ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ, ପୋଲିସ୍ ର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୁଷ୍ଟ l

ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ଗ୍ରାମ ର କିଛି ପରିବାର ଏକ ପରିବାର ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଗୁଣମଣି ଜେନା ପରିବାର ଗ୍ରାମବାସୀଙ୍କ ଚଳାଚଳ ରାସ୍ତା ଉପରେ ମନ୍ଦିର ନିର୍ମାଣ କରି ରାସ୍ତା ଅବରୋଧ କରୁଛନ୍ତି l ଏହି ଘଟଣାକୁ ନେଇ ବହୁ ଦିନରୁ ଜେନା ପରିବାର ଓ ଗ୍ରାମର କିଛି ପରିବାର ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା l ଜେନା ପରିବାର ଅଭିଯୋଗ ଅନୁଯାୟୀ ଗତ ୨୩ ତାରିଖ ସଂନ୍ଧ୍ଯା ରେ ଗ୍ରାମର କିଛି ଲୋକ ସଂଘବଦ୍ଧ ହୋଇ ଗୁଣମଣି ଜେନା ଓ ତାଙ୍କ ପରିବାର ଉପରକୁ ଆକ୍ରମଣ କରି ଘରର ବହୁ ଆସଭାବ ପତ୍ର ଓ ମୋଟରସାଇକେଲ, ବାଡିରେ କରୁଥିବା ମାଛଚାଷ ଓ ଘରର ଆଗପଛ ଗେଟ୍ ଆହୁରି ଅନେକ କିଛି ସମ୍ପତ୍ତି ନଷ୍ଟ କରିଛନ୍ତି l ଯାହା କୁ ନେଇ ଉଭୟ ପକ୍ଷରୁ ଟମକା ଥାନାରେ ଲିଖିତ ଅଭିଯୋଗ ହୋଇଛି l ଏହି ଘଟଣା ପରେ ମାନପୁର ଗ୍ରାମ ରେ ଚାପାଉତେଜନା ଦେଖିବାକୁ ମିଳିଥିଲା ।ପୂର୍ବରୁ ଗ୍ରାମବାସୀଙ୍କ ସହଯୋଗ ତଥା ପଞ୍ଚାୟତ ସରପଞ୍ଚଙ୍କ ପରାମର୍ଶ ନେଇ ମନ୍ଦିର କିପରି ଉଚିତ ସମୟରେ ପ୍ରତିଷ୍ଠା ହେବ ଗୁଣମଣି ଜେନା ଓ ତାଙ୍କ ପରିବାର ତତ୍ପର ଥିବା ସମୟରେ ହଠାତ୍ କାହିଁକି ଏବଂ କାହା ଇଙ୍ଗିତରେ ଏହିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ତାହା ତଦନ୍ତ ସାପେକ୍ଷ l ଖବର ପାଇ ଟମକା ଥାନା ଅଧିକାରୀ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଘଟଣା ର ଅନୁଧ୍ୟାନ କରିଛନ୍ତି l ଗୁଣମଣି ଙ୍କ ପରିବାର କୁ ମାରିଦେବା ପାଇଁ ମଧ୍ଯ ଧମକ ଦେଇଥିବା ଗୁଣମଣିଙ୍କ ସ୍ତ୍ରୀ ନିଜର ପ୍ରତିକିୟା ରେ ଅଭିଯୋଗ ଆଣିଛନ୍ତି।ମାତ୍ର ଟମକା ଥାନା ରେ ବାରମ୍ବାର ପୁଲିସଙ୍କୁ ପ୍ରମାଣ ସହ ଭିଡ଼ିଓ ଫୁଟେଜ ଦେଖାଇ ଜଣାଇଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପଦେକ୍ଷପ ନ ନେଇ ରାଜନୈତିକ ଚାପରେ ଚୁପ ରହୁଥିବା ମଧ୍ଯ ଅଭିଯୋଗ କରିଛନ୍ତି ଗୁଣମଣି ଙ୍କ ସ୍ତ୍ରୀ l କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଯେ ଜେନା ପରିବାର ସରକାରୀ ଜମିକୁ ଜବରଦଖଲ କରି ଲୋକମାନଙ୍କ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି l ଯଦି ଆଗରୁ ହୋଇଥିବା ଅଭିଯୋଗ ଉପରେ ପ୍ରଶାସନ ଦୃଷ୍ଟି ଦେଇଥାଆନ୍ତା ତେବେ ଆଜି ଗ୍ରାମରେ ଏହି ପରି ଉତ୍ତେଜନା ପରିସ୍ଥିର ସ୍ରୁଷ୍ଟି ହୋଇ ନ ଥାନ୍ତା କିନ୍ତୁ ବର୍ତ୍ତମାନ ଆଇନଶୃଙ୍ଖଳା କୁ ଲକ୍ଷ ରଖି ଟମକା ଥାନା ଅଧିକାରୀ ମାନପୁର ଗ୍ରାମ ରେ ପୋଲିସ ର କଡାପ୍ରହରା ଦେଖିବାକୁ ମିଲିଛି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରଶାସନ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରି ପ୍ରକୃତ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଗାଁ ରେ ଶାନ୍ତିର ବାତାବରଣ ସୃଷ୍ଟି କରାଯାଉ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !