କିଷାନ ସଂଯୁକ୍ତ ମୋର୍ଚ୍ଚା ୧ ବର୍ଷ ପୂର୍ତ୍ତୀ ସମାବେଶ କୁ ସମର୍ଥନ କରି ମିଳିତ ସଭା ର ଆୟୋଜନ l

 ଯାଜପୁର (ବ୍ୟାସନଗର) :-ଆଜି  ମହାମାରୀ କରୋନା ର ସୁଯୋଗ ନେଇ କେନ୍ଦ୍ର ବିଜେପି ସରକାର ଅଧ୍ୟାଦେଶ ଜରିଆରେ ୩ ଗୋଟି କୃଷି ବିଲ ପାରିତ କରିଥିଲେ l ଯାହାଦ୍ୱାରା ଦେଶର ସମସ୍ତ କୃଷକ ଓ ମଜଦୁର ଆଜକୁ ୨୩ମାସ ଧରି ଦିଲ୍ଲୀ ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସିଙ୍ଗୁର, ଗାଜିପୁର ଓ ଟିକିରି ଠାରେ କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ରେ ୭୦୦ ରୁ ଉର୍ଦ୍ଧ କିଷାନ ନେତାମାନେ ଶହୀଦ ହୋଇଥିବାରୁ ସଭାର ପ୍ରାରମ୍ଭରେ ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହି ସଭା ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏହି ଆନ୍ଦୋଳନ କୁ ସମାବେଶ ଜରିଆରେ ଏକ ସମର୍ଥନ ସଭା ଆୟୋଜିତ ହୋଇଥିଲା l 
ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରବୀନ୍ଦ୍ର ଥାନ୍ଦାର, ସେକ ଆତାର ଉଦ୍ଦିନ ଅହମ୍ମଦ, ମହେନ୍ଦ୍ର ମହାପାତ୍ର, ବିଦ୍ୟାଧର ଜେନା, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା,ସତ୍ୟଜିତ ସାହୁ, ସୁରେଶ ବାରିକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ କୃଷକ ଆନ୍ଦୋଳନ କୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ କ୍ଷମାମାଗିବା ଓ ଗତ ୨୪ତାରିଖ ରେ କେନ୍ଦ୍ର କ୍ୟାବିନେଟ ରେ ଏହି କିଷାନ ବିରୋଧୀ ବିଲ କୁ ପ୍ରତ୍ୟାହାର ମୋହର ମାରିଲେ ହେବନାହିଁ, ଆନ୍ଦୋଳନ ରେ ୭୦୦ରୁ ଉର୍ଦ୍ଧ ଶହୀଦ ପରିବାର ଙ୍କୁ ୧ କୋଟି ଲେଖାଏଁ କ୍ଷତି ପୂରଣ ଓ ପରିବାର ରୁ ୧ ଜଣ ସଦ୍ୟସ୍ୟ ଙ୍କୁ କେନ୍ଦ୍ର ସରକାର ଙ୍କ ଅଧୀନରେ ନିଯୁକ୍ତି ପ୍ରଦାନ କରିବା ସହିତ ଆନ୍ଦୋଳନକାରୀ ଙ୍କ ନାମରେ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ଓ ବନ୍ଦୀ ହୋଇଥିବା କିଷାନ ନେତା ମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବାକୁ ବକ୍ତାମାନେ ଦାବି କରିଛନ୍ତି। 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !