ଆସନ୍ତା ୫ ତାରିଖ ରୁ ମାନପୁର ଓଭର ବ୍ରିଜ ଉପରେ ଭାରିଯାନ ସମ୍ପୂର୍ଣ୍ଣ ନିଷେଧ ।


(ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କମିଟି ଜିଲ୍ଲାପ୍ରଶାସନ ସହିତ ସମନ୍ଵୟ ରକ୍ଷା) 
ଯାଜପୁର (କଳିଙ୍ଗନଗର) :- ସୁକିନ୍ଦା ର ତଥା କଳିଙ୍ଗ ନଗର ର ଅଧିବାସୀ ମାନଙ୍କ ର ଜୀବନ ରେଖା କୁହାଯାଉଥିବା ଅସୁରକ୍ଷିତ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାନପୁର ଓଭର୍ ବ୍ରିଜ୍ ର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସମସ୍ତ ଭାରୀଯାନ କୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବା ସହ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଦ୍ୱିତୀୟ ନୂତନ ବ୍ରିଜ୍ କୁ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ଦାବିକୁ ସମର୍ଥନ ଦେଲା ଜିଲ୍ଲା ପ୍ରଶାସନ l ଏହି ମାସ ୧୧ ତାରିଖ ଓ ୧୪ ତାରିଖ ରେ ଜିଲ୍ଲାପାଳ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ ଯାହାକୁ ଉଭୟ ବ୍ଲକ ର ସଭାପତି ଙ୍କ ସମେତ ମହିଳା କଂଗ୍ରେସ ,ଛାତ୍ର କଂଗ୍ରେସ ଓ ବରିଷ୍ଠ କଂଗ୍ରେସ ନେତୃ ମଣ୍ଡଳୀ ଓ ଶୁଭେଚ୍ଛୁ ବୃନ୍ଦ ଅକୁଣ୍ଠ ସମର୍ଥନ ଓ ସହଯୋଗ କରିଥିଲେ । ଯାହାଫଳରେ ଆଗାମୀ ୫ ତାରିଖ ରେ ମାନପୁର ବ୍ରିଜ୍ କୁ ୬ ଘଣ୍ଟିଆ ବନ୍ଦ ଡାକରା ଦେବା ପାଇଁ ପୁନର୍ବାର ଜିଲ୍ଲା ପ୍ରଶାସନ କୁ ଜାଣଇ ଦିଆଯାଇଥିଲା । କଂଗ୍ରେସ ର କ୍ରମବର୍ଦ୍ଧିଷୁ ସାଂଗଠନିକ ଶକ୍ତି ର ଗୁରୁତ୍ୱ କୁ ଉପଲବ୍ଧି କରି ତଥା ଜନ ସାଧାରଣ ଙ୍କ ପ୍ରତି ଅଙ୍ଗୀକାରତା କୁ ପ୍ରାଧାନ୍ୟ ଦେଇ ଆଜି କଳିଙ୍ଗନଗର ର ଅତିରିକ୍ତ ଜିଲ୍ଲାପାଳ କଂଗ୍ରେସ ଦଳ ର ଏକ ପ୍ରତିନିଧି ମଣ୍ଡଳୀ କୁ ଆଲୋଚନା ମାଧ୍ୟମରେ ସମସ୍ୟା କୁ ସମାଧାନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଯାହା ଫଳ ସ୍ୱରୂପ କଂଗ୍ରେସ କମିଟି ପକ୍ଷରୁ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଯୋଗ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ଯାଜପୁର ରୋଡ ଥାନା ର ଭାରପ୍ରାପ୍ତ ଅଧିକାରୀ ଙ୍କ ସମେତ ଭିଡିଓ କନଫରେନ୍ସ ଜରିଆରେ ପାଣିକୋଇଲି ସ୍ଥିତ ପୂର୍ତ୍ତ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଯିଏ କି ମାନପୁର ବ୍ରିଜ ର ନିର୍ମାଣ ଦାଇତ୍ୱ ରେ ଅଛନ୍ତି ) ଯୋଗ ଦେଇଥିଲେ । ବ୍ୟାପକ ଆଲୋଚନା ଓ ସମୀକ୍ଷା କରିବା ପରେ ଆମର ସମସ୍ତ ଦାବି ମାନିନେଲେ ଓ ଆଗାମୀ ୧୫ ତାରିଖ ମଧ୍ୟରେ ନୂତନ ଦ୍ୱିତୀୟ ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଲା ପ୍ରଶାସନ ଏବଂ ଆନ୍ଦୋଳନ ରୁ ଓହରି ଯିବାକୁ ଅନୁରୋଧ କଲେ । ତେଣୁ କଂଗ୍ରେସର ଆନ୍ଦୋଳନ କୁ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ନ ଓହରି ଏହି ମାସ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରାଖିବାକୁ ସର୍ଵସମ୍ମତି କ୍ରମେ ଉଭୟ ପକ୍ଷ ରାଜି ହେଲାପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଗାମୀ ୧୫ ତାରିଖ ରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର କରିଛି କଂଗ୍ରେସ ।(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !