ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ I


ବ୍ୟୁରୋ ରିପୋର୍ଟ : - ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ଦ୍ୱାରା ଆସନ୍ତା କାଲି ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପିତ କରିବେ ।
ଆଗାମୀ ଦିନରେ ଚିଲିକା ପର୍ଯ୍ୟଟନ କ୍ଷେତ୍ର ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ । କାଲି ଦିନ ୧୦ଟା ସମୟରେ ଚିଲିକା ବଡ଼କୁଳ ପାନ୍ତଃନିବାସ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ନୌବିହାର ସାଙ୍ଗକୁ ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାର ମଜାକୁ ଦ୍ୱିଗୁଣିତ କରିବ। ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ନାମକ ଏକ ଘରୋଇ ସଂସ୍ଥା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହାଉସ ବୋଟ ଚିଲିକା ଜଳରାଶିରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିବା ପାଇଁ ଆରମ୍ଭ କରିଛି ଏଭଳି ବ୍ୟବସ୍ଥା।
ଏହି ବୋଟରେ ରହିଛି ଅନେକ ସୁବିଧା। ତଳ ମହଲାରେ ୩୦ଜଣ କ୍ଷମତା ବିଶିଷ୍ଟ ରହିଛି ଏକ ବଡ଼ ହଲ୍‌। ଯେଉଁଠାରେ ବିଭିନ୍ନ ଉତ୍ସବ ଓ ସଭା ଅନୁଷ୍ଠିତ ହୋଇପାରିବ। ଏହାରି ମଧ୍ୟରେ ରହିଛି ୬ଟି ବିଳାସପୂର୍ଣ୍ଣ କୋଠରୀ। ଯେଉଁଠାରେ ପର୍ଯ୍ୟଟକ ଚାହିଁଲେ ରାତ୍ରି ଯାପନ କରିପାରିବେ। ବୋଟ୍‌ – ଗରୁଡ଼ଟି ଚିଲିକାର ଜଳବାୟୁ ଅନୁସାରେ ଡିଜାଇନ କରାଯାଇଛି। ସମ୍ପୂର୍ଣ୍ଣ ଶବ୍ଦ ପ୍ରଦୂଷଣ ମୁକ୍ତ, ଆପତ୍ତି କାଳୀନ ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !