ଦାନଗଦି ବ୍ଲକ ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଘୋଟାଲା ଅଭିଯୋଗ l

ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ  ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଘୋଟାଲା ନେଇ ଗତ 17-07-2019 ରେ ଅଭିଭାବକ ଓ ଏସ୍ ଏମ୍ ସି ମେମ୍ବରଙ୍କ ଅଭିଯୋଗ କରିଥିଲେ ଓ ଏହା ଲିଖିତ ଆକାରରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଫଳ ସ୍ବରୂପ ସେତେବେଳେ ର BEO ଓ ABEO ଏହି କାର୍ଯ୍ୟ କୁ ନେଇ ମଧ୍ୟାହ୍ନ ଭୋଜନ କୁ ନେଇ ଖୁଲାସା କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଲାଇ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେଲେ କିନ୍ତୁ ଏ ସବୁ ଘଟଣା ମଧ୍ୟାହ୍ନ ଭୋଜନ ବଣ୍ଟନ କରୁଥିବା ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ମୁଖ୍ୟ କାଞ୍ଚନବାଳା ପୃଷ୍ଟି କିଛି ମୁଷ୍ଟିମେୟ ଲୋକଙ୍କୁ ନେଇ ଓ BEO ଓ ABEO ଙ୍କୁ ସଲାସୁତରା କରି ବିନା ଦୋଷରେ ଅଭିଯୋଗ କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଲାଇ ଦେଇଥିଲେ l କିନ୍ତୁ ଅଭିଯୋଗ ଅନୁଯାୟୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ପରିବର୍ତ୍ତନ ନ କରି ତା ବଦଳରେ ପ୍ରଧାନ ଶିକ୍ଷକ ଙ୍କୁ ବଦଳି କରିବା ର କଣ ମାନେ ଥାଇପାରେ l ସେହି ବିଦ୍ୟାଳୟ ରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ କୁ ଦୀର୍ଘ ବର୍ଷ ଧରି ମଧ୍ୟାହ୍ନ ଭୋଜନ ବଣ୍ଟନ ଦୟିତ୍ଵ ଦେବାର ଆବଶ୍ୟକତା କଣ ହୋଇପାରେ l ଏତେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହେଲାନାହିଁ l ଏହି ବିଦ୍ୟାଳୟରେ ପ୍ରାୟ ଏକ ତୃତୀୟାଂଶ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ସେମାନଂକୁ ଅଣଦେଖା କରାଯାଇ ମଧ୍ୟାହ୍ନ ଭୋଜନ ରେ ବ୍ୟାପକ ଦୁର୍ନୀତି କରଯାଉଥିବା ବିଦ୍ୟାଳୟ ର ଏସ୍ ଏସ୍ ସି ର ସଭାପତି କୌଶଲ୍ୟା ବେହେରା ଅଭିଯୋଗ କରିଛନ୍ତି l ଉକ୍ତ ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ମୁଖ୍ୟ କାଞ୍ଚନବାଳା ପୃଷ୍ଟି କିଛି ମୁଷ୍ଟିମେୟ ଲୋକ ଓ BEO ଓ ABEO ଙ୍କୁ ଲାଞ୍ଚ ଦେଇ ଆଜକୁ ୬/୭ ବର୍ଷ ହେବ ନିଜର କାୟା ବିସ୍ତାର କରି ଚାଲିଛି l ସରକାରଙ୍କ 5T କୁ ନେଇ ଏହା ଉପରେ ଉପଯୁକ୍ତ ତଦନ୍ତ କରାଯାଇ ପ୍ରଶାସନ ପକ୍ଷରୁ ବ୍ଯାପକ ପଦକ୍ଷେପ ଗ୍ରହଣ ନ କରିଲେ ଆଗାମୀ ଦିନରେ ଏହା ଅଶନ୍ତି ଓ ଆନ୍ଦୋଳନ ର ରୂପ ଧାରଣ କରିପାରେ l ଏହି ଭଳି ଦୁର୍ନୀତିର ର କେତେକ ପ୍ରମାଣ ଆମର ହସ୍ତଗତ ହୋଇଛି l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !