"ଆଗ ବିସ୍ଥାପିତ ପରେ କାରଖାନା" ନୀଳାଚଳ କାରଖାନା ଜନଶୁଣାଣୀ ଶିବିର ରେ ବିରୋଧର ନାରାବାଜି l
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଚଳ କାରଖାନା ର ୦.୯୮୧ ଏମ ଟିପିଏ ରୁ ୯.୫ ଏମଟିପିଏ କ୍ଷମତା ବୃଦ୍ଧି ପାଇଁ ସମ୍ପ୍ରସାରଣ ର ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ଜନଶୁଣାଣୀ ପଙ୍କପାଳ ସ୍ଥିତ ଜେସିଡିଏଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ନୀଳାଚଳ କାରଖାନା ଜନଶୁଣାଣୀ ରେ ସ୍ଥାନୀୟ ସୁକିନ୍ଦା ଓ ଦାନଗଦୀ ବ୍ଲକ ର ଅନେକ ଗ୍ରାମରୁ ଜନସାଧାରଣ ଙ୍କ ସହିତ,ବୁଦ୍ଧିଜୀବୀ, ସପକ୍ଷବାଦୀ ଓ ବିପକ୍ଷବାଦୀ ଯୋଗଦେଇଥିଲେ।ପ୍ରଥମେ ଏନଆଇଏନଏଲ ସିଏଫଓ ସଂଜୀବ କୁମାର ଘୋଷ ଜନଶୁଣାଣି ଆରମ୍ଭରୁ କାରଖାନା ସଂପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ।ଏବେ କାରଖାନାରେ ଉପଲବ୍ଧ ଉତ୍ପାଦନ କ୍ଷମତା ୦.୯୮୧ ଏମଟିପିଏରୁ ୯.୫ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନଆଇଏନଏଲର ସଂପ୍ରସାରଣ କରାଯିବ। ଏହି ଆଭ୍ୟନ୍ତରୀଣ ପ୍ଲାଂଟ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ନାହିଁ । ଆଗାମୀ କିଛି ବର୍ଷ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ସମ୍ପ୍ରସାରଣ କରାଯିବ। ଏଥିରେ କଂଚାମାଲ ପରିଚାଳନା, କୋକ ପ୍ଲାଂଟ, ସିଂଟର ପ୍ଲାଂଟ, ବ୍ଲାଷ୍ଟ ଫର୍ଣ୍ଣେସ, ଷ୍ଟିଲ ମେଲଟିଂ ସପ ଏବଂ ରିବାର ଓ ଓୟାର ରଡ୍ ମିଲ୍ ଆଦି ରହିବ। ପରେ ଜନଶୁଣାଣୀ ରେ ଭାଗନେଇ କିଛି ଜନସାଧାରଣ କାରଖାନା ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟ,ଦେଶର ବିକାଶ ହେବ ବୋଲି କହିଥିଲେ। ଜନ ଶୁଣାଣୀ ରେ ପ୍ରଥମେ ବିଶ୍ଵନାଥ ପତ୍ର ଯାଜପୁର ସିଭିଲ ସୋସାଇଟ୍ ଫୋରମ୍ ର ସେକ୍ରେଟାରୀ ନିଜର ମନ୍ତବ୍ୟ ରଖି କାରଖାନା ସମ୍ପ୍ରସାରଣ କୁ ଘୋର ବିରୋଧ କରିଥିଲେ।ପରେ ପରେ ଅନ୍ୟ ବକ୍ତା ମାନେ ନିଜର ମନ୍ତବ୍ୟ ରଖିଥିଲେ।କାରଖାନା ହେବା ଦ୍ଵାରା ସ୍ଥାନୀୟ ଅଞ୍ଚଳ ରେ ବେକାରୀ ସମସ୍ୟା ଜେସା କୁ ତେସା, ପ୍ରଦୂଷଣ ଓ ଅନେକ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି ବୋଲି କ୍ଷଭୋ ପ୍ରକାଶ କରି କହିଥିଲେ।କାରଖାନାକୁ ବିରୋଧ କରୁଥିବା ବାରଗଡ଼ିଆ,ନୂଆ ଗାଁ,ସାରଙ୍ଗ ପୁର,ଗୋଡ଼ିଗୋଠ, ଗାଡ଼ପୁର ,ଗୋବର୍ଦ୍ଧନ ,ନଡ଼ିଆଭଙ୍ଗା ,ଚିତିରୀ,ଡ଼ୁବୁରୀ ଆଦି ଅଞ୍ଚଳ ର ଦଳିତ,ଆଦିବାସୀ ଲୋକମାନେ ଜନଶୁଣାଣୀ କୁ ଜୋରଦାର ବିରୋଧ କରିଥିଲେ।କାରଖାନା ସମ୍ପ୍ରସାରଣ କରିବାକୁ ଯଦି ଚାହୁଁଛ ତେବେ ସ୍ଥାନୀୟ ଅଂଚଳର ଉନ୍ନତି ପ୍ରଥମେ କରାଯାଉ।କାରଖାନା ଦ୍ଵାରା ପ୍ରଭାବିତ ହେବାକୁ ଥିବା ଗାଁ ମାନଙ୍କୁ ପ୍ରଥମେ ବିସ୍ଥାପିତ କରାଯାଉ ପରେ କାରଖାନା ସମ୍ପ୍ରସାରଣ କରାଯାଉ ବୋଲି ନୀଳାଚଳ ବିରୋଧୀ ମଞ୍ଚ ସଦସ୍ୟା ମାନେ କହିଥିଲେ।୧୯୯୭ ମସିହା ରୁ ନୀଳାଚଳ କାରଖାନା ପାଇଁ ବିସ୍ଥାପିତ ହୋଇଥିବା ୬୪୦ ପରିବାର କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ମିଳିପାରିନାହିଁ।ନୀଳାଚଳ କାରଖାନା ପାଇଁ ପୂର୍ବରୁ ବିସ୍ଥାପିତ ହୋଇଥିବା ପରିବାର କୁ ପ୍ରଥମେ ନିଯୁକ୍ତି ଦିଆଯାଉ।ପିଢ଼ି ପରେ ପିଢ଼ି ନିଯୁକ୍ତି କୁ ଅଗ୍ରାଧିକାର ଦିଆଯାଉ ବୋଲି ଜନଶୁଣାଣୀ କୁ ବିରୋଧ କରି କହିଥିଲେ। ଆଜିର ଜନଶୁଣାଣୀ ରେ ଚେୟାର ଫିଙ୍ଗା ଫିଙ୍ଗି ଠାରୁ ଆରମ୍ଭ କରି ପ୍ରଶାସନ ଓ ବିସ୍ଥାପନ ବିରୋଧି ମଧ୍ୟରେ ପେଲାଠେଲା ଦେଖିବାକୁ ମିଳିଥିଲା।ଏମିତିକି ନୀଳାଚଳ କାରଖାନାକୁ ବିରୋଧ କରୁଥିବା ଜନସାଧାରଣ କଳା ପତାକା ଦେଖାଇ ବିରୋଧ କରିଥିଲେ।ମହିଳା ଠାରୁ ଆରମ୍ଭ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ବିରୋଧ କରିଥିଲେ। ନୀଳାଚଳ କାରଖାନା କର୍ତ୍ତୃପକ୍ଷ ଭଡାଟିଆ ଲୋକଙ୍କୁ ଆଣି ନୀଳାଚଳ କାରଖାନା ସପକ୍ଷରେ କହିବାକୁ ସୁଯୋଗ ଦିଆଯାଉଛି ବୋଲି କିଛି ସଂଗଠନ ବିରୋଧ ଅଭିଯୋଗ କରିଥିଲେ । କିଛି ପୂର୍ବତନ ନେତା ନେତ୍ରୀ ଙ୍କ ଅଭିଯୋଗ ଯେ, ଆମେ ଯଦି ଆରମ୍ଭ ରୁ ଟାଟା କମ୍ପାନୀ କୁ ସମର୍ଥନ ଦେଉଥିଲୁ ତେବେ କଳିଙ୍ଗନଗର ଗୁଳିକାଣ୍ଡ କାହିଁକି ହୋଇଥିଲା? ଯଦି ଆମେ ନୀଳାଚଳ କାରଖାନା କୁ ସମର୍ଥନ ଦେଇଥିଲୁ ତେବେ ଜେଲ କିଏ ଯାଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏହି ପରିପେକ୍ଷିରେ ଗୋଟିଏ ଅଦ୍ଭୁତ ଦୃଶ୍ଯ ଦେଖିବା ପାଇଁ ମିଳିଥିଲା, କାରଖାନା ଦ୍ଵାରା ପ୍ରଭାବିତ ହେଉଥିବା ପରିବାର ବିରୋଧ କରୁଥିବାବେଳେ କାରଖାନା ଠାରୁ ବହୁ ଦୂରରେ ବସବାସ କରୁଥିବା ଲୋକମାନେ ସମର୍ଥନ ଜଣାଉ ଥିବାର ଦେଖିବାକୁ ମିଳିଥିଲା।ଯାହାକୁ ନୀଳାଚଳ ବିସ୍ଥାପିତ ପରିବାର ଲୋକ ହୋ ହାଲ୍ଲା କରି ବିରୋଧ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନୀଳାଚଳ କାରଖାନା ଠାରୁ ଅନତିଦୂରରେ ଜନଶୁଣାଣୀ କରାଯାଉଥିବାରୁ ଏହାକୁ ତୀବ୍ର ବିରୋଧ କରାଯାଉଥିଲା। ଜନଶୁଣାଣୀ ରେ ମୋଟ ୨୨୩ ଜଣ ଭାଗ ନେଇଥିଲେ।ଜନଶୁଣାଣିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) ଶ୍ରୀ ସପନ କୁମାର ନନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା, ଯାଜପୁରର ଆଂଚଳିକ ଅଧିକାରୀ ଶ୍ରୀ ମଦନ ମୋହନ ସାହୁ, ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଅଧିବାସୀମାନେ ସାମିଲ ହୋଇଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.