ସୁକିନ୍ଦାରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ l

ଯାଜପୁର (ସୁକିନ୍ଦା): - ବହୁ ପ୍ରତୀକ୍ଷାର ଅନ୍ତଘଟାଇ ସୁକିନ୍ଦା ବ୍ଲକ କଲୋନୀ ପରିସରରେ ୨୪ ତାରିଖ ପୂର୍ବାହ୍ନରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ ହୋଇଛି l ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ. ମୁରଲୀଧର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନକରି ଏକ ସମାବେଶରେ ଉଦବୋଧନ ଦେଇଥିଲେ l ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଯାଜପୁର ଜିିଲ୍ଲା ଜଜ୍ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ସୁକିନ୍ଦା ଓକିଲ ସଂଘ ସଭାପତି ବିବେକାନନ୍ଦ ବୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମାନିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ହାଇକୋର୍ଟ ପ୍ରଶାସନିକ ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ତୋଷ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଏସ. ପି. ଜୟରାମ ଶତପଥି, ନ୍ୟାୟାଳୟର ନବନିଯୁକ୍ତ ବିଚାରପତି ବିଜୟଲକ୍ଷ୍ମୀ ମହାପାତ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ବିଡିଓ ବିଶ୍ୱଜିତ ଦାସ, ସରକାରୀ ଓକିଲ ଚନ୍ଦ୍ରକାନ୍ତ ପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ,ସୁକିନ୍ଦା, ଯାଜପୁରରୋଡ, ବ୍ୟାସନଗର, ଚଣ୍ଡିଖୋଲ ଓକିଲ ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ, ବୁଦ୍ଧିଜୀବି, ସାମ୍ବାଦିକ ଜନପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ l ସୁକିନ୍ଦା କଳାବିକାଶ କେନ୍ଦ୍ରର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l 
A village court has been inaugurated in Sukinda. 
Jajpur (Sukinda): - The village court was inaugurated on the morning of the 24th at the premises of Sukinda Block Colony after a long wait. S. Muralidhar inaugurated the event as the chief guest and addressed a rally. High Court Judge Justice Bishwanath Rath was the guest of honor l Jajpur District Judge Srikkanth Mishra presided over the inaugural function. High Court Administrative Registrar Rajendra Kumar Tosh, Jajpur District Magistrate Chakraborty Singh Rathore, Kalinganagar Additional District Magistrate Santosh Kumar Mishra and Additional S.S. P. Many administrative officials, including Jayaram Shatapathi, the newly appointed judge of the court, Vijayalakshmi Mohapatra, Sukinda Tahsildar Bulbul Behera, Bido Biswajit Das, Public Prosecutor Chandrakant Patra, Sukinda, Jajpur Road, Bysanagar, Chandikhola Bar Association and many others. Students of Kalabikash Kendra sang Bande Utkal Janani music l (Reporting by Jay Narayan Mohapatra from Sukinda) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !