ରାଜ୍ୟରେ ନିର୍ମଣାଧୀନ ଶିଳ୍ପପାର୍କ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ ହେବ - ମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :– ରାଜ୍ୟର ନିର୍ମାଣାଧିନ ଶିଳ୍ପ ପାର୍କଗୁଡ଼ିକ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଶିଳ୍ପ ବିଭାଗରେ ୫‘ଟି’ ଓ ‘ମୋ ସରକାର’ର କାର୍ଯ୍ୟକାରିତା ସମୀକ୍ଷାବେଳେ ସେ ଏହା ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍‌ ପାର୍କ, ପାରାଦ୍ୱୀପ, ଆଲୁମିନିୟମ୍‌ ପାର୍କ, ଅନୁଗୋଳ, ସାମୁଦି୍ରକ ଖାଦ୍ୟ ପାର୍କ, ଡେରାସ୍‌ ଏବଂ ଇଲୋକ୍‌ଟ୍ରୋନିକ୍ସ ପାର୍କ, ଭୁବନେଶ୍ୱର ଅନ୍ତର୍ଭୁକ୍ତ । ଏହି ଅତ୍ୟାଧୁନିକ ପ୍ରକଳ୍ପ ଗୁଡ଼ିକର ଆକର୍ଷଣୀୟ ଅବସ୍ଥିତି ଓ ସୁଲଭ ଜମି ମୂଲ୍ୟ ଯୋଗୁଁ ବହୁ ନିବେଶକାରୀଙ୍କୁ ଆକୃଷ୍ଟ କରି ପାରିଛି ବୋଲି ଏହି ସମୀକ୍ଷାବେଳେ ଜଣାପଡ଼ିଛି ।
ଏଥି ସହିତ ଶିଳ୍ପ ମନ୍ତ୍ରୀ କଳିଙ୍ଗନଗରଠାରେ ଇସ୍ପାତ୍‌ କ୍ଲଷ୍ଟର ଓ ଜାତୀୟ ନିବେଶ ଏବଂ ପ୍ରସ୍ତୁତକାରୀ ଜୋନ୍‌ ଓ ପାରାଦ୍ୱୀ ପଠାରେ ପେଟ୍ରୋଲିୟମ୍‌ କେମିକାଲ୍‌ ଏବଂ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଞ୍ଚଳ ସଂ ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । କୋଭିଡ୍‌ ମହାମାରୀ ସମୟରେ ଇଡ୍‌କୋ ଏହିସବୁ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରି ପାରିଥିବାରୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ଅନ୍ୟାନ୍ୟ ନିର୍ମାଣାଧିନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ସରକାରୀ ସହଯୋଗରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଥିଲେ ।
ତା’ଛଡ଼ା କେସିଙ୍ଗା ଠାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ଯଥାଶୀଘ୍ର ସାରିବା ଏବଂ ଭବାନୀପାଟଣା ଠାରେ ଏକ ଇଡ଼୍‌କୋଟାଓ୍ୱାର ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ । ଓଡ଼ିଶା ଏବେ ବିଶ୍ୱସ୍ତରୀୟ ଆଇଟି ଓ ଇଲେକ୍‌ଟ୍ରୋନିକ୍ସ ଶଳ୍ପି ର ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହେବାକୁ ଯାଉଥିବାରୁ ସମସ୍ତେ ଏଥିପାଇଁ ମହତ୍ୱ ପୂର୍ଣ୍ଣ ଯୋଗଦାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ଼୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତିନ୍‌ ଭାନୁଦାସ ଜାଓ୍ୱଲେ ଏବଂ ବରିଷ୍ଠ ଅଧିକାରୀଗଣ ଅଂଶଗ୍ରହଣ କରିଥିଲେ ।Umakanta Mohapatra (Rita vision News) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !