ନିଜର ହକ୍ ପାଇଁ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ର ରଣ ହୁଙ୍କାର l ସରକାରଙ୍କୁ ଚେତାବନୀ..

ଯାଜପୁର (କଳିଙ୍ଗନଗର) :- ଦାନଗଦୀ ବ୍ଲକ ଅନ୍ତର୍ଗତ ରାବଣା ଖଣ୍ଡୁରାଇ ମନ୍ଦିର ପରିସରରେ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ୨୯ ଭୂମିମୁକ୍ତି କୃଷକ ମଞ୍ଚ ସହସଂମ୍ପାଦକ ଶ୍ରୀବିଶୂକେତନ ମଙ୍ଗରାଜ ଓ ପରାମର୍ଶ ଦାତ୍ତା ଶ୍ରୀପୁରୁଷୋତ୍ତମ ବେହେରା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀ ମାନେ ନିଜ ନିଜର ମତ ରଖିଥିଲେ l ପିଢି ପରେ ପିଢି ଦିନ ପରେ ଦିନ ବିତି ଗଲାଣି, ଆଜକୁ ଶହେ ବର୍ଷ ଦ୍ଵାରରେ ପହଞ୍ଚିଲାଣି । ଇତି ମଧ୍ୟରେ ୯୫ ବର୍ଷ ବିତିଗଲା, ୨୯ ଗୋଟି ମୌଜାକୁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ । ଭାରତ ଏକ ଗଣ ତାନ୍ତ୍ରିକ ରାଷ୍ଟ୍ର ହେଲେ ବି ଆଜି ଆମେ ପରାଧୀନର ସ୍ବାଦ ଚାଖୁଅଛୁ । ସରକାର ପରେ ସରକାର ବଦଳି ଚାଲିଛି । ଅଥଚ ଆମ୍ଭେ ଏ ପର୍ଯ୍ୟନ୍ତ ନିଜ ଜମିର ମାଲିକାନା ପାଇ ପାରିଲୁ ନାହିଁ । ସରକାର ଦ୍ୱିତୀୟ ଇସ୍ପାତ
କାରଖାନାର ସପ୍ନ ଦେଖୁଥିଲେ, ହେଲେ ତାହା ସଫଳ ମଧ୍ୟ ହେଲା । କାରଖାନାର ଚତୁପାର୍ଶ୍ଵର ଉନ୍ନତି ନିମନ୍ତେ ଭୂ-ବନ୍ଦୋବସ୍ତ ବନ୍ଦ କରିଦିଆଗଲା। କାରଖାନାତ ହେଲା, ଯେତିକି ଜମି ନେବା କଥା ତ ନେଲା ହେଲେ ପାର୍ଶ୍ବବର୍ତ୍ତୀ ଚାଷ ଜମିକୁ କାହା ସାର୍ଥରେ ଏଯାଏଁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ ? ଏ ସମ୍ପର୍କରେ ୨୯ ଗୋଟି ମୌଜାର ଚାଷୀ ସରକାରଙ୍କୁ ଜବାବ୍ ମାଗିବା ପାଇଁ ଆଗେଇ ଆସିଛନ୍ତି । ରାଜସ୍ୱ ବିଭାଗ ତରଫରୁ ଅନେକ ଥର ଏହି ମୌଜା ଗୁଡ଼ିକର ଭୂ ବନ୍ଦୋବସ୍ତ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏହି ଅଞ୍ଚଳର ବ୍ୟାପକ ବିକାଶ କରାଯିବାର ଡିଣ୍ଡିମ ପିଟି ପିଟି ଏହି ୨୯ ମୌଜାର ଜମି ମାଲିକ ମାନଙ୍କର ଭବିଷ୍ୟତ ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି ଏହି ଘଟଣା ସାରା ଭାରତ ବର୍ଷରେ ବିରଳ । ଅଞ୍ଚଳବାସୀ କେତେ ଲାଭାଂଶ ପାଇଛନ୍ତି ତାହା ସମସ୍ତଙ୍କୁ ଜଣା । "ସଠିକ୍ ସମୟ ପୂର୍ବରୁ ଆମେ ଯଦି ଆମ ଜମିର ମାଲିକାନା ନ ପାଇବା ତେବେ ଆଗାମୀ ପିଢି ଦାଣ୍ଡର ଭିକାରୀ ହୋଇ ବୁଲିବା ସାର୍ ହେବ" ବୋଲି ଆଯୋଜିତ କୃଷକ ସମ୍ମିଳନୀ ରେ ଏହିପରି ବକ୍ତବ୍ଯ ରଖିଥିଲେ କୃଷକ ନେତାମାନେ । ଜମିର ସଠିକ୍ ମାଲିକାନା, ଜମି ପଟ୍ଟା ନଥିଲେ ବ୍ୟାଙ୍କ ମଧ୍ୟ ଜମି ଉପରେ ଋଣ ଦେବା ପାଇଁ ପ୍ରସ୍ତୁତ ନଥିବାରୁ ବେକାରୀଙ୍କ ସମସ୍ୟା ଦୃତ ବଢିଚାଲିଛି । ଶିକ୍ଷିତ ପିଲାଟି ବ୍ୟାଙ୍କରୁ ଋଣ ପାଇ ପାରୁନାହିଁ । ଭାଇ ଭାଇ ମଧ୍ୟରେ ଭାଗ ବଣ୍ଟାରେ ଭୀଷଣ ବିଚ୍ୟୁତି ଘଟୁଅଛି, ଫଳରେ ହଣାକଟା ବଢିଚାଲିଅଛି । ଛାତ୍ରଛାତ୍ରୀ ମାନେ ନିଜର ଆୟ, ସ୍ଥାୟୀ, ଜନ୍ମଗତ ପ୍ରମାଣ ପତ୍ର ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏ ସବୁ ସରକାର ଭୂଲ କରିବେ ଆଉ ଦଣ୍ଡ ପାଇବେ ସାଧାରଣ ଗରିବ କୃଷକ ଭାଇ । ଗାଁର ଲୋକଟିଏ ଚାଷ ଉପରେ ନିର୍ଭର କରେ । ତା’ର ଉତ୍ପାଦିତ ସାମଗ୍ରୀରୁ ସେ ଭରଣ ପୋଷଣ ହୁଏ, ଜିବିକା ନିର୍ବାହ କରେ, ବନ୍ଧୁ ବାନ୍ଧବ, ପିଲାଛୁଆଙ୍କ କଥା ବୁଝେ । ଗରିବ ସୀମାରେଖା ତଳେ ରହିଥିବା ଲୋକ ମାନଙ୍କୁ ଦାନା ଯୋଗାଏ ଏଠାରେ ଚାଷୀଙ୍କ ପାଇଁ ଅନେକ ନୀତି ଘୋଷଣା ହେଉଥିବା ବେଳେ ତାହା କାର୍ଯ୍ୟକାରି ହେଉନାହିଁ କିମ୍ବା ଚାଷୀର ମୌଳିକ ସ୍ଥିତି ବଦଳି ପାରି ନାହିଁ ବରଂ ଆଗରୁ ଯେଉଁ ପ୍ରଚଳିତ ବ୍ୟବସ୍ଥା ଥିଲା ତାହା ପ୍ରତି କୁଠାରଘାତ ହୋଇଛି । ସୁକିନ୍ଦା ଗଡ଼ଜାତ ଅଞ୍ଚଳର ସମସ୍ୟା ସାଧାରଣ ସ୍ତରରୁ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । କୃଷକ ଭାଇ ଯେଉଁ ସ୍ଥାନରେ ବସବାସ କରୁଛନ୍ତି ତା’ର ପ୍ରମାଣ ପତ୍ର ବି ନାହିଁ । ଏଥ୍ ପାଇଁ ଦାୟୀ କିଏ ? ନିଜେ ଚାଷୀ ନା ସରକାର ? ଚାଷୀ ଭାଇମାନେ ଆଜି ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ର ମାଲିକ ହୋଇ ପାରି ନାହିଁ,ରାଜା ରାଜୁଡ଼ା, ଜମିଦାର ପ୍ରଜାମାନଙ୍କୁ ଦାନ କରିଥିବା ଚାଷ ଜମିକୁ ଖଣ୍ଡେ ଖଣ୍ଡେ କବଲା ଦେଇଛନ୍ତି । ଭାରତ ସାଧୀନ ହେଲା ହେଲେ ଆଜିଯାଏଁ ଏହି ୨୯ଗୋଟି ମୌଜାର ଭୂ-ବନ୍ଦୋବସ୍ତ ହୋଇପାରିଲା ନାହିଁ । ଫଳରେ ଚାଷୀଙ୍କ ଠାରୁ ଜମି ଛଡ଼ାଇ ନେବାକୁ ସରକାରଙ୍କ ସୁବିଧା ହେଉଅଛି । କଳକାରଖାନାର ଆଳ ଦେଖାଇ ସୁକିନ୍ଦା,ଦାନଗଦୀତହସିଲ ତତ୍ତ୍ୱାବଧାନରେ ଥିବା ୨୯ ଗୋଟି ମୌଜାକୁ ଭୂ-ବନ୍ଦୋବସ୍ତ ନ କରି ଶିଳ୍ପପତି ମାନଙ୍କୁ ବିକ୍ରି କରି ଦେବାକୁ ମସୁଧା ଚଳାଇଛନ୍ତି ରାଜ୍ଯ ସରକାର । ଚାଷୀ ମାନଙ୍କୁ ଉଚିତ୍‌ କ୍ଷତିପୂରଣ ମଧ୍ୟ ଦିଆଯାଉନାହିଁ । ପ୍ରତ୍ୟେକ ପ୍ରକଳ୍ପର କାର୍ଯ୍ୟ ବେଳେ ବିରୋଧ ହେଉଛି, ମାଲିମକଦ୍ଦମା, ଅଶାନ୍ତି, ଅରାଜକତା ବଢିଚାଲିଛି । ତେଣୁ ସମସ୍ତ ଚାଷୀ ଏକଜୁଟ୍ ହୋଇ ନିଜର ହକ୍ ମାଗିବା ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି l ଏହି ସମସ୍ୟାର ସମାଧାନ ହୋଇଗଲେ ଜନସାଧାରଣଙ୍କର ପ୍ରକୃତ ବିକାଶ ହୋଇପାରିବ । ଏହି ୨୯ ଗୋଟି ମୌଜାକୁ ଭୂ-ବନ୍ଦୋବସ୍ତ ଆଇନ୍ ଅନୁସାରେ ବନ୍ଦୋବସ୍ତ କରା ନ ଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନର ଉଗ୍ରରୂପ ନେବା ନିଶ୍ଚିତ । ୨୯ ଗୋଟି ମୌଜା ଗୁଡ଼ିକ ହେଲା : -୧.ମଣ୍ଡପଡ଼ା, ୨. ରଣାଗୁଣ୍ଡି, ୩. ଶୁଳିଆ, ୪. ଧନଞ୍ଜୟପୁର, ୫. ଜାମୁପଶି, ୬. ନଡ଼ିଆଭଙ୍ଗା, ୭. ସମାଂଶ,୮. ଡୁବୁରି, ୯. ଗୋବରଘାଟି, ୧୦. ମିରିଗିଚରା, ୧୧.ଗୋଲାଗାଁ, ୧୨. ପଞ୍ଚବାଟିଆ, ୧୩. ମନୋହରପୁର,୧୪.ରାବଣା, ୧୫. ମାଣତିରା, ୧୬. ଦଶମାଣିଆ, ୧୭. କଚେରିଗାଁ, ୧୮. ଗାଡ଼ପୁର, ୧୯. ମଙ୍ଗଳପୁର,୨୦. ଯଖପୁରା, ୨୧. ଖୁରୁଣ୍ଟି, ୨୨. ନୂଆଗାଁ, ୨୩. ବାରଗଡ଼ିଆ, ୨୪. ସାରଙ୍ଗପୁର, ୨୫. ଗୋଡିଗୋଠ,୨୬. ମାନଗୋବିନ୍ଦପୁର, ୨୭. ଧୂଳିଗଡ଼,୨୮.ଚାନ୍ଦିଆ, ୨୯. ବଡ଼ଶୂଳିଡ଼ିହା। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶକୁ ପାଳନ କରି ସରକାର ଯାଥା ଶୀଘ୍ର ଉପରୋକ୍ତ ମୌଜା ଗୁଡିକର ଭୂ ବନ୍ଦୋବସ୍ତ ନ କଲେ ଆଗାମୀ ଦିନରେ ସମସ୍ତ ଚାଷୀ ପରିବାର ରାଜରାସ୍ତା କୁ ଓହ୍ଲାଇବାକୁ ଆବାହକ "ଏବେ ନୁହେଁ ତ କେବେ ନୁହେଁ" ଭୂମିମୁକ୍ତି କୃଷକ ମଞ୍ଚ, କଳିଙ୍ଗନଗର, ଯାଜପୁର ଚେତାବନୀ ଦେଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !