ସ୍ୱାଧୀନତା ଦିବସ ଅବସରରେ, ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ l


କୁଏତ(ବ୍ୟୁରୋ ରିପୋର୍ଟ) :-    ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ। ଏହି ସଙ୍ଗଠନ ଆନୁକୁଲ୍ୟରେ ଦେଶର ୭୬ ତମ ପବିତ୍ର ସ୍ଵାଧୀନତା ଦିବସ ଅତି ଉତ୍ସାହ ସହକାରେ ଅବୁହଲିଫା ର ଦୁମ୍ ହଲ୍ ରେ ପାଳନ ହୋଇଯାଇଛି । ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ, ଭାରତୀୟ ପ୍ରବାସୀ ପରିଷଦ ର ଅଧ୍ୟକ ଶ୍ରୀଯୁକ୍ତ ବିନୋୟ ସେବାସ୍ତିୟାନ, ଭାରତିୟ ପ୍ରବାସୀ ପରିଷଦ ର ଏରିଆ ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, କେନ୍ଦ୍ରୀୟ କମିଟି ର କର୍ମକର୍ତ୍ତା, ୨୪ ଟି ରାଜ୍ୟ ର ପ୍ରତିନିଧି ମାନେ ମୁଖ୍ୟଅତିଥି ଙ୍କୁ ସ୍ଵାଗତସମ୍ବର୍ଦ୍ଧନା ସହିତ ଦୀପ ପ୍ରଜ୍ବଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୨୪ ଟି ରାଜ୍ୟ ର ପ୍ରତିନିଧି, ମହିଳା, ପରିବାର, ଯୁବକ, ସଙ୍ଗଠନ, କର୍ମକର୍ତ୍ତା, ବିଭିନ୍ନ କମ୍ପାନୀ ର ପ୍ରତିନିଧି ଙ୍କ ଉତ୍ସାହପୂର୍ଣ୍ଣ ସହିତ ଦେଶାତ୍ମକ ଭକ୍ତି ସହିତ ଭାରତ ମାତା ର ପୂଜା, ବନ୍ଦେ ମାତରଂମ୍ ଭଳି ଦେଶାତ୍ମକ ସଙ୍ଗୀତ ସହିତ ତ୍ରିରଙ୍ଗା ଯାତ୍ରା କରି ଜାତୀୟ ଏକତା ଏମ୍ବ ସଂହିତା ର ବାର୍ତ୍ତା ପ୍ରଦାନ କରିଥିଲେ । ସନ୍ଧ୍ୟା ରେ ବିଭିନ୍ନ ରାଜ୍ୟ ର ପ୍ରତିନିଧିତ୍ଵ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା | ଏରିଆ ସଭାପତି ଶ୍ରୀଯୁକ୍ତ ବିଶ୍ବ ରଂଜନ ସାହୁ ଙ୍କ ଅଭିଭାଷଣରେ, ଯସ୍ଵଶୀ ପ୍ରଧାନ ମନ୍ତ୍ରୀ ଆଦରଣୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କର ଆହ୍ବାନ ରେ ଆଜି ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପ୍ରତେକ ଭାରତୀୟ ନାଗରିକ ଭାବେ ଏହା ଆମ ସମସ୍ତ ଙ୍କ ପାଇଁ ଗର୍ବ,ଗୌରବ, ତ୍ୟାଗ ଦେଶ ପାଇଁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ବଳିଦାନ, ଏମ୍ଵ ନିଷ୍ଠାପରତ୍ଵ ସେବା ମନୋଭାବ ଓ ସେମାନଙ୍କର ଅହରହ ସଂଗ୍ରାମ ପାଇଁ ପ୍ରତେକ୍ ଭାରତୀୟ ଏକତ୍ରିତ ହୋଇ କିଛି କରିବା ସଂକଳ୍ପ ନେବା ଉଚିତ୍ ।
ସ୍ବାଧୀନତାର ୭୫ ବର୍ଷ ର (ପଞ୍ଚସ୍ତରୀ ବର୍ଷ )ଫୁର୍ତି ଅବସରରେ ଦେଶ ବିଦେଶ ରେ ଆଜାଦି କି ମହୋତ୍ସବ ପାଳନ ସହିତ, ଯସ୍ଵଶୀ ପ୍ରଧାନ ମନ୍ତ୍ରୀ ଆଦରଣୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କର ଆହ୍ବାନ କ୍ରମେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ର ଆନୁକୁଲ୍ୟରେ, ସଭାପତି, ଏରିଆ ସଭାପତି, କେନ୍ଦ୍ରୀୟ କମିଟି ର କାର୍ଯୟନିର୍ବାହୀ କର୍ମକର୍ତ୍ତା, ୨୪ ଟି ରାଜ୍ୟ ର ସମସ୍ତ ପ୍ରତିନିଧି ଙ୍କ ସହଯୋଗରେ ଘରେ ଘରେ ତ୍ରିରଙ୍ଗା ଉଡ଼ିବା ସହ, ସମସ୍ତ ଉପସ୍ଥିତ ଭରତୀୟ ନାଗରିକ ଙ୍କୁ ଜାତୀୟ ପତାକା ବଣ୍ଟନ କରି ଥିଲେ।
୭୫ ତମ ଆଜାଦି କି ମହୋତ୍ସବ କାର୍ଯ୍ୟକ୍ରମ ରେ, ସମସ୍ତ ରାଜ୍ଯ ର ପ୍ରତିନିଧି ଙ୍କ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ ସହିତ ଦର୍ଶକ ଙ୍କୁ ଏହି ସଙ୍ଗୀତ କାର୍ଯ୍ୟକ୍ରମ ବହୁତ ଆନନ୍ଦ ମୁଖର ହୋଇଥିଲା । 
ସର୍ବଶେଷରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ର କେନ୍ଦ୍ରୀୟ କମିଟି ତରଫରୁ, ଉପସ୍ଥିତ ଅତିଥି, ସମସ୍ତ ରାଜ୍ଯ ର ପ୍ରତିନିଧି, ଦର୍ଶକ ଏମ୍ବ ସ୍ବେଛାସେବୀ ଙ୍କ ନିସ୍ବାର୍ଥପର ସେବା ନିମନ୍ତେ, ଶୁଭେଚ୍ଛା ଓ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !