ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ଡ୍ରାଇଭର ମୃତ l

କନ୍ଧମାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବାଲିଗୁଡା ରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ।ଘଟଣାସ୍ଥଳରେ ଟ୍ରାକଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବାଲିଗୁଡା ଥାନା ଡେଲାରପଦର ଗ୍ରାମର ହେମନ୍ତ ମଲ୍ଲିକ ହୋଇଥିବା ଜଣାପଡିଛି।ସୂଚନା ରୁ ପ୍ରତିଶତ ଯେ, କାମ ସାରିବା ପରେ ଟ୍ରାକଟର ଡ୍ରାଇଭର ଶ୍ରମିକଙ୍କୁ ସେମାନଙ୍କ ଗାଁ କୁ ଛାଡିବାକୁ ଯାଇ ଫେରୁଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟ୍ରିକିଆ ଗାଁ ନିକଟସ୍ଥ କସୁବାଲି ଘାଟିରେ ଗତକାଲି ରାତିରେ ଟ୍ରାକଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଟ୍ରାକଟର ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଖବର ପାଇ ଆଜି ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !