛି l ଅନ୍ୟପଟେ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଦୁର୍ନୀତି ଘେରରେ ରହିଥିବା ଅଭିଯୋଗ କରାଯାଇଛି l 
ଏଠି ସାଧାରଣ ଗରିବଟିଏ ପ୍ରାଥମିକ ଚିକିତ୍ସା ପାଇଁ ବାହାରୁ ଉଚ୍ଚ ଦରରେ ଔଷଧ କିଣିଥାଏ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ବାହାର ଦଲାଲଙ୍କ ଦ୍ୱାରା ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇଥାଏ ବୋଲି ଆନ୍ଦୋଳନକାରୀ କହନ୍ତି l ଏସବୁ ସମସ୍ୟାର ସମାଧାନ ପାଇଁ କଳିଙ୍ଗନଗରରେ ଏକ ସୁପର ସ୍ପେଶାଲ ହସ୍ପିଟାଲ ନିର୍ମାଣ ଦାବିକୁ ନେଇ ଯାଜପୁର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି କର୍ଣ୍ଣପାତ କରୁନାହାନ୍ତି l ଏ ଆନ୍ଦୋଳନ ଦାବୀ ପୂରଣ ନ ହେବା ଯାଏଁ ଜାରୀ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !