ସୁକିନ୍ଦା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଗିରଫ ଦାବିରେ ଭାଜପା ପକ୍ଷରୁ ଥାନା ଘେରାଉ l

 ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକର ହରିପୁର ପଞ୍ଚାୟତରେ ନିର୍ମିତ ହେଉଥିବା ଏକ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଘଟଣାରେ ହରିପୁର ଭାଜପା ସମର୍ଥିତ ସରପଞ୍ଚ ଶର୍ମିଷ୍ଠା ବରାଳ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା l କନିଷ୍ଠ ଯନ୍ତ୍ରୀ ନିଶାଶକ୍ତ ଅବସ୍ଥାରେ ନିଜ କାର୍ଯ୍ୟାଳୟରେ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ସୁକିନ୍ଦା ଥାନାରେ ସରପଞ୍ଚ ଅଭିଯୋଗ କରିଥିଲେ l ସରପଞ୍ଚ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ଦୁର୍ବ୍ୟବହାର କରିଥବା ଦର୍ଶାଇ କନିଷ୍ଟ ଯନ୍ତ୍ରୀଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିଲା l ବ୍ଲକ କର୍ମଚାରୀମାନେ ଏହାକୁ ନେଇ କଲମଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ l ପୋଲିସ ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରବୀନ୍ଦ୍ର ବରାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ଅନ୍ୟାୟ ଗିରଫଦାରୀର ପ୍ରତିବାଦରେ ଓ କନିଷ୍ଠ ଯନ୍ତ୍ରୀଙ୍କ ଗିରଫ ଦାବିରେ ସୁକିନ୍ଦା ଭାଜପା ପକ୍ଷରୁ ଆଜି 3ତାରିଖରେ ସୁକିନ୍ଦା ଥାନା ଘେରାଉ କରାଯାଇଥିଲା l ସୁକିନ୍ଦା ପୋଲିସ ଶାସକ ଦଳ ନେତା ଓ ପ୍ରଶାସନ ଚାପରେ ପକ୍ଷପାତିତା ନୀତି ଅବଲମ୍ବନ କରି ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ଓ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବ୍ଲକର ଭାଜପା ସମର୍ଥିତ ୧୧ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ ସଂଖ୍ୟକ ଭାଜପା ସମର୍ଥିତ ମହିଳା ଓ ପୁରୁଷ ନେତା, କର୍ମୀ ସ୍ଥାନୀୟ ଷ୍ଟାଡ଼ିଅମ ଠାରୁ ଶୋଭାଯାତ୍ରାରେ ଯାଇ ଥାନା ଘେରାଉ କରିଥିଲେ l ସେଠାରେ ଭାଜପା ନେତା ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ, ଜିଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ଜିଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର,ଯୁବ ନେତା ସତ୍ୟଜିତ ଦାଶ,ସୁଧାଂଶୁ ଭଞ୍ଜ ପ୍ରଶାନ୍ତ ରାୟ, ରବୀନ୍ଦ୍ର ପୁହାଣ,ପୂର୍ବତନ ସରପଞ୍ଚ ମନ୍ଦାକିନୀ ସେଠୀ ପ୍ରମୁଖ ଉଦବୋଧନ ଦେଇ ପୋଲିସର ପକ୍ଷପାତିତା ନୀତିର ତୀବ୍ର ସମାଲୋଚନା କରି କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ l ଘଟଣାସ୍ଥଳରେ ଉପସ୍ଥିତ ଥିବା କଳିଙ୍ଗନଗର ଅତିରିକ୍ତ ଏସପି ଏସ. ଟପ୍ପୋଙ୍କୁ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ ଦାବିରେ ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ସରୋଜ ବାରିକ, ପ୍ରକାଶ ବେହୁରା ପ୍ରମୁଖ ଶୋଭାଯାତ୍ରାର ଅଗ୍ର ଭାଗରେ ରହିଥିବା ଦେଖାଯାଇଥିଲା l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !