"ଉଦୟବଟ" ପତ୍ରିକା ତରଫରୁ ବିଦ୍ୟାଦାତ୍ରୀ ସରସ୍ୱତୀ ମା ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର) : - ଯାଜପୁର ଜିଲ୍ଲା ଯାଜପୁରରୋଡ଼ (ବ୍ୟାସନଗର) ସହରରୁ ପ୍ରକାଶିତ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଛି । ୧୯୮୮ ମସିହାରୁ ‘ଉଦୟବଟ’ ଏହି ପୂଜାକୁ ଅତି ଭକ୍ତିର ସହ ପାଳନ କରିଆସୁଛି । ଛାତ୍ର କଳିଙ୍ଗ କେଶରୀ ରାଉତ (ଲୀପେଶ) କର୍ତା ଭାବେ ଏଠାରେ ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ବରିଷ୍ଠ ପୂଜକ ତଥା ବିଶିଷ୍ଠ ପ୍ରବଚକ ତଥା ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ ଯଥାରୀତି ମତେ ପୂଜା କରିଥିଲେ । ମଧ୍ୟାହ୍ନରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସୁମିତ୍ରା ମିଶ୍ର, ବିଦ୍ୟୁତ୍‌ପ୍ରଭା ରାୟ, ସୁମନ୍ତ ରାଉତ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଅରୁଣ ଦାସ, ଚକ୍ରଧର ମଲ୍ଲିକ, ବସନ୍ତ କୁମାର ପାତ୍ର, ଅସିତ୍ ଦାସ, ଆରତୀ ରାୟ, ସଂଯୁକ୍ତା ସ୍ୱାଇଁ, ଭାରତୀ ବିଶ୍ୱାଳ, ସୁଜାତା ଜେନା, ଗୋଲାପ ମଲ୍ଲିକ, ଭାରତୀ ବେହେରା, ରୀତା ସାହାଣୀ, ବିନୋଦ ବିହାରୀ ରାୟ, ନରହରି ବେହେରା, ଗୋଲାପ ମୁଣ୍ଡା, ସୁମନ୍ତ କୁମାର ପଲେଇ, ଦାନଗଦି ଅଂଚଳର ସମାଜସେବୀ ସନାତନ ପାତ୍ର, ପ୍ରୀତିପାଲ ସିଂହ, ହରଦୟାଲ ସିଂହ, ପ୍ରଦୀପ ବାରିକ, ସୁବାସ ଜେନା, ସନ୍ତୋଷ କୁମାର ଖୁଂଟିଆ, ପାୟଲ ରାୟ, କାଂଚନ ନାୟକ, ରୋଜାଲିନ ବିଶ୍ୱାଳ, ଶାନ୍ତିଲତା ରାଉତ, ସମୀର କୁମାର ମିଶ୍ର, ଶ୍ୟାମସୁନ୍ଦର ରାଉତ, ବିଶମ୍ବର ଓଝା ପ୍ରମୁଖ ସଫଳ କରିବାରେ ସହଯୋଗ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରମଣି ସାମଲ, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ବଡ଼ବିଲ ଅଂଚଳର ବରିଷ୍ଠ ସାମ୍ବାଦିକ ମଳୟ କୁମାର ସାମଲ, ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଏହି ଦିନ ଅନୁଷ୍ଠିତ ହୋଇ ଆସୁଥିବା ‘ଦୁର୍ଲ୍ଲଭ କଳା ପରିଷଦ’ର ବାର୍ଷିକୋତ୍ସବ, ଭଜନ ସଂନ୍ଧ୍ୟା ଏବଂ ରାଜ୍ୟସ୍ତରୀୟ କଳାକାର ସମ୍ମାନ ପ୍ରଦାନ ଆଦି କାର୍ଯ୍ୟକ୍ରମକୁ ଘୁଂଚାଇ ଦିଆଯାଇଛି । ‘ଉଦୟବଟ’ ଠାରେ ଅନୁଷ୍ଠିତ ମେଢ଼ ଦେଖିବାକୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !