ଏୈତିହାସିକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ l

କଟକ (ବ୍ୟୁରୋ ରିପୋର୍ଟ) : - ଏୈତିହାସିକ ପ୍ରସିଦ୍ଧ କଟକ ବାଲିଯାତ୍ରା ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା।
ମହାନଦୀ ରିଭର୍ ଫ୍ରଣ୍ଟର ବିକାଶ ପାଇଁ ପୂର୍ବରୁ ବଜେଟରେ ୫୦ କୋଟି ଟଙ୍କାର ପ୍ରାବଧାନ ଥିଲା, ଏଥିରେ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟ ର ବିକାଶ କରାଯିବ। ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ୧୪ ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ମାନଙ୍କୁ ସ୍ମାରକୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥିମାନେ ବାଲିଯାତ୍ରା ସ୍ମରଣିକା ଏବଂ ସାନ୍ତାଳୀ ଭାଷା ରେ ମୁଦ୍ରିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ 
ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସାଂସଦବୃନ୍ଦ ଓ ବିଧାୟକବୃନ୍ଦ, ମାନ୍ୟବର କଟକ ମେୟର, ବିଶ୍ଵର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଓ ହାଇକମିଶନର ମାନେ ଏବଂ ଅନ୍ୟ ଅଧିକାରୀମାନେ ଏବଂ ମାନ୍ୟଗଣ୍ୟ ବୁଦ୍ଧିଜୀବୀଗଣଙ୍କ ଉପସ୍ଥିତିରେ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ । 
ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ପ୍ରାଚୀନ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା ।
ଚଳିତ ବର୍ଷ ଉପର ପଡିଆ ଓ ତଳ ପଡିଆକୁ ମିଶାଇ ୨୫୦୦ରୁ ଅଧିକ ଛୋଟ ବଡ ଷ୍ଟଲ ଏବଂ ୭ଟି ଅନ୍ତର୍ଜାତୀୟ ଷ୍ଟଲ ମଧ୍ୟ ସ୍ଥାନ ପାଇଛି । ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓରମାସ ତରଫରୁ ୫୦୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଓଡିଆ ଘରର ପାରମ୍ପରିକ ପିଠା ଓ ଇଣ୍ଡୋନେସିଆ ଓ ବାଲି ଦେଶର ପିଠାକୁ ନେଇ ପ୍ରସ୍ତୁତ ଓରମାସର ପିଠା ମହୋତ୍ସବ ପର୍ଯ୍ୟଟକମାନକୁ ବେଶ ଆକର୍ଷିତ କରିବ। ବାଲିଯାତ୍ରା ଉତ୍ସବରେ ସଂଘଠିତ ସାଂସ୍କୃତିକ ଓ ବ୍ୟବସାୟୀକ ବିନିମୟ ଓଡ଼ିଶାର ପର୍ଯ୍ୟଟନକୁ ଆହୁରି ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଏୈତିହାସିକ ବାଲିଯାତ୍ରା କୁ ସୁପରିଚାଳନା ପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l