ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ମାତୃ ସମ୍ମିଳନୀ ଓ ସରସ୍ଵତୀ ପୂଜା l

ଯାଜପୁର (ଦାନଗଦୀ) :- କଳିଙ୍ଗନଗର ଶିଶୁ ମନ୍ଦିର ସୋଲେଇ ରେ ମାତୃ ସମ୍ବିଳନୀ ଓ ସରସ୍ୱତୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସଭା ଆରମ୍ଭ ରୁ ପ୍ରଦୀପ ପ୍ରଜ୍ବଳନ, ମାତୃ ବନ୍ଦନା, ଗୁରୁ ବନ୍ଦନା ହୋଇଥିଲା , ମୁଖ୍ୟ ଅତିଥି ବରିଷ୍ଟ ଆଇନଜୀବି ସୁବାଷ ଚନ୍ଦ୍ର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ହିନ୍ଦୁ ସୁରକ୍ଷା ସେନା ର ଜିଲ୍ଲା ସଭାପତି  ବସନ୍ତକୁମାର ପାତ୍ର ଯୋଗଦାନ କରିଥିଲେ l ପ୍ରଧାନ ଗୁରୁଜୀ ସୁବାଷ ଚନ୍ଦ୍ର ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଗୋପୀନାଥ ରାଉତ  ଶିଶୁ ମାନଙ୍କ ପ୍ରଥମ ଗୁରୁମା ନିଜ 'ମା,' ନିଜ ଘରେ କିପରି ଦୈନନ୍ଦିନ ଶିଶୁ ମାନଙ୍କୁ ସୁ ଶିକ୍ଷା ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ପାଇଁ ଏକ ଆଦର୍ଶ ମଣିଷ ରୂପେ ଗଢିବେ ତାହା ଉଦାହରଣ ମାଧ୍ୟ୍ୟମ ରେ ବୁଝାଇ ଥିଲେ l ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ନନ୍ଦ ତାଙ୍କ ମାର୍ଗ ଦର୍ଶନ ରେ ମାତୃ ସମ୍ବିଳନୀ ରେ ଉପସ୍ଥିତ ମା'ମାନେ ସମସ୍ତେ ମା ଭାରତୀଙ୍କର ସନ୍ତାନ ଯେଉଁ ରାଷ୍ଟ୍ର ରେ ମା' ମାନେ ଆଗରେ ସେହି  ରାଷ୍ଟ୍ର ନିଶ୍ଚିତ ଆଗକୁ ବହୁତ ଉନ୍ନତ ରାଷ୍ଟ୍ର ହୋଇପାରିବ ବୋଲି କହିବା ସହ ଭାରତୀୟ ସଂସ୍କୃତି ପରମ୍ପରା ରକ୍ଷା କରିବା ପାଇଁ ଶିଶୁ ମନ୍ଦିର ନିତ୍ୟାନ୍ତ ପ୍ରୟୋଜନ ଓ ଶିଶୁ ମନ୍ଦିର ଶିଶୁ ମାନଙ୍କ ପାଇଁ ଏକ ବିରାଟ ଉଜ୍ଜଳ ଭବିଷ୍ୟତ ଗଠନର ଅନୁଷ୍ଠାନ ବୋଲି କହିଥିଲେ l ସୁ ଶିକ୍ଷା ପ୍ରଦାନକିପରି କରାଯିବା ସହ ଶିଶୁଙ୍କୁ ସଂସ୍କୃତି ଓ ସଂସ୍କାର ଘରେ ଶିକ୍ଷା କେମିତି ଦିଆଯିବ ସେ ବିଷୟ ରେ ମାର୍ଗ ଦର୍ଶନ ଦେଇଥିଲେ l ସମସ୍ତ ମା ମାନଙ୍କୁ ଦୈନିକ ନିଜ ପରିବାର କିପରି ଶିଶୁ ମାନଙ୍କ ସହ ପୂଜାପାଠ, ଠାକୁର ଘରେ କଣ କରାଯିବ, ରୋଷେଇ ଘରେ କଣ କରାଯିବ, ନିଜ ଶିଶୁ ମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ କିପରି ତାଲିମ ଓ ପଠନ ଦ୍ୱାରା ଏହାର ମହତ୍ୱ ଓ ବସୁଦେବକୁଟୁମ୍ବଙ୍କ ପରି ସୁନ୍ଦର ସୁଖୀ ପରିବାର ଗଠନ ହୋଇ ପାରିବ ବୋଲି ମୁଖ୍ୟ ବକ୍ତା  ସୁବାଷ ନନ୍ଦ ମାର୍ଗ ଦର୍ଶନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଦୁଇ ଶହରୁ ଉର୍ଦ୍ଧ ମା' ଉପସ୍ଥିତ ଥିଲେ l ଲକ୍ଷ୍ମୀ ପ୍ରିୟା ନାୟକ, ଗୀତାଞ୍ଜଳି ସାମନ୍ତରାୟ, ଚାଇନା ମୁଦୁଲି, ମନୋରମା ସାହୁ,ଶରଣ ମଲ୍ଲିକ ,କୃଷ୍ଣ ଚନ୍ଦ୍ର ମାଝୀ, ଅସିତ୍ ଦାସ ଏବଂ ମାତୃ ଭାରତୀ ବଳ ,ବିରଞ୍ଚି ନାରାୟଣ ସାହୁ ଓ ଶିଶୁ ମନ୍ଦିର ର ସମସ୍ତ ଗୁରୁମା ଗୁରୁଜୀ ଉପସ୍ଥିତ ଓ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହ ମାତୃ ସମ୍ବିଳନୀ ଶେଷ ହୋଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !