ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ l

ଭୁବନେଶ୍ବର /କଟକ (ବ୍ୟୁରୋ ରିପୋର୍ଟ) :- ଶନିବାର ଦିନ ଏସସିବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କମଳା ପୂଜାରୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ଯ ଜନିତ ରୋଗରେ ଅସୁସ୍ଥ ଥିଲେ ଏବଂ ୧୮ ତାରିଖଠୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହି କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।  ତାଙ୍କୁ ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ କେନ୍ଦ୍ର ସରକାର ସମ୍ମାନୀତ କରିଥିଲେ । ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି କହିଛନ୍ତି, ପରିବେଶର ସୁରକ୍ଷା ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ଏହାସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଦୁଖଃ ବ୍ୟକ୍ତ କରିଛନ୍ତି l କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ, ୨ ଦିନ ତଳେ ସେ ଅସୁସ୍ଥ ହୋଇପଡିଥିଲେ ଫଳରେ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର୍ ୫ଟାରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଜାରି କରାଯାଇଥିଲା lସେ ଓଡିଶାର କୋରାପୁଟର ଜଣେ ଆଦିବାସୀ ମହିଳା ଥିଲେ। ସେ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜଣାଶୁଣା | ପାରମ୍ପାରିକ ଚାଷ ପ୍ରତି ଆଗ୍ରହୀ l ସେ ଜୟପୁରର ଏମଏସଏସ୍ ସ୍ୱାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନରୁ ମୌଳିକ ଶୈଳୀ ଶିଖିଥିଲେ ଏବଂ ଜୈବିକ ଚାଷ କ୍ଷେତ୍ରରେ ବହୁ ଅବଦାନ ରଖିଥିଲେ। ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !