ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳିତ l

 ଯାଜପୁର (କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ସ୍ବର୍ଗତଃ ଡ.ବଂଶୀଧର ପଣ୍ଡାଙ୍କ ୯୦ତମ ଜୟନ୍ତୀ ଉପଲକ୍ଷେ ସୁକିନ୍ଦା ଉପତ୍ୟକାର ଇମ୍ଫା ପରିଚାଳନାଧିନ ସୁକିନ୍ଦା କ୍ରୋମାଇଟ ଖଣି ପ୍ରଶାସନିକ ଭବନଠାରେ ୨୬ତାରିଖ ଅପରାହ୍ନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଇମ୍ଫାର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାର ଦୀର୍ଘ ୬୦ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ l 
ଶ୍ରମିକ ଓ କର୍ମଚାରୀମାନେ ନିଷ୍ଠାରସହ କାର୍ଯ୍ୟକରି କମ୍ପାନୀର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ବ୍ୟବସାୟିକ ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଂଜୀବ ଦାସ ଓ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସମ୍ମାନିତ ଅତିଥିଭାବେ ଏଥିରେ ଯୋଗ ଦେଇଥିଲେ l ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବାସହ ସ୍ବର୍ଗତଃ ପଣ୍ଡାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l

  ଏହି ଅବସରରେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଇମ୍ଫାର ଅଭିବୃଦ୍ଧିରେ ସହାୟକ ହୋଇଥିବା କର୍ମଚାରୀ ମାନଙ୍କୁ ଦୀର୍ଘ ଜୀବନ ସମର୍ପଣ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା l ବିଦ୍ୟୁତ ବିଭାଗ କର୍ମଚାରୀ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବର୍ଗତଃ ପଣ୍ଡାଙ୍କ ବାଲୁକା ଚିତ୍ର ଅତିଥିମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା l ଇମ୍ଫାର ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ଏସଆରସିକେଏମଏସ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, କାଳିଆପାଣି ସରପଞ୍ଚ କଳ୍ପନା ଜେନା, ସମିତି ସଭ୍ୟା ସଂଗୀତା ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଏଥିରେ ଉପସ୍ଥିତ ଥିଲେ l 
କାର୍ଯ୍ୟକ୍ରମକୁ ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ ପରିଚାଳନା କରିଥିବାବେଳେ କାର୍ମିକ ମୁଖ୍ୟ ଗିରିଶ ପଟ୍ଟନାୟକ, ଲୋକସମ୍ପର୍କ ମୁଖ୍ୟ ଜଗନ ମୋହନ ମଲ୍ଲିକ, ଅଭୟ କୁମାର ପାଣ୍ଡେ, ମିଲନ ରଞ୍ଜନ କର, ଦୀପକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l
   ପ୍ରତିଷ୍ଠା ଦିବସ ଉପଲକ୍ଷେ ଗତ ୨୩ତାରିଖଠାରୁ ୪ଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅନ୍ତିମ ଦିବସ ୨୬ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ କାଳିଆପାଣି ପଞ୍ଚାୟତ କାର୍ଯ୍ୟାଳୟଠାରେ ୨୧ଜଣ ନିଃସହାୟ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l (କାଳିଆପାଣିରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !