ପୁରାଣ ବର୍ଣ୍ଣିତ ଜଟାଧାରୀ ଶୈବପୀଠ ଅବହେଳିତ, ପ୍ରଶାସନ ର ଦୃଷ୍ଟି ପଡୁ l

ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଳକ ର ଶାଳୀଜଙ୍ଗା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ବହୁ ପୂରାତନ ଶୈବପୀଠ ଜଟାଧାରୀ I ପାହାଡ଼ ପାଦଦେଶରୁ ଦୁଇହଜାର ମିଟର ଉଚ୍ଚ ରେ ବାବା ଜଟାଧାରୀ ଙ୍କ ପୀଠ I ବାବା ଶିବଶମ୍ଭୁ ଜଟାଧାରୀ ଏକ ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ଅଛନ୍ତି l ଅଙ୍କାବଙ୍କା ପଥର ର ପାଦଚଲା ରାସ୍ତାରେ ଯାଉଥିବା ବେଳେ ଭୟ ତ ନିଶ୍ଚୟ ସ୍ରୁଷ୍ଟି ହୁଏ, କିନ୍ତୁ ଜଟାଧାରୀ ଙ୍କ ଅସୀମ କୃପାରୁ ଭକ୍ତଙ୍କ ମନରେ ନା ଥାଏ ଭୟ କି କଷ୍ଟ l ବାବା ଶିବଶମ୍ଭୁ ଙ୍କ ଅଲୌକିକ ଶକ୍ତି ଭକ୍ତ ମାନଙ୍କୁ କରିଦିଏ ବିମୋହିତ l ତେଣୁ କାହିଁ କେତେ ଦୂରଦୂରାନ୍ତରୁ ନିଜର ମାନସିକ ପୂରଣ କରିବା ପାଇଁ ଆସୁଥିବା ଭକ୍ତଗଣ ଦିବ୍ୟ ଚେତନା ରେ ବଶୀଭୂତ ହୋଇଥାନ୍ତି l ମୁଖ୍ୟତଃ ମକରସଂକ୍ରାନ୍ତି ଉପଲକ୍ଷେ ତିନିଦିନ ଧରି ଏହି ପୀଠରେ ଆୟୋଜିତ ହୋଇଥାଏ ଭଜନ କୀର୍ତ୍ତନ, ମହାଯଜ୍ଞ ଏବଂ ଅନ୍ନପ୍ରସାଦ I ଚଳିତ ବର୍ଷ ରାବଣା ଗ୍ରାମର ମଣି ତାରିଣୀ ପୀଠାଧୀଶ ଙ୍କୁ ସ୍ଵପ୍ନାଦେଶ ହୋଇଥିଲା l ସେହି ଦିନଠାରୁ ଦୀର୍ଘ ୯ ମାସ ହେବ ପୀଠାଧୀଶ ସାଧୁ ଠାକୁରଙ୍କ ପାଖରେ ରହିଆସୁଛନ୍ତି ଏବଂ ସେହି ପୀଠର ବିକାଶ ପାଇଁ ଲାଗିପଡ଼ିଛନ୍ତି l ଗତବର୍ଷ ଏହି ମକରସଂକ୍ରାନ୍ତି ଉପଲକ୍ଷେ ମାନ୍ୟବର ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ପରିଦର୍ଶନ ରେ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି ପୌରାଣିକ ସ୍ଥାନକୁ କିପରି ସୁରକ୍ଷିତ ରଖାଯିବ ଏବଂ ଏହାର ଉନ୍ନତି ହେବ ତାହା ପ୍ରତି ଦୃଷ୍ଟିପାତ କଲେନାହିଁ l ଯଦି ସରକାରଙ୍କ ପକ୍ଷରୁ ଜନସାଧାରଣ ଙ୍କ ଗମନାଗମନ ସୁବିଧା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଆନ୍ତା ତେବେ ଏହି ପୂରାତନ ଶୈବପୀଠ ଜଟାଧାରୀ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇପାରନ୍ତା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !