ପେସାରେ କାର୍ଯ୍ୟରତ ଡାକ୍ତର, ନିଶା ଥିଲା ଚୋରୀ l

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ ସନ୍ଧ୍ୟାରେ ଖୋଲିବା ପରେ ରାତିରେ ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି । ବର୍ଷେ କିମ୍ବା ୨ ବର୍ଷ ନୁହେଁ, ୨୩ ବର୍ଷ ଧରି ସେ ଲୁଟ କରୁଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି । କମିଶନରେଟ ପୋଲିସର ଖଣ୍ଡଗିରି ଥାନା ରଘୁନାଥନଗର ଓ ସରକନ୍ତରା ଅଞ୍ଚଳରୁ ଲୁଟ କରୁଥିବା ଅବସ୍ଥାରେ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା l
ସେମାନଙ୍କୁ ପଚରାଉଚରା ବେଳେ ଏହି ପାର୍ଟ ଟାଇମ ଡାକ୍ତରଙ୍କ ସମ୍ପର୍କରେ ସୂଚନା ପାଇଥିଲା । କମିଶନରେଟ ପୋଲିସର ଅଧିକାଂଶ ଥାନାରେ ଏମାନଙ୍କ ନାମରେ କେସ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୩୩ ହଜାର ଟଙ୍କା, ଅଧକେଜି ରୂପା, ୩୧ ଗ୍ରାମ ସୁନା ପୋଲିସ ଜବତ କରିଛି । ତେବେ ଅନ୍ୟ ଥାନା ମାନଙ୍କରେ ହୋଇଥିବା ଲୁଟରେ ଏମାନଙ୍କ ସମ୍ପୃକ୍ତି ନେଇ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ଦେଇଛି ପୋଲିସ ।
A doctor working in the profession, addiction was theft. 
Bhubaneswar (Beuro Report): - Part-time homeopathy doctor, but full-time thief. At the age of 54, the robber broke into the house and turned on the art. His name is Suryakant Palei alias Pakua. The homeopathy clinic in Balanga, Nimapada, is open in the evening and the looters make a blueprint at night. He told police he had been robbing for 23 years, not a year or two. Khandagiri police in Khandagiri police station arrested two youths while looting from Raghunathnagar and Sarkantara areas.
 During interrogation, they received information about the part-time doctor. Police have found out that cases have been registered against them in most police stations. Police confiscated Rs 33,000, half a kilo of silver and 31 grams of gold from them. However, police said they could be remanded in custody if necessary in connection with the robbery at other police stations.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !