ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ସ୍ଵପ୍ନରସାକାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି - (ଡ. ହୃଷୀକେଶ ମଲ୍ଲିକ - ସଭାପତି ଓଡ଼ିଶା ସାହିତ୍ୟ ଏକାଡେମୀ)

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ସାହିତ୍ୟ ସରସ୍ଵତ ସମ୍ପର୍କରେ ସେତୁ ତିଆରି କରେ l ସାହିତ୍ୟ ହୃଦୟ କୁ ହୃଦୟ ସହିତ ଯୋଡ଼ି ଆମ ଭାଷା, ସଂସ୍କୃତି ଆମ ସୃଜନଶୀଳତା ର ଅଭିବୃଦ୍ଧିରେ ସାହିତ୍ୟର ସ୍ଵୋତଧୋନିଧାରା ଆମ ସରସ୍ଵତ ଜୀବନ ର ନାଆକୁ ବାହିନିଏ ଦୂର ଦିଗ୍ ବଳୟର ଦୂର ଦୂରନ୍ତ କୁ.. I ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ରାଜ୍ୟସରକାରଙ୍କ ସ୍ଵପ୍ନ ର ସାକାର କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି I ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଏକାଡେମୀ ତାର କାର୍ଯ୍ୟକ୍ରମ ପୃଥିବୀ ର ବହୁଦେଶ ର ପ୍ରବାସୀ ଓଡିଆଙ୍କ ସହ ସମ୍ପର୍କର ସାରସ୍ଵତ ସେତୁ ତିଆରି କରିପାରିଛି l ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବା ଆଜାଦିକି ଅମୃତ ମହୋତ୍ସବ ରେ ପୃଥିବୀ ର ୬୦ ଟି ଦେଶକୁ ଜଡିତ କରାଯାଇ ପାରିଥିଲା l ଓଡ଼ିଶା ସାହିତ୍ୟ ଏକାଡ଼େମୀ, ବାଙ୍ଗାଲୋର ସାହିତ୍ୟ ସମାଜ ଓ ଚଲାପଥ ସହଯୋଗ ରେ ଏକ ସାରସ୍ଵତ ଉତ୍ସବ ଆୟୋଜନ କରାଯିବ ବୋଲି'' ଚଲାପଥ '' ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବ କୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରଥିତଯଶା କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭାପତି ଡ. ହୃଷୀକେଶ ମଲ୍ଲିକ ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି l
ଚଲାପଥ '' ର ଉପସଭାପତି ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇସ୍ରୋ ର ବରିଷ୍ଠ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ର ଅଧ୍ୟକ୍ଷ ଡ. କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଯୋଗଦେଇଥିବା ବେଳେ, ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ର ପ୍ରତିଷ୍ଠାତା ସଭାପତି ଶ୍ରୀ ତାପସ ରାଜ ମହାରଣା ଯୋଗଦେଇ ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ଓ ପ୍ରସାର ଦିଗରେ ଓଡ଼ିଆ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିବା ବେଳେ, କରୋନା କାଳ ସମୟରେ ଓ ପରବର୍ତ୍ତୀ ସମୟରେ ଦୁର୍ଦଶା ର ସମ୍ମୁଖିନ ହୋଇଥିବା ଓଡ଼ିଆ ଏବଂ ଅଣଓଡ଼ିଆ ଲୋକମାନଙ୍କୁ କିପରି ଭାବରେ ସାହାର୍ଯ୍ଯ ସହୋଯାଗ କରାଯାଇଥିଲା ସେ ସଂକ୍ରାନ୍ତରେ କହିଥିଲେ l ଏଥିସହ ବାଙ୍ଗାଲୋର ସାହିତ୍ୟ ସମାଜ, ଓଡିଶା ସାହିତ୍ୟ ଏକାଡେମୀ ଓ ଚଲାପଥ ର ମିଳିତ ସହଯୋଗରେ ଆଗାମୀ ଦିନରେ ଭାବବିନିମୟ କାର୍ଯ୍ୟକ୍ରମ ରେ ଲେଖକ ଓ ସାହିତ୍ୟକ ମାନଙ୍କୁ ନେଇ ଏକ ସମାବେଶ ବାଙ୍ଗାଲୋର ରେ ଅନୁଷ୍ଠିତ କରିବାକୁ ଆଶାପୋଷଣ କରିଥିଲେ l
ଏହି ଉତ୍ସବ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭାପତି ଡ. ହୃଷୀକେଶ ମଲ୍ଲିକ, ବୈଜ୍ଞାନିକ ଡ. କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଓ ଶ୍ରୀ ତପସ ରାଜ ମହାରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l'' ଚଲାପଥ '' ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ହଳଧର ଧିର ଓଡ଼ିଆ ଭାଷା ସାହିତ୍ୟ ର ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ '' ଚଲାପଥ '' ର ଭୂମିକା ବିଷୟରେ ଆଲୋକପାତ କରିଥିଲେ l ଏହି ଅବସରରେ ଡ. ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ଙ୍କ ରଚିତ ପୁସ୍ତକ "ପଞ୍ଚସତୀ" ଓ "ଅନ୍ୟମାନେ" ଖଣ୍ଡ କାବ୍ଯ କୁ ଅନଔପଚାରିକ ଭାବେ ଡ. କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅଜୟ କୁମାର ଦାସ, ବରିଷ୍ଠ ଲେଖକ ଚୌଧୁରୀ ବିରଦା ପ୍ରସନ୍ନ ଦାସ, କବି ପ୍ରଫେଶର ଆହ୍ଲାଦିନ ଧିର, ଓଡ଼ିଶା ସାହିତ୍ୟ ସମାଜ ର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଜୟଦେବ ବିହାର ବରିଷ୍ଠ ନାଗରିକ ସଂଘ ର ଉପଦେଷ୍ଠା ଶ୍ରୀଯୁକ୍ତ ଉଦୟନାଥ ନାୟକ, ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ, କବି ଗୀତାଞ୍ଜଳି ମହାନ୍ତି, ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର କୁମାର ବେହେରା, କବି ସସ୍ମିତା ଜେନା, ଅକ୍ଷୟ କୁମାର ଭୂୟାଁ, ମହିମା ପ୍ରସାଦ ସାମନ୍ତରାୟ ଓ ଜୀତେନ୍ଦ୍ର କୁମାର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !