ଦାନଗଦି ବ୍ଲକ ରେ ମଣ୍ଡଲ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ l

ଯାଜପୁର /ଦାନଗଦି - ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି l ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଚେତନତା ଉପରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ପ୍ରକଳ୍ପ ପ୍ରଦର୍ଶନୀ ଦାନଗଦି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଦାନଗଦି ବ୍ଳକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବଳରାମ ନାୟକ l ଏହା ବ୍ୟତୀତ ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି, ଶ୍ରୀମତୀ ଆରତୀ ଭୂୟାଁ, ଶ୍ରୀମତୀ ଜଳେଶ୍ଵରୀ ମହାନ୍ତ ଅନ୍ୟମାନଙ୍କ ମଧ୍ୟରେ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଧଳ, ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ ସମ୍ପାଦକ ଦାନଗଦି ବିଜ୍ଞାନ ସଂଘ, ଶ୍ରୀଯୁକ୍ତ ଅଜୟକୁମାର ପଣ୍ଡା ଉପଦେଷ୍ଟା ଦାନଗଦି ବିଜ୍ଞାନ ସଂଘ ଓ ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅମିତା ପାତ୍ର ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପରିଚାଳନା ଓ ତିନିଜଣ ବିଚାରକଙ୍କ ମଧ୍ୟରେ ଏକ ବୁଝାମଣା ସହିତ ବ୍ଲକ ର ୧୦୩ ବିଦ୍ୟାଳୟ ରୁ ଆସିଥିବା ମୋଟ ୬୪ ଟି ପ୍ରକଳ୍ପ ରେ ଭାଗ ନେଇଥିବା ଅଭିଜ୍ଞ ଛାତ୍ରଛାତ୍ରୀ ମାନଙ୍କୁ ବଛାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା l ଏବଂ ଆଗାମୀ ଦିନରେ ଉକ୍ତ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ଭାଗ ନେଇପାରିବେ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ କହିଛନ୍ତି I ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି କର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !