ନାଗେଶ ଟ୍ରଫି ହରିୟାଣାକୁ ୪୭ ରନ୍ ରେ ହରାଇଲା ଓଡ଼ିଶା।ଓଡ଼ିଶାର ବିଜୟ ଧାରା ଜାରି।

ବ୍ୟୁରୋ ରିପୋର୍ଟ :- ବେଙ୍ଗାଲୁରୁଠାରେ ଖେଳାଯାଉଥିବା ନାଗେଶ ଟ୍ରଫି ଜାତୀୟ ଟି୨୦ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣରେ ଆଜି ଓଡ଼ିଶା ହରିୟାଣା କୁ ଭେଟିଥିଲେ l ଏହି ଜାତୀୟ ପ୍ରତିଯୋଗିତାରେ ସାରା ଦେଶରୁ ୨୪ ଗୋଟି ଦଳ ଭାଗ ନେଇଛନ୍ତି, ଦଲଗୁଡ଼ିକୁ୪ ଗ୍ରୁପ୍ ରେ ବିଭକ୍ତ କରାଯାଇଛି l ଓଡ଼ିଶା ଏ ଗ୍ରୁପ୍ ରେ ସ୍ଥାନ ପାଇଥିଲା ଲ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟ ର ଅନ୍ତିମ ମ୍ୟାଚ୍ ହରିୟାଣା ବିପକ୍ଷରେ ୪୭ ରନ୍ ରେ ଜିତିିଛି I ଗ୍ରୁପ୍ ର ୨ୟ ସ୍ଥାନରେ ରହିଥିବା ଓଡ଼ିଶା ଦଳ ପୂର୍ବରୁ କ୍ୱାଟର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି l
ଶୁକ୍ରବାର ବେଙ୍ଗାରୁଲୁ ସ୍ଥିତ ସଚୀନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ରେ ଓଡ଼ିଶା ଦଳର ଅଧିନାୟକ ମହମଦ୍ ଜାଫର ଇକବାଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ l ଓଡ଼ିଶା ଦଳ ନିର୍ଧାରିତ ୨୦ ଓଭରରେ ୧୯୨/୧୦ ରନ୍ କରିଥିବା ବେଳେ, ସୁଖରାମ ମାଝି-୬୮/୪୬,
ଲାଲ୍ ପ୍ରସାଦ ସୋରେନ ୫୧/୩୧ ଓ 
ଜାଫର ଇକବାଲ୍ ୨୬/୩୪ ରନ୍ କରିଥିଲେ।
ସେହିପରି ହରିୟାଣା ର ଦୀପକ ମଲ୍ଲିକ ୪ଟି, ରାମବିର ଶିଙ୍ଗ, ବିନୀତ କୁମାର ଏବଂ ପ୍ରବୀଣ କୁମାର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ।
ଜବାବରେ ହରିୟାଣା ୧୪୫/୯ ରନ୍ କରିପାରିଥିଲା l ଫଳ ସ୍ୱରୂପ ଓଡ଼ିଶା ଦଳ ଏହି ମ୍ୟାଚ୍ କୁ ୪୭ ରନ୍ ରେ ଜିତିଥିଲେ।
ଓଡ଼ିଶାର ନକୁଳ ବଡନାୟକ ୪ଟି ସୁଖରାମ ମାଝି୩ଟି ଏବଂ ଜାଫର ଇକବାଲ୍ ୧ଟି ୱିକେଟ ନେଇଥିଲେ।
ସୁଖରାମ ମାଝୀଙ୍କୁ ପୁନଃ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।
ଆସନ୍ତା ୧୪ ତାରିଖରେ ଖେଳାଯିବାକୁଥିବା କ୍ୱାଟର୍ ଫାଇନାଲ୍ ମ୍ୟାଚ୍ ରେ ଓଡ଼ିଶା ପଡ଼ୋଶୀ ଝାଡ଼ଖଣ୍ଡକୁ ଭେଟିବ।
Odisha beat Haryana by nine runs in the Nagesh Trophy. Odisha's winning streak continues.
 BEURO REPORT: - Odisha met Haryana today in the third edition of the Nagesh Trophy National T20 Cricket Tournament, which is being played in Bengaluru. Haryana, who finished second in Group I, have already secured their place in the quarter-finals by winning by four runs against Haryana.
 In the match played at the Sachin Tendulkar Ground in Bengaluru on Friday, Odisha captain Mohammad Jafar Iqbal decided to bat first to win the toss.
 Lal Prasad Soren 51/31 O
 Jafar Iqbal scored 24/34.
 Similarly, Haryana's Deepak Mallick took four wickets, Rambir Singh, Bineet Kumar and Praveen Kumar one.
 In reply, Haryana scored 165/4 l. As a result, Odisha won the match by 7 runs.
 Odisha's Nakul Badnayak took 4 wickets and Sukhram Majhi 3 and Jafar Iqbal 1 wicket.
 Sukhram Majhi was awarded Man of the Match again.
 Odisha will meet neighboring Jharkhand in the quarter-final match to be played on the 16th.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !