ମହଙ୍ଗା ମାଡକୁ ନେଇ କଂଗ୍ରେସ ପକ୍ଷରୁ ସୁକିନ୍ଦାର ବିଭିନ୍ନ ହାଟରେ ସଚେତନତା କାର୍ଯ୍ୟକ୍ରମ l

ଯାଜପୁର (ସୁକିନ୍ଦl):- ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ସାରା ଦେଶରେ ମହଙ୍ଗାଇ ମାଡ଼ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ସୁକିନ୍ଦା ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦାର କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଶରତ ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରବିବାର ସୁକିନ୍ଦାଗଡ଼ ହାଟ, ସୋମବାର ହରିପୁର ହାଟ, ଗୁରୁବାର ଡ଼ୁବୁରୀ ହାଟଠାରେ ଉପସ୍ଥିତ ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସହ ଏହି ଦରଦାମ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ l ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଜିଏସଟି ଉଛେଦ, ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ, ଡିଜେଲ ଓ ପେଟ୍ରୋଲ ମୂଲ୍ୟ ଉପରୁ ଅବକାରୀ ଶୁଳ୍କ ହ୍ରାସ, କୃଷି ଉପକରଣ, ସାର, କୀଟନାଶକ ଓ ବିହନ ଆଦି ସାମଗ୍ରୀ ଗୁଟିକୁ ଜିଏସଟି ମୁକ୍ତ କରିବାପାଇଁ ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା l ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜ, ମହିଳା କଂଗ୍ରେସ ସଭାପତି ସ୍ୱପ୍ନା ବେହୁରା, ଦାନଗଦୀ ବ୍ଲକ ସଭାପତି ବିଭୂଭୂଷଣ ରାଉତ,ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ରାଇଚରଣ ମହାନ୍ତି, ଯୁବ କଂଗ୍ରେସ ଉପ ସଭାପତି ଚଞ୍ଚଳ ମହାପାତ୍ର,ବ୍ଲକ ସେବାଦଳ ମୁଖ୍ୟ ହରେକୃଷ୍ଣ ପାଣିଗ୍ରାହୀ ମଧୁସୂଦନ ସାହୁ, ଅଜୟ ଜେନା, ସୁକୁମାର ଦେଓ, ଅଜୟ ମଲ୍ଲିକ, ଜନ୍ମେଜୟ ବଳସାମନ୍ତ, ମଳୟ ପାତ୍ର, ନିଲୁ ଦେଓ, ବୀର ସାହୁ, ଝରଣା ମହାନ୍ତ, ପୁଷ୍ପଲତା ସାହୁ, ଅଜୟ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ମାସ ୪ ତାରିଖରେ ଦିଲ୍ଲୀ ଠାରେ ସର୍ବ ଭାରତୀୟ ସ୍ତରରେ 'ମହଙ୍ଗାଇ ହାଲାବୋଲ'ଜରିଆରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବlର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି l
 (ଯାଜପୁର କଳିଙ୍ଗନଗର ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !