ଶାସ୍ତା ରେ ମିଳିବ ସ୍ମାର୍ଟ ଫୋନ୍!

ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ଦିନମାନଙ୍କରେ ନିଜ ୪୪ତମ ବାର୍ଷିକ ଜେନେରାଲ ମିଟିଂରେ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍ଟ ଲଞ୍ଚ୍ କରିବା ନେଇ ଘୋଷଣା କରିଥିଲା । ଏହି ଫୋନକୁ ରିଲାଏନ୍ସ ଗୁଗଲ ସହିତ ମିଶି ପ୍ରସ୍ତୁତ କରିଛି । ଏନେଇ ଗୁଜରାତ ସରକାରଙ୍କ ବିଶେଷ ସୂତ୍ର କହିବାନୁସାରେ ଗୁଗଲ ଏହି ସ୍ମାର୍ଟଫୋନର ପ୍ରଡକ୍ସନ ଗୁଜରାତରେ ହିଁ କରିପାରେ । କାରଣ କିଛି ସମୟ ପୂର୍ବରୁ ଗୁଗଲର ଅଧିକାରୀ ପ୍ଲାଣ୍ଟ ଲଗାଇବା ପାଇଁ ଗୁଜରାତରେ ଲୋକେସନ ଦେଖିବା ପାଇଁ ପହଞ୍ଚିଥିଲେ ।

କହିରଖୁଛୁ କରୋନାକାଳ ପରେ କୌଣସି ବଡ କମ୍ପାନୀ ଗୁଜରାତରେ ନିବେଶ କରିନାହାଁନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଗୁଗଲକୁ ରାଜ୍ୟକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଗୁଗଲର ସିଇଓ ସୁନ୍ଦର ପିଚାଇ ରିଲାଏନ୍ସର ବାର୍ଷିକ ଜେନେରାଲ ମିଟିଂ ସମୟରେ ନୂଆ ସ୍ମାର୍ଟଫୋନ୍ ସମ୍ପର୍କରେ କହିଥିଲେ କି ‘ଆମ ଆଗାମୀ ପଦକ୍ଷେପ ଗୁଗଲ ଓ ଜିଓ ଦ୍ୱାରା ଶସ୍ତା ଦାମରେ ଜିଓ ସ୍ମାର୍ଟଫୋନ ଆରମ୍ଭ କରିବ । ଏହା ଭାରତ ପାଇଁ ପ୍ରସ୍ତୁତ ହେବ ଏବଂ ଯେଉଁମାନେ ଆଜି ପର୍ଯ୍ୟନ୍ତ ଜମା ଇଣ୍ଟରନେଟ୍ ବ୍ୟବହାର କରିନାହାଁନ୍ତି ସେମାନଙ୍କ ପାଇଁ ନୂଆ ସମ୍ଭାବନା ଆଣିବ ।’

ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍ ସାଧାରଣ ଲୋକର ବଜେଟକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହାର ଦାମ୍ ବହୁତ କମ୍ ରହିବ ଏବଂ ଏହା ଗଣେଷ ପୂଜା(୧୦ ସେପ୍ଟେମ୍ବର) ସମୟରେ ମାର୍କେଟରେ ମିଳିବ ।

Cheap smartphones!


New Delhi(Beuro Report) : Reliance Industries recently announced the launch of the world's cheapest smartphone, the Geophone Next, at its 7th annual general meeting. The phone was made by Reliance Google. According to a special source in the Gujarat government, Google can only produce the smartphone in Gujarat. Some time ago, Google officials arrived in Gujarat to inspect the plant.
 That is to say, no major company has invested in Gujarat since the Karon era. Meanwhile, the state government is trying to bring Google to the state. Google CEO Sundar Pichai said of the new smartphone during the annual general meeting of Reliance that "our next step is to launch a cheaper Geo smartphone from Google and Geo." It will be ready for India and will bring new opportunities for those who have not yet used the deposit internet. '

 Mukesh Ambani has announced that the new smartphone is designed with the general public in mind. It will be priced very low and will be available in the market during Ganesha Puja (September 10).

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !