ସ୍ମାର୍ଟ ଫୋନ୍ ରହିବ ସୁରକ୍ଷିତ, ଆଗକୁ ଆସୁଛି ନୂଆ ଟେକ୍ନୋଲୋଜି, ଜାଣନ୍ତୁ କଣ l

ବ୍ୟୁରୋ ରିପୋର୍ଟ: - ଦିନକୁ ଦିନ ଅଧିକ ସ୍ମାର୍ଟ ହେଉଛି ସ୍ମାର୍ଟ ଫୋନ୍‌ । ଏଥିରେ କେବଳ ସଫ୍ଟଓ୍ୱେର ଫିଚର ନୁହେଁ ବରଂ ହାର୍ଡ଼ଓ୍ୱାର ମଧ୍ୟ ଅପେଡଟ୍‌ ହେଉଛି । ଯେଉଁଥିରେ ସେଲଫୋନ୍‌ କମ୍ପାନୀ ଲୋକଙ୍କ ପାଇଁ ମୋବାଇଲକୁ ଅଧିକ ସୁରକ୍ଷିତ ଏବଂ ସୁବିଧାପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଦିନ ଥିଲା ଏଥିରେ ଥିବା କେତକ ସୁବିଧା ଦିନେ ସ୍ୱପ୍ନ ଭଳି ମନେ ହେଉଥିଲା । ଯେପରିକି ଫ୍ଲୋଲ୍ଡେବଲ ସ୍କ୍ରିନ୍‌ ଯୁକ୍ତ ଫୋନ୍‌ । ଏହିଭଳି ଆଶ୍ଚର୍ଯ୍ୟ କଲାଭଳି ଫିଚର କିଛି ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କାରଣ ବୈଜ୍ଞାନିକ ଏଭଳି ପଦାର୍ଥ ଖୋଜି ବାହାର କରିଛନ୍ତି ଯେଉଁଥିରେ ଫାଟି ଯାଇଥିବା ମୋବାଇଲର ସ୍କ୍ରିନ୍‌ କିଛି ସମୟ ମଧ୍ୟରେ ଯୋଡ଼ି ହୋଇଯିବ ।
ସ୍କ୍ରିନ୍‌ କ୍ରାକ୍‌ ହେବା ଏକ ବିରାଟ ସମସ୍ୟା । କେବେ କେବେ ଆପଣ ଦେଖିଥିବେଯେ, ଖୁବ୍‌ କମ୍‌ ସମୟ ମଧ୍ୟରେ ମୋବଇଲ ସ୍କ୍ରିନ୍‌ କ୍ରାକ୍‌ ହୋଇଯାଏ । ଲୋକମାନେ ଏଥିପାଇଁ ସ୍କ୍ରିନ୍‌ ଗାର୍ଡ଼,ମୋବିଲ କଭର ଆଦି ବ୍ୟବହାର କରନ୍ତି ।
ଏବେ କୋଲକାତାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷକ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ସେମାନେ ଏଭଳି ଏକ ପଦାର୍ଥ ଖୋଜି ପାଇଛନ୍ତି ଯାହା ଖୁବ୍‌ ମଜବୁତ ଏବଂ ଆପେଆପେ ଠିକ୍‌ ହୋଇଯାଏ ।
ବୈଜ୍ଞାନିକ ଦୀର୍ଘଦିନ ଧରି ଏହିଭଳି ପଦାର୍ଥ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଏଥିରେ ବୈଜ୍ଞାନିକଙ୍କୁ ସଫଳତା ମଧ୍ୟ ମିଳି ସାରିଛି । ଏହା ପୂର୍ବରୁ ଆମେରିକା କେମିକାଲ ସୋସାଇଟିର ଗବେଷକ ସେହିଭଳି ଏକ ରୋବର୍ଟ ତିଆରି କରିଥିଲେ,ଯାହା ଚୁମ୍ବକୀୟ ଶକ୍ତି ଭାବରେ ନିଜକୁ ଠିକ୍‌ କରିପାରେ । ଅନ୍ୟପଟେ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟିର ଗବେଷକ ସ୍ମାର୍ଟଫୋନ୍‌ ତିଆରି କରିଛନ୍ତି, ଯାହାଦ୍ୱାରା ରୋବଟର ହାତ ଆପେ ଆପେ ଠିକ୍‌ ହୋଇଯିବ ।
ସାଇନ୍ସ ଜର୍ନାଲରେ ପ୍ରକାଶିତ ଏହି ଗବେଷଣାରେ ମିଳିଥିବା ପ୍ରୟୋଗାତ୍ମକ ଫଳାଫଳ ଅନୁସାରେ ଗବେଷକ ଏକ ପାଇଜୋଇଲେକ୍ଟ୍ରିକ ଜୈବିକ ପଦାର୍ଥର ବ୍ୟବହାର କରିଛନ୍ତି । ଏହା ଯାନ୍ତ୍ରିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତି ଏବଂ ବୈଦ୍ୟୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିବର୍ତ୍ତନ କରିବ । ଏଥିରେ ଛୁଞ୍ଚି ଆକାରର କ୍ରିଷ୍ଟାଲ ରହିଥାଏ, ଯାହାର ଲମ୍ବ ୨ ମିଲିମିଟର ଏବଂ ଓସାର ୦.୨ ମିଲିମିଟରରୁ ବଡ଼ ହୋଇନଥାଏ ।
ଏହାର କୌଣସି ଭାଙ୍ଗିଥିବା ପଦାର୍ଥକୁ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରେ । ଗବେଷକଙ୍କ କହିବା ହେଉଛି, ଏହି ସୁବିଧା ଖୁବଶୀଘ୍ର ସମସ୍ତ ଫୋନରେ ଉପଲବ୍ଧ ହେବ ।
Smartphones will be safe, new technologies are coming, find out what. 
BUREAU REPORT :- Smartphones are becoming more and more smart day by day. Not only this, with the help of software you can get hardware updates. The mobile phone company is trying to make mobile phones more secure and convenient for people. There were days when some of the benefits of it seemed like a dream one day. For example, a phone with a foldable screen. This amazing feature will be available in the market in a few days. This is because scientists have discovered a substance in which the screen of a cracked mobile phone will be connected in a short time.
 Screen cracks are a huge problem. As you can see, the mobile screen crashes in a very short time. People use screen guards, mobile covers, and so on.
 Now researchers at the Indian Institute of Science Education and Research in Kolkata have come up with a solution. They have found a substance that is very strong and corrects automatically.
 Scientists have long sought to find such a substance. "It simply came to our notice then. Earlier, researchers at the American Chemical Society created a similar robot that could fix itself as a magnetic field. Researchers at the National University of Singapore, on the other hand, have developed smartphones, which will automatically fix the robot's hand.
 According to the results of the study, which was published in the journal Science, the researchers used a pysoelectric organic matter. It will convert mechanical energy into electrical energy and electrical energy into mechanical energy. It has a needle-shaped crystal, no longer than 2 millimeters long and 0.2 millimeters wide.
 Any of its broken materials can be restored to their original state. According to the researchers, the feature will soon be available on all phones.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !