ଆଗାମୀ ଦିନରେ ଆସିବେ ଡିଜିଟାଲ୍ ଶିଶୁ!

ବ୍ୟୁରୋ ରିପୋର୍ଟ :- ପ୍ରକୃତରେ ମଣିଷ ଚମତ୍କାର କରୁଛି କିମ୍ବା ଧ୍ବଂସ ଆଡ଼କୁ ଯାଉଛି, ତାହା ଅନୁମାନ କରିହେଉନାହିଁ। ସ୍ମାର୍ଟଫୋନ୍, ସ୍ମାର୍ଟ କାର୍, ସ୍ମାର୍ଟ ଘର ପରେ ଏବେ ସ୍ମାର୍ଟ ଶିଶୁ ଆସିବେ। କିଛି ବର୍ଷ ତଳେ ଜାପାନରେ ବନ୍ଦାଇ କମ୍ପାନୀ ଡିଜିଟାଲ୍ ପଶୁ ତିଆରି କରିଥିଲା। ସେମାନେ ‘ତାମୋଗାଚି’ ନାଁରେ ପରିଚିତ ହେଲେ। ସେହି କ୍ରମରେ ଆଗକୁ ବଢ଼ି ଗବେଷକଦଳ ଡିଜିଟାଲ୍ ପିଲାଙ୍କୁ ତିଆରି କରିବେ। ଆଉ ୫୦ ବର୍ଷ ପରେ ବିଶ୍ବର ପ୍ରତିଟି ପ୍ରାନ୍ତରେ ତାମୋଗାଚି ପିଲାଙ୍କ ଭିଡ଼ ଦେଖାଯିବ ବୋଲି ଗବେଷକ କହିଛନ୍ତି। ଉନ୍ନତଜ୍ଞାନକୌଶଳରେ ତିଆରି ହେବେ ଡିଡିଟାଲ୍ ଶିଶୁ। ଜଣେ ପୁରୁଷ କିମ୍ବା ମହିଳା, ଯେ କେହି ଏହି ପିଲାଙ୍କୁ କିଣିପାରିବେ। ସବୁଠୁ ମଜାର କଥା ହେଲା, ସେମାନେ ଯେତେବେଳେ ଚାହିଁବେ, ଡିଜିଟାଲ୍ ଶିଶୁକୁ ଫେରସ୍ତ ମଧ୍ୟ କରିବେ। ବରାଦ୍ ଦେଇ ଯେମିତି ଚାହୁଁଛନ୍ତି, ଠିକ୍ ସେଇଭଳି ପିଲାଟି ତିଆରି କରାଯାଇପାରିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ପ୍ରସ୍ତୁତ ହେବାକୁ ଯାଉଥିବା ପିଲାମାନେ ଠିକ୍ ସାଧାରଣ ଶିଶୁ ଭଳି କାନ୍ଦିପାରିବେ, ହସିପାରିବେ। ଶୁଣିବାକୁ ଅଜବ ଲାଗୁଛି ସତ, କିନ୍ତୁ ଏହା ହିଁ ସତ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !